PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ: କୋଟିଆରେ ଆନ୍ଧ୍ର କର୍ମଚାରୀଙ୍କୁ ଅଧାରାସ୍ତାରେ ଅଟକାଇଲା ଓଡ଼ିଶା ପୋଲିସ
  • ||
  • କଳାହାଣ୍ଡି: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଫିସ ଘେରାଉ, ଘଟଣାସ୍ଥଳରେ ଉତ୍ତେଜନା ଜାରି
  • ||
  • ଭଦ୍ରକ: ବଉଳ ପୋଖରୀ ଅଞ୍ଚଳରୁ ୩୧୬ ଗ୍ରାମ୍ ବ୍ରାଉନସୁଗର ଜବତ କଲା ଗ୍ରାମଞ୍ଚଳ ଥାନା ପୋଲିସ, ୩ ଗିରଫ
  • ||
  • କେନ୍ଦୁଝର: ନିଖୋଜ ୪ ବର୍ଷର ଶିଶୁକନ୍ୟାର ଉଲଂଗ୍ନ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ
  • ||
  • ଖପ୍ରାଖୋଲ: ଯୁବକ ନିଖୋଜ ଅଭିଯୋଗ, ଶୁଳିଆବାହାଳ ଜଙ୍ଗଲ ମାଟିତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଢ଼େଙ୍କାନାଳ: ଷଢ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡ଼ା ସରଂକ୍ଷିତ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା, ସେପ୍ଟିସିମିଆ ରୋଗରେ ଥିଲା ପୀଡିତ
  • ||
  • ନୂଆଦିଲ୍ଲୀ : ଆରପାରିରେ ଭେଟେରାନ୍ ଅଭିନେତ୍ରୀ ମୀନୁ ମୁମତାଜ
  • ||
  • ବାଙ୍କୀ : ଜଙ୍ଗଲୀ ବାରହା ଉପଦ୍ରବ, ରାତିହେଲେ ଉଜାଡୁଛନ୍ତି ଏକର ଏକର ଫସଲ
  • ||
  • ଭୁବନ : ବାଲି ଘାଟକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବାପ-ପୁଅ ଗୁରୁତର
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୦୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ଖସିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ, ୨୦ଟି କାର୍ଯ୍ୟ ଦିବସ ରହିବ
  • ||
  • ଭୁବନେଶ୍ୱର : ଆଗକୁ ବଢ଼ିବ ଶୀତ, ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ଡିଗ୍ରୀ ଖସିଲା ତାପମାତ୍ରା
  • ||
  • ଭୁବନେଶ୍ୱର : ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ, ପୁରୀ ସଦର ବିଡିଓ ଭାବେ ନୂଆ ଦାୟିତ୍ଵ ସମ୍ଭାଳିବେ ସମ୍ବିତ ଶତପଥୀ
  • ||
  • ସୁନ୍ଦରଗଡ଼ : ହାତୀପଲଙ୍କୁ ଘଉଡାଇବା ବେଳେ ଅଘଟଣ, ହାତୀ ଆକ୍ରମଣରେ ଯୁବକ ମୃତ
  • ||

ୟୁପି ଏଟିଏସ୍‌ କଲା ଦେଶର ସବୁଠାରୁ ବଡ ଧର୍ମାନ୍ତିକରଣର ପର୍ଦ୍ଦାଫାସ – ମୌଲାନା କଲୀମ ସିଦ୍ଦୀକ ଗିରଫ, ବିଦେଶରୁ ଆସୁଛି ପ୍ରଚୁର ଟଙ୍କା

ଲକ୍ଷ୍ମୌ – ୟୁପି ଏଟିଏସ୍‌ ଦେଶର ସବୁଠାରୁ ବଡ଼ ଧର୍ମାନ୍ତିକରଣର ପର୍ଦ୍ଦାଫାସ କରିଛି । ଏଥିପାଇଁ ବିଦେଶରୁ ପ୍ରଚୁର ଟଙ୍କା ଆସୁଥିଲା । ଧର୍ମାନ୍ତିକରଣ କରୁଥିବା ଲୋକମାନଙ୍କୁ ପ୍ରତିମାସରେ ଦରମାପରି ଟଙ୍କା ଦିଆଯାଉଥିଲା । ପରେ ଏହାକୁ ବନ୍ଦ କରିଦିଆଯାଉଥିଲା । ଏହା ଦେଶର ସବୁଠାରୁ ବଡ଼ ଧର୍ମାନ୍ତିକରଣ ରାକେଟ୍‌ ବୋଲି କୁହାଯାଉଛି । ଏଟିଏସ୍‌ ମୌଲାନା କଲୀନ ସିଦ୍ଦିକଙ୍କୁ ଗିରଫ କରିଛି । ତାଙ୍କ ନିକଟକୁ ଧର୍ମାନ୍ତିକରଣ ପାଇଁ ବିଦେଶରୁ ପ୍ରଚୁର ଟଙ୍କା ଆସୁଥିଲା । ପୂର୍ବରୁ ଏଥିରେ ସାମିଲ ଥିବା ଅନ୍ୟ କେତକ ଲୋକଙ୍କୁ ପୁଲିସ ଗିରଫ କରିଛି । ସେମାନଙ୍କ ମଧ୍ୟରେ ଉମର ଗୌତମ ନାମକ ବ୍ୟକ୍ତି ସାମିଲ ଅଛି ।

ସୁରକ୍ଷା ଏବଂ ଗୁଇନ୍ଦା ଏଜେନ୍ସିଙ୍କ ରାଡାର୍‌ରେ ସେ ଥିଲେ । ୬୪ ବର୍ଷିୟ ଏହି ଇସାଲମିକ୍‌ ବିଦ୍ୱାନ୍‌ଙ୍କ ପାଖକୁ ଏତେ ଟଙ୍କା କାହିଁକି ବାହାରୁ ଆସୁଛି ସେ ନେଇ ଅନୁସନ୍ଧାନ କରୁଥିଲେ । ଏହାପରେ ଧର୍ମନ୍ତିକରଣ ପାଇଁ ଏହି ଟଙ୍କା ବ୍ୟବହାର ହେଉଥିବା ଜଣା ପଡିଥିଲା । ମଙ୍ଗଳବାର ବିଳମ୍ବିତ ରାତିରେ ଏଟିଏସ୍‌ ତାଙ୍କୁ ଗିରଫ କରିଥିଲା । ମୌଲାନା କଲୀମ ସିଦ୍ଦୀକ୍‌ ଉତ୍ତରପ୍ରଦେଶର ମୁଜାଫରନଗରର ବାସିନ୍ଦା । ସେ ଜାମିଆ ଇମାମ୍‌ ଓ୍ୱାଲିଉଲିଆ ଟ୍ରଷ୍ଟ ଚଳାଉଥିଲେ ।

ଉତ୍ତରପ୍ରଦେଶର ଅତିରିକ୍ତ ପୁଲିସ୍‌ ମହାନିର୍ଦେଶକ ପ୍ରଶାନ୍ତ କୁମାର ତାଙ୍କୁ ଗିରଫ କରାଯାଇଥିବା କଥା ସୂଚନା ଦେଇଛନ୍ତି । ବାହାରିନ୍‌ରୁ ତାଙ୍କ ପାଖକୁ ଆସିଥିବା ୧.୫ କୋଟି ଟଙ୍କା ସହ ଅନ୍ୟ ସ୍ଥାନରୁ ଆସିଥିବା ୩ କୋଟି ଟଙ୍କା ଜବତ କରାଯାଇଛି । ସେ ଏକ ହଜାରରୁ ଅଧିକ ଲୋକଙ୍କର ଧର୍ମାନ୍ତିକରଣ କରିଥିବା କଥା ପ୍ରମାଣ ମିଳିଛି । ପୂର୍ବରୁ ଦିଲ୍ଲୀର ଜାମିଆ ନଗରର ଗରିବ ଲୋକ ଏବଂ ଶ୍ରବଣ ଶକ୍ତି ହରାଇଥିବା ଛାତ୍ରଙ୍କୁ ଟଙ୍କାର ପ୍ରଲଭୋନ ଦେଇ ଧର୍ମାନ୍ତିକରଣ କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ।

ସମାଜବାଦୀ ନେତା ଅଖିଳେଶ ଯାଦବ ଏହି ଗିରଫଦାରୀକୁ ନିନ୍ଦା କରିଛନ୍ତି । ସରକାର ସେମାନଙ୍କୁ ଟାର୍ଗେଟ୍‌ କରୁଥିବା କଥା କହିଛନ୍ତି । ମାତ୍ର ଏଟିଏସ୍‌ ତ ନିକଟରେ ସମସ୍ତ ପ୍ରମାଣ ଥିବା କଥା ସୂଚନା ଦେଇଛି ।