ଲଭ ଜିହାଦକାରୀଙ୍କୁ ଯୋଗୀ ରୋକଠୋକ୍‌ ଶୁଣାଇଲେ ରାମ ନାମ ସତ୍ୟ ହୈ…ସୁଧୁରି ନଗଲେ ହୋଇଯିବ ଶେଷ

ନୂଆଦିଲ୍ଲୀ, ୩୧/ ୧୦: ଉତ୍ତର ପ୍ରଦେଶର ଯୋଗୀ ସରକାର ଲଭ ଜିହାଦ ଉପରେ ଅଙ୍କୁଶ ଲଗାଇବାକୁ ଯାଉଛନ୍ତି। ୟୁପିରେ ଲଭ ଜିହାଦ ମାମଲା ବଢ଼ୁଥିବାକୁ ନଜରରେ ରଖି ସିଏମ୍‌ ଯୋଗୀ ଏଭଳି ମାମଲାରେ ସଂପୃକ୍ତ ରହୁଥିବା ଲୋକଙ୍କୁ କଡ଼ା ଚେତାବନୀ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶନିବାର ଦେବାରିୟାରେ ନିର୍ବାଚନ ରାଲି ସମ୍ବୋନ୍ଧନ କରି କହିଛନ୍ତି ଯେ, ଗତକାଲି ହାଇକୋର୍ଟ ଏକ ଆଦେଶ ଦେଇଛନ୍ତି ଯେ, ବିବାହ ପାଇଁ ଧର୍ମ ପରିବର୍ତ୍ତନ କରିବା ଅବୈଧ ଅଟେ। ସରକାର ଖୁବଶୀଘ୍ର ଲଭ ଜିହାଦ ଉପରେ ଖୁବଶୀଘ୍ର ଅଙ୍କୁଶ ଲଗାଇବାକୁ ଯାଉଛନ୍ତି। ଲଭ ଜିହାଦକୁ ରୋକିବା ପାଇଁ ରାଜ୍ୟ ସରକାର ଖୁବଶୀଘ୍ର ନୂଆ ଆଇନ୍‌ ପ୍ରଣୟନ କରିବାକୁ ଯାଉଛନ୍ତି ବୋଲି ଯୋଗୀ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ମୁଁ ସେଇ ଲୋକ ମାନଙ୍କୁ ଚେତାବନୀ ଦେଉଛି ଯେଉଁ ଲୋକ ମାନେ ନିଜ ପରିଚୟ ଲୁଚାଇ ଝିଅ ପିଲାଙ୍କର ସମ୍ମାନର ସହିତ ଖେଳୁଛନ୍ତି। ସେମାନେ ସୁଧୁରି ଯାଆନ୍ତୁ। ଯଦି ନ ସୁଧୁର ତେବେ ସେମାନଙ୍କର ରାମ-ନାମ ସତ୍ୟର ଯାତ୍ରା ବାହାରିକୁ ଯାଉଛି ବୋଲି ଯୋଗୀ କହିଛନ୍ତି।

ଯୋଗୀ ଆହୁରି କହିଛନ୍ତି ଯେ, ସେଥିଲାଗି ଆମେ ମିଶନ ଶକ୍ତି କାର୍ଯ୍ୟକ୍ରମ ଚଳାଉଛୁ। ମିଶନ ଶକ୍ତି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଆମେ ସମସ୍ତ ମା-ଭଉଣୀଙ୍କୁ ସୁରକ୍ଷା ସୁନିଶ୍ଚିତ କରିବା ଆମେ ମା ଭଉଣୀଙ୍କର ସମ୍ମାନର ରକ୍ଷା କରିବୁ ବୋଲି ସେ କହିଛନ୍ତି।

   ସମ୍ବନ୍ଧିତ ଖବର


କାହାକୁ ନଜଣାଇ ଲୁଚିଛପି କିମ ଜୋଙ୍ଗ ଉନ ନିଜ ପରିବାର ସହ ନେଇଗଲେ କରୋନା ଟିକା, ଜାଣନ୍ତୁ କେଉଁଠୁ ପାଇଲେ ସେ ଟିକା ?

ଥରେ କି ଦୁଇଥର ନୁହେଁ ଏବେ ତୃତୀୟଥର ପାଇଁ କରୋନାକୁ ମାତ୍ ଦେଲେ ଏହି ମହିଳା, ବୟସ ଜାଣିଲେ ଆଶ୍ଚର୍ଯ୍ୟ ହେବେ…

୧୨୬ ବର୍ଷରେ ପ୍ରଥମ ଥର ପାଇଁ ଜଣେ ଭାରତୀୟ ହେବେ ବାଟାର ବସ୍

ଆତଙ୍କବାଦୀକୁ “ସୈନ୍ୟ ସମ୍ନାନ” ଭୂଷିତ କରୁଛି ପାକିସ୍ତାନ ? 26/11 ଆକ୍ରମଣରେ ନିଭାଇଥିଲା ବଡ ଭୁମିକା…

ତଦନ୍ତ ବେଳେ ଆଶ୍ଚର୍ଯ୍ୟ ହୋଇଗଲା ପୁଲିସ- ହତ୍ୟା ଅଭିଯୋଗ କରିଥିବା ବ୍ୟକ୍ତି ହଁ ହତ୍ୟାକାରୀ

ଏହି ରାଜନେତାଙ୍କୁ ହୃଦୟ ଦେଇବସିଛନ୍ତି ଦାଉଦର ଗର୍ଲଫ୍ରେଣ୍ଡ ହୟାତ୍