ଲକ୍‌ଡାଉନ୍‌ ଯୋଗୁଁ ୭୦ ଲକ୍ଷ ଅବାଞ୍ଚିତ ଗର୍ଭଧାରଣ- ୟୁଏନ୍‌ ରିପୋର୍ଟ

ନୂଆଦିଲ୍ଲୀ ୩୦/୪: United Nations Population Fund(ୟୁଏନଏଫପିଏ) କହିଛି କି କରୋନା ଭାଇରସ ଲକଡାଉନ ଯୋଗୁଁ ପ୍ରମୁଖ ସ୍ୱାସ୍ଥ୍ୟସେବା ବାଧା ପାଇବାରୁ ଅବାଞ୍ଚିତ ଗର୍ଭଧାରଣ ମାମଲା ବୃଦ୍ଧି ହୋଇପାରେ । ରିପୋର୍ଟ ଅନୁସାରେ ଲକଡାଉନ ଯୋଗୁଁ କମ୍ ଓ ମଧ୍ୟମ ଆୟ ବିଶିଷ୍ଟ ଦେଶରେ ପ୍ରାୟ ୫ କୋଟି ମହିଳା ଆଧୁନିକ ଗର୍ଭନିରୋଧକ ବ୍ୟବହାର କରିବାରୁ ବଞ୍ଚିତ ରହିପାରନ୍ତି ଯାହା ଫଳରେ ଆଗାମୀ କିଛି ମାସରେ ଅବାଞ୍ଚିତ ଗର୍ଭଧାରଣର ୭୦ ଲକ୍ଷ ମାମଲା ସାମ୍ନାକୁ ଆସିପାରେ । ୟୁଏନଏଫପିଏ ଓ ସହଯୋଗୀ ଏହି ଆକଳନ ଜାରି କରିଛନ୍ତି ।

ନିଜ ରକ୍ଷା କରିବାରେ ଅସମର୍ଥ ମହିଳା
ଏଜେନ୍ସିର କହିବାନୁସାରେ ଏହି ସଙ୍କଟ କାରଣରୁ ଅବାଞ୍ଚିତ ଗର୍ଭଧାରଣର ବିପଦ ବ୍ୟତୀତ ମହିଳାଙ୍କ ବିରୁଦ୍ଧରେ ହିଂସା ଓ ଅନ୍ୟପ୍ରକାର ଶୋଷଣ ମାମଲା ମଧ୍ୟ ବୃଦ୍ଧି ହେବା ଆଶଙ୍କା ରହିଛି । ୟୁଏନଏଫପିଏର କାର୍ଯ୍ୟକାରୀ ନିର୍ଦ୍ଦେଶକ ନତାଲିୟା କାନେମ କହିଛନ୍ତି କି ଏହି ନୂଆ ଆକଳନ ସେହି ଭୟାବହ ପ୍ରଭାବକୁ ଦର୍ଶାଏ ଯାହା ସାରା ବିଶ୍ୱରେ ମହିଳା ଓ ଝିଅଙ୍କ ଉପରେ ପଡିପାରେ । ଲକ୍ଷ ଲକ୍ଷ ମହିଳା ଓ ଝିଅମାନେ ନିଜ ଦେହ ଓ ସ୍ୱାସ୍ଥ୍ୟକୁ ରକ୍ଷା କରିବାରେ ଅସମର୍ଥ ହୋଇପାରନ୍ତି । ଏହି ଅଧ୍ୟୟନ କହୁଛି କି ୧୧୪ ନିମ୍ନ ଓ ମଧ୍ୟମ ଆୟ ହେଇଥିବା ଦେଶରେ ୪୫ କୋଟି ମହିଳା ଗର୍ଭନିରୋଧକ ବ୍ୟବହାର କରିଥାନ୍ତି ।

ଏଥିରେ କୁହାଯାଇଛି କି ୬ ମାସରୁ ଅଧିକ ସମୟରେ ଲକଡାଉନ ସମ୍ବନ୍ଧିତ ବାଧା ଯୋଗୁଁ ଏହି ଦେଶମାନଙ୍କରେ ୪ କୋଟି ୭୦ ଲକ୍ଷ ମହିଳା ଆଧୁନିକ ଗର୍ଭନିରୋଧକ ବ୍ୟବହାରରୁ ବଞ୍ଚିତ ରହିପାରନ୍ତି । ୬ ମାସର ଲକଡାଉନ ଲିଙ୍ଗଗତ ଭେଦଭାବର  ୩କୋଟି ୧୦ ଲକ୍ଷ ଅତିରିକ୍ତ ମାମଲା ସାମ୍ନାକୁ ଆଣିପାରେ । ଏହି ଆକଳନ ଆମେରିକାର ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଓ ଅଷ୍ଟ୍ରେଲିଆର ଭିକ୍ଟୋରିଆ ବିଶ୍ୱବିଦ୍ୟାଳୟର ସହଯୋଗରେ ପ୍ରସ୍ତୁତ କରାଯାଇଛି ।

   ସମ୍ବନ୍ଧିତ ଖବର


ଦୀପାବଳି ପୂର୍ବରୁ କିଣନ୍ତୁ ଦେଶର ସବୁଠୁ ଶସ୍ତା ବାଇକ୍, ଯାହାର ମୂଲ୍ୟ ମାତ୍ର ଏତିକି ଟଙ୍କା

ଏବେ କାଶ୍ମୀରରେ ଭାରତର ଅନ୍ୟ ରାଜ୍ୟର ଲୋକ କିଣିପାରିବେ ଜମି

ଚୀନ୍‌ର ମୁଣ୍ଡ ବିନ୍ଧା ଆରମ୍ଭ:ଭାରତ – ଆମେରିକାର ମନ୍ତ୍ରୀ ସ୍ତରୀୟ ଆଲୋଚନା ପରେ ଚୀନ୍‌ ଦେଉଛି ପରୋକ୍ଷ ଧମକ

ଅଷ୍ଟ୍ରେଲିଆ ଗସ୍ତରୁ ରୋହିତ ବାଦ ପଡ଼ିବା ପରେ ପ୍ରଶ୍ନ କଲେ ଗାଭାସ୍କର, କହିଲେ-ଯିଏ ନେଟ୍‌ ପ୍ରାକ୍ଟିସ୍‌ କରୁଛି…

ଲଦାଖ ନିର୍ବାଚନ: ୧୫ ଆସନରେ ବିଜେପିର ବିଜୟ , କଂଗ୍ରେସ ହାତରେ ୯…

ହୋଟେଲରେ ପ୍ରେମିକା ସହ ମଉଜ କରୁଥିବା ସମୟରେ ପହଞ୍ଚିଗଲେ ପତ୍ନୀ, ଆଉ ତା ପରେ…