ଦ୍ରୁତ ବେଗରେ ଯାଉଥିଲା ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ କାର୍, ପଛରୁ ପିଟି ହୋଇଥିଲା ଟ୍ରକ୍: ସିବିଆଇ

ଲକ୍ଷ୍ନୈା ୧।୮: ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ଦୁର୍ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଏହା ସହିତ ସିବିଆଇର ୧୨ ଜଣିଆ ଟିମ୍ ପ୍ରତ୍ୟକ୍ଷଦର୍ଶୀ ଏବଂ ଫରେନସିକ୍ ଏକ୍ସପର୍ଟମାନଙ୍କୁ ପଚରାଉଚରା କରିଛି। କାର ଟ୍ରକରେ ଧକ୍କା ଖାଇଥିବା ସ୍ଥାନକୁ ମଧ୍ୟ ସିବିଆଇ ଟିମ୍ ଯାଇଥିଲା। ବିଶେଷସୁତ୍ର ପ୍ରକାଶ ଯେ, ରାସ୍ତାର ଭୁଲ ଦିଗରେ ଯାଉଥିବା ଟ୍ରକଟି ଦ୍ରୁତ ବେଗରେ ଯାଉଥିଲା। କାର୍ ମଧ୍ୟ ଦ୍ରୁତ ବେଗରେ ଯାଉଥିଲା ଏବଂ ନିୟନ୍ତ୍ରଣ ହରାଇ ଟ୍ରକ ପଛରେ ପିଟି ହୋଇ ଯାଇଥିଲା।

ସିବିଆଇ ଟିମ୍ କହିବାନୁସାରେ, ଟ୍ରକଟି ରାସ୍ତାର ଭୁଲ ପଟରେ ଆସୁଥିବାର ଦେଖି କାର ଚାଳକ ଛାନିଆ ହୋଇ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ। ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି।

ଏହି ଦୁର୍ଘଟଣା ପରେ ଉତ୍ତରପ୍ରଦେଶ ଜଣେ ମନ୍ତ୍ରୀଙ୍କ ଜ୍ବାଇଁଙ୍କ ସମତେ ୯ଜଣଙ୍କୁ ନରହତ୍ୟା ଅଭିଯୋଗରେ ହୋଇଛି। ସେ ମନ୍ତ୍ରୀ ହେଉଛନ୍ତି ଋଣବେନ୍ଦ୍ର ସିଂହ। ମୁଖ୍ୟ ଅଭିଯୁକ୍ତ ବିଜେପି ବିଧାୟକ କୁଳଦୀପ ସିଂହ ସେନଗାରଙ୍କ ନାଁ ସହ ତାଙ୍କ ନାଁ ମଧ୍ୟ ଜୁଲାଇ ୨୯ ତାରିଖ ଦିନ ରେଜିଷ୍ଟ୍ରି ହୋଇଥିବା ଏଫଆଇଆରରେ ଉଲ୍ଲେଖ ହୋଇଛି।

   ସମ୍ବନ୍ଧିତ ଖବର


ଫେସବୁକ୍ ଲଞ୍ଚ୍ କଲା ନୂଆ ସେବା, ଖୁବ୍ ଶୀଘ୍ର ଆକାଉଣ୍ଟକୁ କରନ୍ତୁ ଚେକ୍

ଚିନ୍ତାର କଥା ! ପରୀକ୍ଷଣ ସମୟରେ କରୋନା ଟିକାରେ ହେଲା ମୃତ୍ୟୁ…

ଟ୍ରେନରେ ଯାତ୍ରା ସମୟରେ ଲଗେଜ୍ ଚିନ୍ତା ଗଲା, ଏଣିକି ଘରେ ପହଞ୍ଚିବ ସାମଗ୍ରୀ

କରୋନାରୁ ରକ୍ଷା କରିବ ଏହି ‘ଛତୁ’–ଷ୍ଟାର୍ଟ ଅପ୍‌ କମ୍ପାନୀ ତିଆରି କଲେ ଇମ୍ୟୁନିଟି ବୁଷ୍ଟର

କରୋନା ଭୟରେ ଏହି ଦେଶରେ ବନ୍ଦ ହେଲା ମାଛ ମାର୍କେଟ୍, ଲାଗିଲା କର୍ଫ୍ୟୁ

ନବରାତ୍ରୀ ନେଇ ସୋସିଆଲ ମିଡିଆରେ ଅଶ୍ଲୀଳ ପୋଷ୍ଟ, କ୍ଷମା ମାଗିଲା Eros Now