PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଷ୍ଟାଡ଼ିୟମ୍‌ରେ ଖେଳା ଯିବ ଆଇପିଏଲ ୨୦୨୨ ଫାଇନାଲ
  • ||
  • ଆନନ୍ଦପୁର : ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ, ୧୫ ଭରି ସୁନାଅଳଙ୍କାର ସହ ନଗଦ ୫୨ ହଜାର ଟଙ୍କା ଲୁଟ୍
  • ||
  • ସୋର : ଗୋରୁ ବୋଝେଇ କଣ୍ଟେନର ଜବତ, ୪୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର, ୧୧ ଗିରଫ
  • ||
  • ସମାନ ନାଗରିକ ସଂହିତା ଲାଗୁ କରିବା ପ୍ରସ୍ତୁତିରେ ମୋଦି ସରକାର , ପ୍ରଥମେ ଉତ୍ତରାଖଣ୍ଡରେ ଏହି ଆଇନ୍‌ ଲାଗୁ କରାଯିବାର ଅଭ୍ୟାସ ଆରମ୍ଭ କରାଯାଇଛି
  • ||
  • ଗୁଜରାଟରେ ବଡ଼ ବିଜୟର ପ୍ରସ୍ତୁତିରେ ବିଜେପି , କଂଗ୍ରେସ ଦୁର୍ବଳତାର ବି ମିଳିବ ଫାଇଦା
  • ||

ମୁଲାୟମଙ୍କ ସଡୁ ଓ କଂଗ୍ରେସର ପୋଷ୍ଟର ଗର୍ଲ ବିଜେପିରେ ଯୋଗଦେଲେ, ପ୍ରମୋଦ ଗୁପ୍ତା କହିଲେ-ନେତାଜୀଙ୍କୁ ବନ୍ଦୀ କରି ରଖିଛନ୍ତି ଅଖିଳେଶ

ଲକ୍ଷ୍ନୌ,୨୦।୧: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଓ ସମାଜବାଦୀ ପାର୍ଟିକୁ ବିଜେପି ଦେଇଛି ବଡ ଝଟକା। ଏବେ ମୁଲାୟମ ସିଂ ଯାଦବଙ୍କ ସଡୁ ପ୍ରମୋଦ ଗୁପ୍ତା ଓ କଂଗ୍ରେସର ପୋଷ୍ଟର ଗର୍ଲ ପ୍ରିୟଙ୍କା ମୋର୍ଯ୍ୟା ବିଜେପିରେ ଯୋଗ ଦେଇଛନ୍ତି। ଏହା ପୂର୍ବରୁ ମୁଲାୟମଙ୍କ ସାନ ବୋହୁ ଅପର୍ଣ୍ଣା ଯାଦବ ବିଜେପିରେ ଯୋଗ ଦେଇଥିଲେ। ଏହି ଦୁହିଁଙ୍କ ବ୍ୟତୀତ ରିଟାୟର୍ଡ ପ୍ରଶାସନିକ ଅଧକାରୀ  କିଶନ ସିଂ ଅଟୋରିୟା, ଲୋକ ଗାୟିକା ବନ୍ଦନା ମିଶ୍ର, ସମାଜବାଦୀ ପାର୍ଟିର ଏଟାରୁ ଯୁବ ନେତା ମନୋଜ ମୋଣ୍ଟୁ, ସମାଜବାଦୀ ପାର୍ଟି ନେତା ଅଜିତ ସିଂ ଚୌହାନ ମଧ୍ୟ ଆଜି ବିଜେପିର ହାତ ଧରିଛନ୍ତି।

ବିଜେପିରେ ଆସିବା ପୂର୍ବରୁ ପ୍ରମୋଦ ଗୁପ୍ତା ବଡ ବୟାନ ଜାରି କରିଛନ୍ତି। ସେ କହିଛନ୍ତି, ମୁଲାୟମଙ୍କୁ ଅଖିଳେଶ ଏକ ପ୍ରକାର ବନ୍ଦୀ କରି ରଖିଛନ୍ତି। ପାର୍ଟିରେ ଆଜି ନେତାଜୀ(ମୁଲାୟମ)ଙ୍କ ସ୍ଥିତି ଖୁବ୍ ଖରାପ। ଦଳରେ ଆଜି ଅପରାଧୀ ଓ ଜୁଆଡିଙ୍କୁ ଅଣାଯାଉଛି। l କେବଳ ସେତିକି ନୁହେଁ କଂଗ୍ରେସର ପୋଷ୍ଟର ଗାର୍ଲ ପ୍ରିୟଙ୍କା ମୌର୍ଯ୍ୟା ମଧ୍ୟ ବିଜେପିର ହାତ ଧରିଛନ୍ତି। ପ୍ରିୟଙ୍କା ମୋର୍ଯ୍ୟ କଂଗ୍ରେସର ଅଭିଯାନ ‘ଲଡକି ହୁଁ, ଲଢ ସକତି ହୁଁ’ର ପୋଷ୍ଟର ଗର୍ଲ ଥିଲେ। ସେ ଅଭିଯୋଗ କରିଛନ୍ତି ଯେ, ପ୍ରିୟଙ୍କା ଗାନ୍ଧିଙ୍କ ସଚିବ ଟିକେଟ ପାଇଁ ତାଙ୍କୁ ଟଙ୍କା ମାଗିଥିଲେ।

ଉଲ୍ଲେଖନୀୟ ଯେ, ପ୍ରମୋଦ ଗୁପ୍ତା ହେଉଛନ୍ତି ମୁଲାୟମଙ୍କ ଦ୍ବିତୀୟ ପତ୍ନୀ ସାଧନା ଗୁପ୍ତାଙ୍କ ସମ୍ପର୍କୀୟ। ୨୦୦୭ ରେ ପ୍ରମୋଦ କୁମାର ଗୁପ୍ତା ସମାଜବାଦୀ ପାର୍ଟିର ବିଧୁନା ବିଧାନସଭାରୁ ବିଧାୟକ ନିର୍ବାଚିତ ହୋଇଥିଲେ। ବିଧୁନାର ବିଧାୟକ ବିନୟ ଶାକ୍ୟ ଗତ କିଛି ଦିନ ତଳେ ସମାଜବାଦୀ ପାର୍ଟିର ଯୋଗଦେଇଥିଲେ, ଯାହାଙ୍କ ଉପରେ ପ୍ରମୋଦ ଗୁପ୍ତା ପ୍ରଶ୍ନ ଉଠାଇଥିଲେ। ପ୍ରମୋଦ ଗୁପ୍ତା ମୁଲାୟମ ସିଂ ଯାଦବଙ୍କ ସହିତ ଶିବପାଳ ଯାଦବଙ୍କର ଖୁବ୍ ନିକଟତମ ଥିଲେ। ପ୍ରମୋଦ ଗୁପ୍ତା କହିଛନ୍ତି, ମୁଲାୟମଙ୍କ ସହିତ ଅଖିଳେଶ ଭଲ ବ୍ୟବହାର କରୁନାହାନ୍ତି। ମୁଲାୟମଙ୍କୁ ସେ ନିଜ ସାଙ୍ଗରେ ଅଫିସ ନେଇକି ଯାଉଛନ୍ତି ଓ ସାଙ୍ଗରେ ନେଇକି ଆସୁଛନ୍ତି। ଏପରିକି ମୁଲାୟମଙ୍କ ମାଇକ ବି ଛଡାଇକି ନେଇଯାଉଛନ୍ତି।

ସମ୍ବନ୍ଧିତ ଖବର