ସ୍ବାଗତ ସମାରୋହରେ ଦୁର୍ଘଟଣା,ୟୁପି ବିଜେପି ଅଧ୍ୟକ୍ଷଙ୍କ ଅଙ୍ଗୁଳି କଟି ହୋଇଗଲା ଅଲଗା

ଲକ୍ଷ୍ନୌ,୧୨।୮: ଉତ୍ତର ପ୍ରଦେଶର ବିଜେପି ଅଧ୍ୟକ୍ଷ ଓ ପରିବହନ ମନ୍ତ୍ରୀ ସ୍ବତନ୍ତ୍ର ଦେବ ସିଂଙ୍କ ସହିତ ଆଜି ଘଟିଛି ବଡ ଧରଣର ଦୁର୍ଘଟଣା। ମୁଜଫରନଗର ସର୍କୁଲାର ରୋଡରେ ସ୍ବାଗତ ସମାରୋହ ସମୟରେ ତାଙ୍କର ହାତର ଅଙ୍ଗୁଳି କଟି ଅଲଗା ହୋଇଯାଇଥିଲା। ଘଟଣା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା,ଯେଉଁଠାରେ ତାଙ୍କର ସର୍ଜରୀ ଚାଲିଛି। ମୁଜଫରନଗରରେ ଆଜି ସ୍ବତନ୍ତ୍ର ଦେବ ସିଂଙ୍କ ସ୍ବାଗତ ସମାରୋହ ଚାଲୁଥିବା ବେଳେ ତାଙ୍କ ଶୋଭାଯାତ୍ରାରେ ଶହ ଶହ ସଂଖ୍ୟାରେ ଗାଡି ସାମିଲ ହୋଇଥିଲା। ନିଜେ ପ୍ରଦେଶ ଅଧ୍ୟକ୍ଷ ମଧ୍ୟ ଟ୍ରକରେ ଚଢିଯାଇଥିଲେ।

ରାଲିରେ ବିଭିନ୍ନ ସ୍ଥାନରେ ସ୍ବାଗତ ହେଉଥିବା, ଏହି ସମୟରେ ବିକାଶ କଲୋନୀ ପାଖରେ ପହଁଞ୍ଚିବା ସମୟରେ ମହିଳା ମୋର୍ଚ୍ଚାର କର୍ମୀମାନେ ପ୍ରଦେଶ ଅଧ୍ୟକ୍ଷଙ୍କୁ ତଳକୁ ଓହ୍ଲାଇବା ପାଇଁ ଅନୁରୋଧ କରିଥିଲେ। କାରଣ ସେମାନେ ତାଙ୍କୁ ସମ୍ବର୍ଦ୍ଧିତ କରିବାକୁ ଚାହୁଁଥିଲେ। ଏହି ସମୟରେ ଟ୍ରକରୁ ଓହ୍ଲାଇବା ବେଳେ ତାଙ୍କ ଡାହଣ ହାତର ଛୋଟ ଅଙ୍ଗୁଳି କଟି ଅଲଗା ହୋଇଯାଇଥିଲା।

ଏହା ଦେଖି ବିଜେପି କର୍ମୀଙ୍କ ଭିତରେ ଧାଁ ଦଉଡ ପରିସ୍ଥିତି ଲାଗି ଯାଇଥିଲା। ସ୍ବତନ୍ତ୍ର ଦେବଙ୍କୁ  ତୁରନ୍ତ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ଏବେ ତାଙ୍କର ସର୍ଜରୀ କରାଯାଉଛି। ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀ ଓ ପୋଲିସ କର୍ମଚାରୀମାନେ ପହଁଞ୍ଚି ଯାଇଥିଲେ। ସର୍ଜରୀ ପରେ ସ୍ବତନ୍ତ୍ରଦେବ ଲକ୍ଷ୍ନୌ ଗସ୍ତରେ ବାହାରିବେ।

   ସମ୍ବନ୍ଧିତ ଖବର


ମହିଳାଙ୍କ ଉପରେ ମୁକେଶ ଖାନ୍ନାଙ୍କ ବିବାଦୀୟ ମନ୍ତବ୍ୟର ଭିଡିଓ ଭାଇରାଲ, ଫ୍ୟାନ୍ସ କହିଲେ-‘ଶକ୍ତିମାନ’ ନୁହେଁ ‘କିଲଭିସ୍’

ପୁଣି ସୀମାରେ ପାକିସ୍ତାନୀ ଡ୍ରୋନ୍, ବିଏସ୍‌ଏଫ୍‌ର ଫାୟରିଂ ପରେ ଫେରିଗଲା

ଲୁଚା ଛପା ଭାବରେ ନିଜ ଦେଶର ଲୋକଙ୍କୁ ଚୀନ୍ ଦେଉଛି ଟୀକା, ଅନ୍ୟ କାହାକୁ ଜଣାଇଲେ ଦୃଢ କାର୍ଯ୍ୟାନୁଷ୍ଠାନ ଧମକ

ବିବାହ ପାଇଁ ଧର୍ମପରିବର୍ତ୍ତନ ବୈଧ ନୁହେଁ, ଆହ୍ଲାବାଦ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି

ଖଇନି ଖାଇବାର ନିଶା: ଅଧାବାଟରେ ଟ୍ରେନର ଚେନ୍ ଟାଣି କିଣିବାକୁ ଗଲେ ଯାତ୍ରୀ, ଧରାପଡିବା ପରେ…

ରାଷ୍ଟ୍ରୀୟ ଏକତା ଦିବସ: ଲୌହ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ପରେଡରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ମୋଦି