ପ୍ରମୁଖ ଖବର
  • ଆଜି ପ୍ରକାଶ ପାଇବ ୟୁଜିସି-ନେଟ୍‌ ଜୁନ୍‌ ସେସନ୍‌-୨୦୨୪ ଆବେଦନ ପ୍ରକ୍ରିୟା
  • ||
  • ବାଇକ୍‌କୁ ଧକ୍କା ଦେଲା ଆମ୍ଵୁଲାନ୍ସ, ଦୁଇ ଶିଶୁଙ୍କ ଆଖି ଆଗରେ ଚାଲିଗଲା ବାପା-ମାଙ୍କ ଜୀବନ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ଜଣେ ଏବେ ବି ନିଖୋଜ
  • ||
  • ମେ'୧ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା
  • ||
  • ଶନିବାର ବାହୁଡ଼ିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ: ଦିନ ସାଢ଼େ ୧ରେ ପହଣ୍ଡି, ସାଢେ ୩ଟାରେ ରଥଟଣା
  • ||
  • ଶନିବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ, ଅଧ୍ୟକ୍ଷତା କରିବେ ଆର୍‌ଡିସି
  • ||
  • ଆଜି ବି ଅତି ଭୀଷଣ ଗ୍ରୀଷ୍ମପ୍ରବାହ, ୨୧ ଯାଏ ନିସ୍ତାର ନାହିଁ, କାଳବୈଶାଖୀ ପାଇଁ କମିପାରେ ତାତି
  • ||
  • IPL ୨୦୨୪: ଆଜି ଦିଲ୍ଲୀ-ହାଇଦ୍ରାବାଦ ଲଢ଼େଇ, କ୍ୟାପିଟାଲ୍ସ ଗଡ଼ ଧ୍ୱଂସ ପଥରେ ସନରାଇଜର୍ସ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି, ଦୁଇ ମୃତ, ୭ ନିଖୋଜ, ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||

କଶ୍ମୀର ମାମଲାକୁ ନେଇ UNSC ବୈଠକ ଶେଷ, ଚୀନକୁ ଛାଡି ବାକି ସମସ୍ତେ ଭାରତକୁ କଲେ ସମର୍ଥନ

ନୁଆଦିଲ୍ଲୀ ୧୬/୮: ଜମ୍ମୁ କଶ୍ମୀରରୁ ଆର୍ଟିକଲ୍ ୩୭୦ ହଟାଇବା ନେଇ ଭାରତର ନିଷ୍ପତ୍ତି ଉପରେ ଜାତିସଂଘ ସୁରକ୍ଷା ପରିଷଦରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ସନ୍ଧ୍ଯା ସାଢେ ୭ରୁ ଆରମ୍ଭ ହୋଇ ପ୍ରାୟ ୯ଟା ପର୍ୟ୍ୟନ୍ତ ଏହି ମିଟିଂ ଚାଲିଲା । ବୈଠକରେ ଭାରତ ମତ ରଖିଛି । ବୈଠକରେ ଭାରତର ସ୍ଥାୟୀ ପ୍ରତିନିଧି ସୈୟଦ ଅକବଋଦ୍ଦିନ୍ କହିଛନ୍ତି ଯେ ଧାରା ୩୭୦ ଭାରତୀୟ ସମ୍ବିଧାନ ଅନୁସାରେ ସମ୍ପୂର୍ଣ୍ଣ ଭାବେ ଆମ ଆଭ୍ଯନ୍ତରୀଣ ମାମଲା । ଜମ୍ମୁ କଶ୍ମୀରର ବିକାଶ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ଜାତିସଂଘ ଅଧ୍ଯକ୍ଷ ଜୋଆନା ରୋନେକା ବୁଧବାର କହିଥିଲେ ଯେ ଭାରତର ଏହି ନିଷ୍ପତ୍ତି ଉପରେ ବୈଠକ କରିବା ପାଇଁ ଚୀନ୍ ଆବେଦନ କରିଥିଲା । ଚୀନ ମଧ୍ଯ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ । ତେଣୁ ଏହି ବୈଠକ କରାଗଲା । ଏହା କହିବା ଆବଶ୍ୟକ ନାହିଁ ଯେ ଚୀନକୁ ପାକିସ୍ତାନ ଅନୁରୋଧ କରିଥିଲା ଯେ ସେ ଜାତିସଂଘରେ ଏହି ପ୍ରସଙ୍ଗ ଉଠାଉ ।

କଣ କହିଲା ଋଷ୍
ଏହି ବୈଠକ ପରେ କିଛି ଅଫିସିଆଲି ଘୋଷଣା କରାଯାଇନି । ତେବେ ବୈଠକରେ ୫ ସ୍ଥାୟୀ ସଦସ୍ଯ ଓ ୧୦ ଅସ୍ଥାୟୀ ସଦସ୍ୟ ଭାଗ ନେଇଥିଲେ । ଋଷ୍ ଏହି ବୈଠକରେ ସାମିଲ ହେବା ପୂର୍ବରୁ କହିଥିଲା ଯେ ଏହା ଭାରତ ଓ ପାକିସ୍ତାନର ଦୈପାକ୍ଷିକ ମାମଲା । ସେ ପୂର୍ବରୁ ମଧ୍ଯ ଅନେକ ଥର ଭାରତକୁ ସମର୍ଥନ କରି କହିଛି ଯେ କାହାକୁ କିଛି ଅଜଣା ନାହିଁ । ଆମର ୨ ଦେଶ ସହ ଭଲ ସମ୍ପର୍କ ଅଛି । ଆମେ ଚାହୁଁଛୁ ଆଲୋଚନା ମାଧ୍ୟମରେ ଉଭୟ ଏହି ସମସ୍ୟାକୁ ତୁଟାନ୍ତୁ ।

ୟୁଏନ୍ ରେକର୍ଡ୍ସ ଅନୁସାରେ ସୁରକ୍ଷା ପରିଷଦରେ ଶେଷ ଥର ପାଇଁ ୧୯୬୫ରେ ଆଲୋଚନା ହୋଇଥିଲା । ୧୬ ଜାନୁୟାରୀ ୧୯୬୫ ରେ ଏକ ପତ୍ରରେ ପାକ୍ ପ୍ରତିନିଧି ତତ୍କାଳ ବୈଠକ କରିବା ପାଇଁ ଅନୁରୋଧ କରିଥିଲା । ଏଥିରେ ମଧ୍ଯ କଶ୍ମୀରକୁ ବିଶେଷ ମାନ୍ୟତାକୁ ନେଇ ଅଭିଯୋଗ ହୋଇଥିଲା ।

ଅଧିକ ପଢନ୍ତୁ କଶ୍ମୀର ମାମଲାରେ ଜାତିସଂଘ ସୁରକ୍ଷା ପରିଷଦ ବୈଠକ ପୂର୍ବରୁ ଟ୍ରମ୍ପଙ୍କୁ ଫୋନ୍ କଲେ ଇମ୍ରାନ୍

ଭାରତର ପଦକ୍ଷେପକୁ ସାମ୍ବିଧାନିକ ବୋଲି କହିସାରିଛି ଋଷ୍
ଚୀନ ଗସ୍ତରୁ ଫେରିବା ପରେ ପାକିସ୍ତାନୀ ବୈଦେଶିକ ମନ୍ତ୍ରୀ କ୍ୟୁରେଶୀ କହିଥିଲେ ଯେ ଚୀନୀ ବିଦେଶ ମନ୍ତ୍ରୀ ବୈଠକରେ ସମ୍ପୂର୍ଣ୍ଣ ଭରସା ଦେବାପାଇଁ ପ୍ରତିଶୃତି ଦେଇଥିଲେ । ଅନ୍ୟପଟେ ପରିଷଦର ଅନ୍ୟ ଏକ ସ୍ଥାୟୀ ସଦସ୍ୟ ଋଷ୍ ଭାରତର ପଦକ୍ଷେପକୁ ସାମ୍ବିଧାନିକ ବୋଲି କହିଥିଲା । ସେ କହିଥିଲା ଯେ କଶ୍ମୀର ଏକ ଦ୍ୱିପାକ୍ଷିକ ମାମଲା ଏବଂ ଏହାକୁ ସେହିଭଳି ତୁଟାଇବା ଉଚିତ୍ । ସଂଯୁକ୍ତ ଅରବ ଅମିରାତ ମଧ୍ଯ ଏହାକୁ ଭାରତର ଆଭ୍ୟନ୍ତରୀଣ ମାମଲା ବୋଲି କହିଥିଲା ।

କହିରଖୁଛୁ ପାକିସ୍ତାନ ବାରମ୍ବାର ଏହି ମାମଲାକୁ ଆନ୍ତର୍ଜାତୀୟ ସ୍ତରରେ ଉଠାଇବା ପାଇଁ ଚାହୁଁଛି ଏବଂ କହୁଛି ଯେ ଭାରତ ଏଭଳି(ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟାଇବା) ନିଷ୍ପତ୍ତି ନେଇ ଆନ୍ତର୍ଜାତୀୟ କ୍ଷେତ୍ରରେ ଶାନ୍ତି ଭଙ୍ଗ କରିବାକୁ ଚେଷ୍ଟା କରୁଛି । ଅନ୍ଯପଟେ ଭାରତ ପୂର୍ବରୁ ଅନେକ ଥର ସ୍ପଷ୍ଟ କରିଛି ଯେ ଏହା ଦେଶର ଆଭ୍ଯନ୍ତରୀଣ ମାମଲା ଏବଂ ସେ କୌଣସି ଆନ୍ତର୍ଜାତୀୟ ସୀମାକୁ ଲଙ୍ଘନ କରିନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.