ୟୁପିରେ ଯୋଗୀଙ୍କ ରଣହୁଙ୍କାର: ଅବ୍‌ କୀ ବାର୍‌ ୭୪ ପାର୍‌

୨୦୧୪ ଲୋକସଭା ନିର୍ବାଚନରେ ବିଜେପି ଉତ୍ତର ପ୍ରଦେଶରେ ରେକର୍ଡ ସ୍ଥାପନ କରିଥିଲା । ରାଜ୍ୟର ୮୦ ଲୋକସଭା ଆସନ ମଧ୍ୟରୁ ଦଳ ଏକାକୀ ୭୧ରେ ବିଜୟୀ ହୋଇଥିଲା । ଏଥର କିନ୍ତୁ ଦଳ ପାଇଁ ରାଜ୍ୟରେ ଅନେକ ଆହ୍ୱାନ ଦେଖାଦେଇଛି । ଏସ୍‌ପିବିଏସ୍‌ପି-ଆର୍‌ଏଲ୍‌ଡି ମଧ୍ୟରେ ମେଣ୍ଟ ହୋଇଥିବା ବେଳେ କଂଗ୍ରେସ ସ୍ଥିତି ପୂର୍ବାପେକ୍ଷା ସୁଦୃଢ଼ ହୋଇଛି । ଏହାସତ୍ତେ୍ୱ ବିଜେପି ଏଥର ଲୋକସଭା ନିର୍ବାଚନରେ ୭୪ ଆସନରେ ବିଜୟୀ ହେବ ବୋଲି ଦଳୀୟ ନେତା ତଥା ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଶା ରଖିଛନ୍ତି । ଏହି ଆଶା ରଖି ଯୋଗୀ ଦଳୀୟ ନେତାମାନଙ୍କୁ ଟାର୍ଗେଟ୍‌ ଦେଇଛନ୍ତି । ଏକ କବିତା ପଢ଼ି ଦଳୀୟ କର୍ମକର୍ତ୍ତାଙ୍କୁ ସେ ‘ଅବ୍‌ କୀ ବାର୍‌ ୭୪ ପାର୍‌’ ଏବଂ ‘ଫିର୍‌ ଏକ୍‌ବାର୍‌ ମୋଦି ସରକାର’ ବୋଲି କହିଛନ୍ତି । ଯୋଗୀ ଆଦିତ୍ୟନାଥ ଆଜି ଦଳୀୟ କର୍ମକର୍ତ୍ତାଙ୍କୁ ଉଦ୍‌ବୋଧନ ଦେବା ପୂର୍ବରୁ ଟ୍ୱିଟ୍‌ କରି ମଧ୍ୟ ସମାନ କଥା କହିଥିଲେ । ସେ କହିଥିଲେ, ଉତ୍ତର ପ୍ରଦେଶରେ ବିଜେପି ପୂର୍ବ ନିର୍ବାଚନ ତୁଳନାରେ ଅଧିକ ଆସନ ହାତେଇବ । ଏଥିରେ ଆଦୌ ସନ୍ଦେହ ନାହିଁ । ରାଜ୍ୟରେ ୭୪ରୁ ଅଧିକ ଆସନ ଲକ୍ଷ୍ୟ ନେଇ ଦଳ ଆଗକୁ ବଢ଼ିବ । ଏମିତି କି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନିର୍ବାଚନ ମଣ୍ଡଳୀ ଆମେଥି ଏବଂ ଆଜମ୍‌ଗଡ଼ରେ ମଧ୍ୟ ବିଜେପି ହିଁ ଜିତିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

   ସମ୍ବନ୍ଧିତ ଖବର


ବିଧାନସଭାରେ ଆସିବ ୧୨ ବିଲ୍‌ – ୨୫ରେ ସର୍ବଦଳୀୟ ବୈଠକ

କୃଷି ଅଧ୍ୟାଦେଶ ବିରୋଧରେ କେନ୍ଦ୍ର କ୍ୟାବିନେଟ୍‌ରୁ ଇସ୍ତଫା ଦେଲେ ଅକାଳି ନେତ୍ରୀ

ବିଷ ପିଇ ଆତ୍ମହତ୍ୟା କଲେ ଆପ୍ ନେତା, କଂଗ୍ରେସ କାଉନସିଲରଙ୍କ ବିରୋଧରେ ପରିବାର ଲୋକ ରୁଜୁ କଲେ ମାମଲା

ଲୋକସଭାରେ ବିଲ୍ ପାସ୍, ୩୦% ହ୍ରାସ ପରେ ଜାଣନ୍ତୁ କେତେ ଟଙ୍କା ପାଇବେ ସାଂସଦ

୨ୟ ଥର ପାଇଁ ରାଜ୍ୟସଭା ଉପାଧ୍ୟକ୍ଷ ହେଲେ ହରିବଂଶ

ମୋଦିଙ୍କୁ ରାହୁଲଙ୍କ ସିଧାସଳଖ ଟାର୍ଗେଟ: ଟୁଇଟ୍ କରି କହିଲେ- ‘ନିଜର ଜୀବନ ନିଜେ ବଞ୍ଚାନ୍ତୁ, ପ୍ରଧାନମନ୍ତ୍ରୀ ମୟୁର ସହ ବ୍ୟସ୍ତ ଅଛନ୍ତି’