ପ୍ରିୟଙ୍କାଙ୍କୁ ଅଦିତୀଙ୍କ ଚ୍ୟାଲେଞ୍ଜ; ମୋ ବିପକ୍ଷରେ ନିର୍ବାଚନ ଲଢ଼ିକି ଦେଖାଅ ସବୁ ସ୍ପଷ୍ଟ ହୋଇଯିବ

pic-internet
ଲକ୍ଷ୍ନୌ: ରାୟବରେଲୀ ସଦରରୁ ବିଜେପି ପ୍ରାର୍ଥୀ ଅଦିତୀ ସିଂହ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ତା ସହିତ ନିଜ ବିପକ୍ଷରେ ନିର୍ବାଚନ ଲଢ଼ିବାକୁ ସେ ପ୍ରିୟଙ୍କାଙ୍କୁ ଚ୍ୟାଲେଞ୍ଜ୍ ଦେଇଛନ୍ତି। ପ୍ରିୟଙ୍କାଙ୍କ ‘କଂଗ୍ରେସର ଝିଅ ଲଢ଼ିପାରିବି’ ଅଭିଯାନକୁ ସେ ଫମ୍ପା ଆୱାଜ୍ ବୋଲି କହିବା ସହିତ ପ୍ରିୟଙ୍କା ଥରେ ମୋ ବିରୋଧରେ ନିର୍ବାଚନ ଲଢ଼ନ୍ତୁ ତା ପରେ ସବୁ ସ୍ପଷ୍ଟ ହୋଇଯିବ। ରାୟବରେଲୀ ଆଉ କଂଗ୍ରେସର ଗଡ଼ ହେଇ ନାହିଁ ବୋଲି ସେମାନେ ଜାଣିଯିବେ ବୋଲି ଅଦିତୀ କହିଛନ୍ତି।
ସୂଚନା ଥାଉକି ଗତ ନିର୍ବାଚନରେ କଂଗ୍ରେସକୁ କେବଳ ଏହି ରାଇବରେଲୀ ଆସନରୁ ସଫଳତା ମିଳିଥିଲା। ଏହି ଆସନରୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସାଂସଦ ନିର୍ବାଚିତ ହୋଇଥିଲେ। ସେହିପରି ୟୁପିର ଆଉ ଏକ ଆସନ ଅମେଠୀରୁ ରାହୁଲ ଗାନ୍ଧୀଙ୍କୁ ପରାସ୍ତ କରିଥିଲେ ବିଜେପି ନେତ୍ରୀ ସ୍ମୃତି ଇରାନୀ। ୨୦୧୭ ବିଧାନସଭା ନିର୍ବାଚନରେ ଅଦିତୀ ସିଂହ କଂଗ୍ରେସ ଟିକେଟ୍ରେ ରାୟବରେଲି ଆସନରୁ ୯୦ ହଜାରରୁ ଅଧିକ ଭୋଟରେ ଜିତିଥିଲେ।
୨୦୧୭ ବିଧାନସଭା ନିର୍ବାଚନରେ ଅଦିତୀ ସିଂହ କଂଗ୍ରେସ ଟିକେଟ୍ରେ ରାୟବରେଲି ଆସନରୁ ୯୦ ହଜାରରୁ ଅଧିକ ଭୋଟରେ ଜିତିଥିଲେ। ଅଦିତୀଙ୍କ ବାପା ଅଖିଳେଶ କୁମାର ସିଂହ ଭିନ୍ନ ଭିନ୍ନ ପାର୍ଟିରୁ ୫ ଥର ବିଧାୟକ ନିର୍ବାଚିତ ହୋଇଛନ୍ତି। ୨୦୧୯ରେ ତାଙ୍କର ପରଲୋକ ହେବା ପରେ ଅଦିତୀ ଏବେ ବିଜେପିରେ ମିଶି ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି।
ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଅଦିତୀ କଂଗ୍ରେସକୁ ସମାଲୋଚନା କରି କହିଛନ୍ତି ଯେ କଂଗ୍ରେସ ବାରମ୍ବାର ଏଠାରୁ ବିଜୟ ହେବା ପରେ ବି ଅଞ୍ଚଳବାସୀଙ୍କ ପାଇଁ କିଛି କରି ନାହାଁନ୍ତି। ଏଥର କିନ୍ତୁ ରାୟବରେଲୀରେ ପଦ୍ମ ଫୁଟିବ ବୋଲି ସେ କହିଛନ୍ତି।