PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜ୍ୟରେ ହାରୁଛି କରୋନା, ୨୪ ଘଣ୍ଟା ମଧ୍ୟରେ ୩ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୦ ଜିଲ୍ଲାରେ ପ୍ରବଳ ବର୍ଷିଲା, ଆଜିଠୁ ବଢ଼ିବ ତାପମାତ୍ରା
  • ||
  • ଭଞ୍ଜନଗର : ଭାରସାମ୍ୟ ହରାଇ ଓଲଟିଲା ଟୁରିଷ୍ଟ ବସ୍, ୬ ମୃତ ୩୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ରାଇରଙ୍ଗପୁର : ସାପ୍ତାହିକ ହାଟରେ ଗୁଳିକାଣ୍ଡ, ଗୋରୁ ବେପାରୀଙ୍କୁ ଗୁଳି କରି ୨୦ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||

ୟୁପିରେ ପୁଣି ବୁର୍ଖା ପିନ୍ଧି ନକଲି ଭୋଟିଂ ଅଭିଯୋଗ,ପରସ୍ପରକୁ ଦୋଷ ଦେଲେ ବିଜେପି-ବିଏସପି ପ୍ରାର୍ଥୀ

ଅମରୋହ,୧୮।୪: ଲୋକସଭା ନିର୍ବାଚନର ଦ୍ବୀତୀୟ ପର୍ଯ୍ୟାୟରେ ଆଜି ଦେଶର ୯୫ଟି ଆସନ ପାଇଁ ଭୋଟିଂ ହେଉଛି। ପ୍ରଥମ ପର୍ଯ୍ୟାୟ ଭଳି ଦ୍ବିତୀୟ ପର୍ଯ୍ୟାୟରେ ନକଲି ଭୋଟିଂ ମାମଲା ନେଇ ଅଭିଯୋଗ ହୋଇଛି। ଉତ୍ତରପ୍ରଦେଶ ଅମରୋହରୁ ବିଜେପି ପ୍ରାର୍ଥୀ କନଓ୍ବର ସିଂହ ତନଓ୍ବର ଓ ହସନପୁର ବିଧାୟକ ମହେନ୍ଦ୍ର ଖଡଗବଂଶୀ  ଅଭିଯୋଗ କରିଛନ୍ତି ଯେ, ବୁର୍ଖା ପିନ୍ଧି ନକଲି ଭୋଟିଂ କରାଯାଉଛି, ଯାହାକୁ ନେଇ ଆମେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲୁ। କନଓ୍ବର ସିଂହ ତନଓ୍ବର ଅମରୋହରୁ ବିଜେପି ସାଂସଦ ଅଛନ୍ତି ଓ ପୁଣିଥରେ ନିର୍ବାଚନୀ ମୈଦାନରେ ଓହ୍ଲାଇଛନ୍ତି। ସେଭଳି ବିଏସପିର ପ୍ରାର୍ଥୀ ଦାନିଶ ଅଲ୍ଲୀ ଓଲଟା ବିଜେପି ଉପରେ ଅଭିଯୋଗ କରିଛନ୍ତି ଯେ, ବିଜେପି ନିଜେ ଏଭଳି ନକଲି ଭୋଟ ପକାଉଛି। ନକଲି ଭୋଟିଂକୁ ନେଇ ଏବେ ବିଜେପି ଏବଂ ବିଏସପି ପ୍ରାର୍ଥୀ ପରସ୍ପରକୁ ଦୋଷ ଦେଇଛନ୍ତି।

source: https://aajtak.intoday.in

କନଓ୍ବର ସିଂହ ତନଓ୍ବର କହିଛନ୍ତି ଅମରୋହରେ ପ୍ରାୟ ୧୦୦ଟି ବୁଥ ଏଭଳି ରହିଛି ଯେଉଁଠି ପୋଲିଂ ଏଜେଣ୍ଟ ନାହିଁ। ସେଠାରୁ ଆମର ଏଜେଣ୍ଟଙ୍କୁ ବାହାର କରିଦିଆଯାଇଥିଲା ଓ ନକଲି ଭୋଟ ଦିଆଯାଉଛନ୍ତି। ପୁରୁଷମାନେ ବୁର୍ଖା ପିନ୍ଧି ମହିଳା ହୋଇ ଭୋଟ ଦେଉଛନ୍ତି। ନୌଗାଓଁ ଗାଁରୁ ଏଭଳି ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି ବୋଲି ସେ କହିଛନ୍ତି। ତେବେ ବିଏସ୍ କିନ୍ତୁ ବିଜେପି ଉପରେ ଓଲଟା ଅଭିଯୋଗ କରି କହିଛି, ବିଜେପି ନିଜ ଲୋକଙ୍କୁ ବୁର୍ଖା ପିନ୍ଧାଇ ନକଲି ଭୋଟିଂ କରୁଛି। ଉଲ୍ଲେଖନୀୟ ଯେ, ଏହା ପୂର୍ବରୁ ଅପ୍ରେଲରେ ଯେତେବେଳେ ପ୍ରଥମ ପର୍ଯ୍ୟାୟ ଭୋଟିଂ ହୋଇଥିଲା ସେତେବେଳେ ଉତ୍ତରପ୍ରଦେଶର ମୁଜଫରନଗରରୁ ବିଜେପି ନେତା ସଞ୍ଜୀବ ବଲିୟାନ ମଧ୍ୟ ଏଭଳି ଅଭିଯୋଗ କରିଥିଲେ।