PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

ଲକ୍ଷ୍ନୌ ସମେତ ୟୁପିରେ ୨୦ ସହରରେ ଜାରି ରହିବ କରୋନା କର୍ଫ୍ୟୁ , ଅନ୍ୟ ସ୍ଥାନରେ ୫ଦିନ ଖୋଲିବ ଦୋକାନ

ଲକ୍ଷ୍ନୌ : ଉତ୍ତର ପ୍ରଦେଶରେ କରୋନାର ମାମଲା କମ୍‌ ହେବା ଭିତରେ କରୋନା କର୍ଫ୍ୟୁକୁ ନେଇ ନୂଆ ଗାଇଡ୍‌ ଲାଇନ୍‌ ଜାରି ହୋଇଛି । ପ୍ରଦେଶରେ ନାଇଟ୍‌ କର୍ଫ୍ୟୁ ଓ ୱିକେଣ୍ଡ ଲକ୍‌ଡାଉନ୍‌ ଜାରି ରହିବ । ୬୦୦ରୁ ଅଧିକ କରୋନା ମାମଲା ଥିବା ଜିଲ୍ଲା ଗୁଡ଼ିକରେ ଏବେ କରୋନାକୁ ନେଇ ନିୟମ କଡ଼ାକଡ଼ି ରହିବ।

ଉତ୍ତର ପ୍ରଦେଶରେ ୱିକେଣ୍ଡ ଲକ୍‌ଡାଉନ୍‌ ସହ ୫ଦିନ ଦୋକାନ ଖୋଲା ରହିବ । ନାଇଟ୍‌ କର୍ଫ୍ୟୁ ଜାରି ରହିବ । ୬୦୦ରୁ ଅଧିକ ଆକ୍ଟିଭ୍‌ କେସ୍‌ ଥିବା ସହରରେ କୌଣସି ବି ଉପାୟରେ କୋହଳ କରା ନଯିବାର ନିଷ୍ପତ୍ତି ନିଆଯାଇଛି । ଲକ୍ଷ୍ନୌ, ମୁରାଦାବାଦ , ମିରଠ ସମେତ ୨୦ଟି ସହରରେ ବର୍ତ୍ତମାନ କୌଣସି କୋହଳ ହେବ ନାହିଁ । ଅନ୍ୟ ସହର ଗୁଡ଼ିକରେ ୱିକେଣ୍ଡ ଲକ୍‌ଡାଉନ୍‌ର ନୂଆ ଗାଇଡ୍‌ ଲାଇନ୍‌ ସହ ଖୋଲା ଯିବ ।

କଣ୍ଟେନମେଣ୍ଟ ଜୋନକୁ ଛାଡ଼ି ପ୍ରଦେଶରେ ଦୋକାନ ସକାଳ ୭ଟାରୁ ସନ୍ଧ୍ୟା ୭ଟା ଯାଏ ଖୋଲିବାର ଅନୁମତି ରହିଛି । ଏହି କୋହଳ ୫ଦିନ ହେବ । ଶନିବାର ଓ ରବିବାର ବନ୍ଦ ରହିବ । ଯେଉଁ  ଜିଲ୍ଲା ଗୁଡ଼ିକରେ କରୋନାର ଆକ୍ଟିଭ୍‌ କେସ୍‌ର ସଂଖ୍ୟା ଆଜି ୬୦୦ରୁ ଅଧିକ , ସେଠାରେ ବର୍ତ୍ତମାନ କୌଣସି କୋହଳ କରାଯିବନାହିଁ ।