PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟ: କରୋନାରେ ଆଖିବୁଜିଲେ ୧୭ ଜଣ ସଂକ୍ରମିତ, ମୃତକଙ୍କ ସଂଖ୍ୟା ୨୧୨୧କୁ ଛୁଇଁଲା
  • ||
  • ଓଡ଼ିଶାରେ ୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୫୨୧ ଜଣ ଆକ୍ରାନ୍ତ
  • ||
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

ପୁଣି ୟୁପିର ସିଏଏ ହିଂସାକାଣ୍ଡ ଆଶଙ୍କ ! ୧୫ଟି ସହରରେ ଇଣ୍ଟରନେଟ୍‌ ବନ୍ଦ, ହାଇ ଆଲର୍ଟ ଜାରି


ଲକ୍ଷ୍ମୌ ୨୭/୧୨: ନାଗରିକତା ସଂଶୋଧନ ଆଇନକୁ ନେଇ ହିଂସାକାଣ୍ଡ ଘଟିବା ଆଶଙ୍କାରେ ଉତ୍ତରପ୍ରଦେଶର ୧୫ଟି ସହରରେ ଇଣ୍ଟରନେଟ ସେବାକୁ ଗୁରୁବାର ବନ୍ଦ କରିଦିଆଯାଇଛି । ରାଜ୍ୟର ବିଜନୋର, ମଥୁରା, ଆଗ୍ରା, ବୁଲନ୍ଦସହର, ସାମଲି, ଫିରୋଜାବାଦ ଓ ସାହରନପୁର ଆଦି ଜିଲ୍ଲାଗୁଡିକରେ ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଇଛି ।

ଆଜି ଜୁମାର ନମାଜ ଥିବାରୁ ମସଜିଦରେ ପ୍ରାର୍ଥନା ପରେ ଆନ୍ଦୋଳନ ବ୍ୟାପିବାର ଆଶଙ୍କା ରହିଛି। ପ୍ରାର୍ଥନା ପରେ ହିଂସାକାଣ୍ଡ ଘଟିବାର ସମ୍ଭାବନା ଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ଆଶଙ୍କା କରାଯାଇଛି । ରାଜଧାନୀ ଲକ୍ଷ୍ମୌ ରେ ହିଂସାକାଣ୍ଡ ଘଟିବା ପରେ ଗତ ସପ୍ତାହରେ ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଇଥିଲା । ତେବେ ସେଠାରେ ପରିସ୍ଥିତି ସ୍ୱାଭାବିକ ହେବାରୁ ବୁଧବାର ପୁଣି ଇଣ୍ଟରନେଟ ସେବା ଚାଲୁ କରାଯାଇଛି । ଏହି ଆଇନକୁ ବିରୋଧ କରି ୟୁପିରେ ସର୍ବାଧିକ ହିଂସାକାଣ୍ଡ ଘଟିଛି । ତେଣୁ ଆଇନ ଶୃଙ୍ଖଳା ଦୃଷ୍ଟିରୁ ରାଜ୍ୟର ୧୫ଟି ସହରରେ ହାଇ ଆଲର୍ଟ ଜାରି କରାଯାଇଛି।

ୟୁପି ହିଂସା ଘଟଣାରେ ପୋଲିସ ଏବେ ସୁଦ୍ଧା ୩୨୭ଟି ଏଫଆଇଆର ରୁଜୁ କରିଥିବା ବେଳେ ୧୧ଶହ ୧୩ଜଣଙ୍କୁ ଗିରଫ କରିଛି । ଏହାସହ ୫ ହଜାର ୫ଶହ ଜଣଙ୍କୁ ଅଟକ ରଖିଛି। ସେହିପରି ସୋସିଆଲ ମିଡିଆରେ ୧୯ ହଜାର ଆପତ୍ତିଜନକ ପୋଷ୍ଟ  ପାଇଁ ୯୩ଟି ଏଫଆଇଆର ରୁଜୁ ହୋଇଛି । ଗତ ସପ୍ତାହରେ ହୋଇଥିବା ହିଂସାକାଣ୍ଡରେ ୧୯ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୨୮୮ ଜଣ ଆହତ ହୋଇଥିଲେ। ଏମାନଙ୍କ ମଧ୍ୟରେ ୬୧ ଜଣ ପୋଲିସ ଅଛନ୍ତି ।