ଯେଉଁ ମହିଳା ୪ ବର୍ଷ ପର୍ଯ୍ୟନ୍ତ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ,ତାଙ୍କୁ ଅଧା ରାତିରେ ମନ୍ଦିରରେ ବିବାହ କଲେ ଏସଡିଏମ୍

ଗୋରଖପୁର,୧୩।୧୦: ଉତ୍ତର ପ୍ରଦେଶରେ ଜଣେ ବରିଷ୍ଠ ଅଧିକାରୀ ସେହି ମହିଳାଙ୍କୁ ବିବାହ କରିଛନ୍ତି, ଯିଏ ତାଙ୍କ ଉପରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ। ଏ ସମ୍ପର୍କରେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇ କହିଚନ୍ତି,   ଶୁକ୍ରବାର ୩୫ ବର୍ଷୀୟ ଜଣେ ମହିଳା ହାପୁଡ ଏସଡିଏମ ଦିନେଶ କୁମାରଙ୍କ ବିରୋଧରେ ଅଭିଯୋଗ କରିବା ସହ ବିବାହ କରିବାର ପ୍ରତିଶୃତି ଦେଇ ତାଙ୍କୁ ୪ ବର୍ଷ ଧରି ଯୌନ ଶୋଷଣ କରୁଥିଲେ। ଏହି କାରଣରୁ ତାଙ୍କର ୨ଥର ମଧ୍ୟ ଗର୍ଭପାତ କରାଯାଇଥିଲା।

ଦିନେଶ କୁମାର ନିକଟରେ ଖଡ୍ଡାରୁ ହାପୁଡକୁ ବଦଳି ହୋଇ ଆସିଥିଲେ। ସେ ଶୁକ୍ରବାର ନିଜର ଘରୁ କିଛି ଜିନିଷ ଆଣିବାକୁ ଆସିଥିଲେ। ଅଭିଯୋଗ ଆଧାରରେ ଜିଲ୍ଲପାଳ ଅନିଲ କୁମାର ସିଂ ଏହି ମାମଲାର ତୁରନ୍ତ ଯାଞ୍ଚ କରିବାର ନିର୍ଦେଶ ଦେଇଥିଲେ।କିନ୍ତୁ ଅଧା ରାତିରେ ଦୁହେଁ ପଡରୋନା ଗାୟତ୍ରୀ ମନ୍ଦିରରେ ବିବାହ କରି ନେଇଥିଲେ। ଏହି ସମୟରେ ସଦର ଏସଡିଏମ୍ ରମକେଶ ଯାଦବ ଓ ହାଟା ଏସଡିଏମ୍ ପ୍ରମୋଦ ତିଓ୍ବାରି ମଧ୍ୟ ଉପସ୍ଥିତ ଥିଲେ। ଏହି ସୂଚନା କୁଶିନଗରର ଏଡିଏମ ଦେଇଛନ୍ତି।

   ସମ୍ବନ୍ଧିତ ଖବର


ପ୍ରତିଦିନ ଗୋଟେ ପ୍ୟାକେଟ୍ ସିଗାରେଟ୍ ସେବନ କରୁଥିଲେ ଏହି ବ୍ୟକ୍ତି, ମୃତ୍ୟୁପରେ ଡାକ୍ତର ଦେଖିଲେ ଫୁସଫୁସ୍ ପାଲଟି ଯାଇଥିଲା କୋଇଲା ଭଳି କଳା

ପିଲାବେଳର ଏହି ଫଟୋ ଏବଂ କବିତା ସେୟାର କରି ଜେଜେ ମା’ ଇନ୍ଦିରା ଗାନ୍ଧିଙ୍କୁ ମନେପକାଇଲେ ପ୍ରିୟଙ୍କା, ଟ୍ବିଟ୍ କରି ରାହୁଲ ଦେଲେ ଶ୍ରଦ୍ଧାଞ୍ଜଳି

ଦୁଷ୍କର୍ମ ପାଇଁ ଉଦ୍ୟମ କରୁଥିବା ସମୟରେ କିଛି ଲୋକ ବଞ୍ଚାଇଲେ, ପରେ ସେମାନେ ହିଁ କଲେ ଗଣଦୁଷ୍କର୍ମ

ଦିଲ୍ଲୀ –ଉତ୍ତରାଖଣ୍ଡ ସହିତ ଉତ୍ତର ଭାରତର ବହୁ ସହରରେ ଭୂକମ୍ପ ଝଟକା ଅନୁଭୂତ