PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଳେଶ୍ଵର : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ
  • ||
  • ରାଜ୍ୟ: କରୋନାରେ ଆଖିବୁଜିଲେ ୧୭ ଜଣ ସଂକ୍ରମିତ, ମୃତକଙ୍କ ସଂଖ୍ୟା ୨୧୨୧କୁ ଛୁଇଁଲା
  • ||
  • ଓଡ଼ିଶାରେ ୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୫୨୧ ଜଣ ଆକ୍ରାନ୍ତ
  • ||
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

ସିଏଏ ବିରୋଧ: ହିଂସାକାଣ୍ଡ ଘଟାଇଥିବା ବିକ୍ଷୋଭକାରୀଙ୍କ ସମ୍ପତ୍ତି ଜବତ ପ୍ରକ୍ରିୟା ଆରମ୍ଭ କଲେ ୟୁପି ସରକାର, ୩୦ ଦିନ ଭିତରେ ସାରିବାକୁ ନିର୍ଦ୍ଦେଶ

ନୁଆଦିଲ୍ଲୀ ୨୨/୧୨: ନାଗରିକତା ଆଇନ ବିରୁଦ୍ଧରେ ହିଂସା ପ୍ରଦର୍ଶନ କରୁଥିବା ବିକ୍ଷୋଭକାରୀଙ୍କ ସମ୍ପତ୍ତିର ନିଲାମୀ କାର୍ଯ୍ୟ ଆରମ୍ଭ ହୋଇସାରିଛି । ହିଂସାରେ ସାମିଲ ଜଣେ ବ୍ୟକ୍ତି ତହସିଲଦାରଙ୍କ ଦ୍ୱାରା ୭୨ ହଜାର ଟଙ୍କାର ରାଶି ଜମା ନକରିପାରିବାରୁ ତାଙ୍କ ଦୋକାନକୁ ସିଲ୍ କରିଦିଆଯାଇଛି । ଏହା ପୂର୍ବରୁ କାଲି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଥିଲେ ଯେ ପ୍ରଦର୍ଶନରେ ହିଂସାକାଣ୍ଡ ଘଟାଉଥିବା ଲୋକଙ୍କୁ ଚିହ୍ନଟ କରି ତାଙ୍କ ସମ୍ପତ୍ତି ନିଲାମ କରାଯିବ ।

ଶୁକ୍ରବାର ସକାଳେ ହିଂସାରେ ସାମିଲ ଲୋକଙ୍କୁ କୋର୍ଟରେ ହାଜର ସମୟରେ ମଧ୍ୟ ଓକିଲଙ୍କୁ ବିରୋଧର ସାମ୍ନା କରିବାକୁ ପଡିଥିଲା । କୋର୍ଟରେ ଅଭିଯୁକ୍ତଙ୍କୁ ହାଜର କରାଇବା ସମୟରେ ସେଠାରେ ଥିବା ଓକିଲମାନେ ତାଙ୍କୁ ମାରପିଟ୍ କରିଥିଲେ । ଆପଣଙ୍କୁ କହିରଖୁଛୁ ଲକ୍ଷ୍ନୌ ସମେତ ସାରା ଉତ୍ତର ପ୍ରଦେଶରେ ଗୁରୁବାର ସନ୍ଧ୍ୟାରୁ ଏପର୍ଯ୍ୟନ୍ତ ୩ ହଜାର ଗିରଫ ହୋଇସାରିଲେଣି । କେବଳ ଲକ୍ଷ୍ନୌରେ ୩୫୦ ଲୋକଙ୍କୁ ଗିରଫ କରାଯାଇଛି ।

ଉତ୍ତର ପ୍ରଦେଶର ଅଧିକାଂଶ ଜିଲ୍ଲାରେ ଏବେ ୧୪୪ ଧାରା ଲାଗୁ ହୋଇଛି । ମଉ, ଅଲୀଗଡ, ପ୍ରୟାଗରାଜ ସମେତ ପ୍ରାୟ ୧୫ ଜିଲ୍ଲାରେ ଇଣ୍ଟରନେଟ୍ ସେବା ରୋକିଦିଆଯାଇଛି । ଅନ୍ୟପଟେ ଟେଲିକମ୍ ସର୍ଭିସକୁ ମଧ୍ୟ କଡା ୱାର୍ଣ୍ଣିଂ ଦିଆଯାଇଛି ଯେ ଟେକ୍ସଟ୍ ମେସେଜକୁ ମଧ୍ୟ ରୋକି ଦିଆଯାଉ । ତେବେ ୩୦ ଦିନ ଭିତରେ ହିଂସାକାଣ୍ଡ ଘଟାଇଥିବା ବିକ୍ଷୋଭକାରୀଙ୍କ ସମ୍ପତ୍ତି ଜବତ ହେବ ।

ସମ୍ବନ୍ଧିତ ଖବର