ଉନ୍ନାଓ ଗଣଦୁଷ୍କର୍ମ ଓ ହତ୍ୟାମାମଲା: ମୁଖ୍ୟ ଅଭିଯୁକ୍ତ ଶୁଭମ୍ ନିଜକୁ ନିର୍ଦୋଷ ପ୍ରମାଣିତ କରିବାକୁ କୋର୍ଟରେ ଦେଖାଇଲା ଡାକ୍ତରୀ ସାର୍ଟିଫିକେଟ୍, ହସ୍ପିଟାଲ ପକ୍ଷରୁ କୁହାଗଲା…

ଉନ୍ନାଓ,୧୧।୧୨: ଉତ୍ତର ପ୍ରଦେଶର ଉନ୍ନାଓରେ ଗଣଦୁଷ୍କର୍ମ ପୀଡିତାଙ୍କୁ କିରୋସିନି ପକାଇ ନିଆଁ ଲଗାଇ ହତ୍ୟା କରିବାର ମୁଖ୍ୟ ଅଭିଯୁକ୍ତ ହେଉଛି ଶୁଭମ ତ୍ରୀବେଦି। ପ୍ରାୟ ୧ ମାସ ପୂର୍ବରୁ ଶୁଭମ୍ ନିଜକୁ ନିର୍ଦୋଷ ପ୍ରମାଣିତ କରିବା ପାଇଁ କୋର୍ଟରେ କିଛି କାଗଜପତ୍ର ଦାଖଲ କରିଥିଲା। ଏହି କାଗଜପତ୍ରରେ ସେ କହିଥିଲା ଯେ, ଦୁଷ୍କର୍ମ କରିଥିବା ଦିନ ସେ ଘଟଣାସ୍ଥଳରେ ନଥିଲା, ସେଭ ସ୍ଥାନୀୟ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ଥିଲା। କୋର୍ଟରେ କାଗଜପତ୍ର ଦାଖଲ କରିଥିଲେ ମଧ୍ୟ ତା’ର ଖେଳ ଓଲଟା ପଡିଯାଇଥିଲା। ତଦନ୍ତ ବେଳେ ଜଣାପଡିଥିଲା ସବୁ କାଗଜପତ୍ର ନକଲି।

ସୁମେରପୁର ସ୍ବାସ୍ଥ୍ୟ କେନ୍ଦ୍ରର ଅଧିକାରୀ କହିଥିଲେ, ଶୁଭମ ତ୍ରିବେଦୀ ଯେଉଁ ମେଡିକାଲ ରେଜିଷ୍ଟେ୍ରସନ ସ୍ଲିପକୁ କୋର୍ଟରେ ଜମା କରିଥିଲେ, ତାହା ନକଲି। ତାଙ୍କର କହିବା ଅନୁସାରେ, ଘଟଣା ଦିନ ସେହି ତାରିଖରେ ତାଙ୍କ ହସ୍ପିଟାଲରେ ସେହି ନାମରେ କେହି ରୋଗୀ ନଥିଲେ। କେବଳ ସେତିକି ନୁ​‌ହେଁ, ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତରମାନେ କହିଛନ୍ତି ଯେ, ଯେଉଁ କାଗଜପତ୍ର ଜମା କରାଯାଇଛି, ତାହା ଓପିଡିର।  କିନ୍ତୁ  ସେଠାକୁ କେହି ଏହି ନାମର ବ୍ୟକ୍ତି ଆସିନାହାନ୍ତି। ଏହାଛଡା କୋର୍ଟରେ ଜମା କରାଯାଇଥିବା ସ୍ଲିପ ଉପରେ ପିଏଚସି ଷ୍ଟାମ୍ପ ସହିତ ହୋଇଥିବା ହସ୍ତାକ୍ଷର ଦୁଇ ମେଡିକାଲ ଅଫିସରଙ୍କ ଭିତରୁ କାହାର ନଥିଲା, ଯିଏକି ଗତ ବର୍ଷ ଡିସେମ୍ବରରେ ସେଠାରେ କାର୍ଯ୍ୟରତ ଥିଲେ।

ମୁଖ୍ୟ ଅଭିଯୁକ୍ତ ଶୁଭମ କୋର୍ଟରେ ଦର୍ଶାଇଥିଲା ଯେ, ଗତ ବର୍ଷ ୧୦ ଡିସେମ୍ବର ୨୦୧୮ରେ ସେ ପିଏଚସିରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲା। ୫ ଦିନ ପରେ ଅର୍ଥାତ ୧୫ ଡିସେମ୍ବର ୨୦୧୮ରେ ଡିସଚାର୍ଜ ହୋଇଥିଲା। ପୀଡିତାଙ୍କ ଅଭିଯୋଗ ଥିଲା ଯେ, ଶୁଭମ ତାଙ୍କୁ ୧୨ ଡିସେମ୍ବରରେ ତା’ର ସାଙ୍ଗମାନଙ୍କ ସହିତ ଦୁଷ୍କର୍ମ କରିଥିଲା। ଏହି ଘଟଣା ପରେ ଶୁଭମ ଗିରଫ ହୋଇ ଜେଲ ଯାଇଥିଲା। ନିକଟରେ ଜେଲରୁ ଫେରିବା ପରେ ଶୁଭମ ତା’ର ସାଙ୍ଗମାନଙ୍କ ସହ ମିଶି ପୀଡିତାଙ୍କୁ ଆକ୍ରମଣ କରିବା ସହ ପେଟ୍ରୋଲ ପକାଇ ଜାଳି ଦେଇଥିଲେ। ପୀଡିତାଙ୍କ ଶରୀର ୯୦ ପ୍ରତିଶତ ପୋଡି ଯାଇଥିଲା। ଫଳରେ ତାଙ୍କର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା।

ଚିକିତ୍ସାଧୀନ ଅବସ୍ଥାରେ ପୀଡିତା ନିଜ ସହ ଘଟିଥିବା ସବୁ କିଛି ଘଟଣା ସମ୍ପର୍କରେ ମାଜିଷ୍ଟେ୍ରଟଙ୍କ ଆଗରେ କହିଥିଲେ। ଶୁମଭ କିଭଳି ତାଙ୍କୁ ବିବାହର ପ୍ରତିଶୃତି ଦେଖାଇ ଘରଠାରୁ ଦୂରକୁ ନେଇ ’ଯୌନ ଦାସୀ’ କରି ରଖିଥିଲା।  ଶୁଭମ ଓ ତା’ର ସାଙ୍ଗମାନେ ତାଙ୍କୁ ଯୌନ ଶୋଷଣ କରିଥିଲେ। ଦୁଇ ବର୍ଷ ଧରି ଯୌନ ଶୋଷଣ ସହିବା ପରେ ପୀଡିତା ନ୍ୟାୟ ଦାବି କରିବାରୁ ଜୀବନରୁ ମାରିଦେଇଥିଲେ ଶୁଭମ୍ ଓ ତା’ର ସାଥୀ। ପୋଲିସ ଏବେ ଶୁଭମ ସହିତ ୫ ଜଣଙ୍କୁ ଗିରଫ କରିଛି।

   ସମ୍ବନ୍ଧିତ ଖବର


ମୁଁ ବଞ୍ଚିଛି … : ୨ ବର୍ଷ ହେଲା ନିଜକୁ ଜୀବିତ ପ୍ରମାଣିତ କରିବାକୁ ଅଫିସରୁ ଅଫିସ୍‌ ଘୂରି ବୁଲୁଛନ୍ତି ମହିଳା

ଏଣିକି ଖୋଲାରେ ବିକ୍ରି ହେଉଥିବା ମିଠାର ଏକ୍ସପାୟରୀ ଡେଟ୍ ଲେଖିବାକୁ ପଡିବ

ଆମେରିକା ଫେରି ଟ୍ରମ୍ପ ଲେଖିଲେ ଭାରତ ମହାନ…ସଫଳ ହୋଇଛି ଯାତ୍ରା

ଦିଲ୍ଲୀ ହିଂସା: ପ୍ରତିଦିନ ୧୦୦ କୋଟି ଟଙ୍କାର କ୍ଷତି; ଫ୍ୟାକ୍ଟ୍ରି ବନ୍ଦ, ହୋଲସେଲ୍ ଧନ୍ଦା ମାନ୍ଦା