ୟୁପି: ନଡା ଜଳାଇବାରୁ ୩ ଚାଷୀଙ୍କୁ ଗିରଫ କଲା ପୋଲିସ

ନୋଏଡା ୧୯/୧୧: ଦେଶର  ରାଜଧାନୀ ଦିଲ୍ଲୀ ସମେତ ଅନେକ ସହର ଏବେ ପ୍ରଦୂଷଣ କବଳରେ ପଡିଛି । ଦିଲ୍ଲୀରେ ପ୍ରଦୂଷଣ ଭୟାନକ ସ୍ଥିତିରେ ପହଞ୍ଚିଛି । ଏହାକୁ ନଜରରେ ରଖି ସୁପ୍ରିମକୋର୍ଟ ନଡା ନଜଳାଇବା ପାଇଁ ପରାମର୍ଶ ଦେଇଛନ୍ତି ଏବଂ  ଏହା ଉପରେ କଡା କାର୍ଯ୍ଯାନୁଷ୍ଠାନ ନେବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ଯପଟେ ଏନଜିଟି ତରଫରୁ ମଧ୍ୟ ନଡା ଜଳାଇବା ଉପରେ ପ୍ରତିବନ୍ଧକ ଲଗାଯାଇଛି  । ଏହି ସମସ୍ତ ପ୍ରତିବନ୍ଧକ ସତ୍ତ୍ୱେ ଏନସିଆର୍ ଅଞ୍ଚଳରେ ଅନେକ ଚାଷୀ ଏହାକୁ ଖୋଲାଖୋଲି ଭାବେ ଉଲ୍ଲଙ୍ଘନ କରୁଛନ୍ତି । ଏବେ ଏମିତି ଚାଷୀଙ୍କ ଉପରେ ପୋଲିସ କାର୍ଯ୍ଯାନୁଷ୍ଠାନ ନେବା ଆରମ୍ଭ କରିଦେଇଛି । ୟୁପି ପୋଲିସ ଜେୱରରେ ନଡା ଜଳାଇବା ନେଇ ୩ ଚାଷୀଙ୍କୁ ଗିରଫ କରିଛି ।

ନୋଏଡାର ଜେୱରରେ ପୋଲିସ ନଡା ଜଳାଇବା ନେଇ ୩ କୃଷକଙ୍କୁ ଗିରଫ କରିଛି । କୁହାଯାଉଛି ଏହି ଚାଷୀମାନେ ଗତ ରାତିରେ ଜମିରେ ନଡା ଜଳାଇଥିଲେ । ପୋଲିସ ଏହି ମାମଲାରେ ୩ ଜଣଙ୍କୁ ଗିରଫ କରିଛି । ପୋଲିସ କହିବାନୁସାରେ ନଡା ଜଳାଇବା ଯୋଗୁଁ ପ୍ରଦୂଷଣ ବ୍ୟାପୁଛି ଯାହା କି ସୁପ୍ରିମକୋର୍ଟ ଏବଂ ଏନଜିଟି ନିର୍ଦ୍ଦେଶ ବିରୁଦ୍ଧ । ପୋଲିସ କହୁଛି ଯେ ଲୋକଙ୍କୁ ଏନେଇ ସଚେତନ କରାଯାଉଛି ।

   ସମ୍ବନ୍ଧିତ ଖବର


କଂଗ୍ରେସ ଓ ପାକିସ୍ତାନୀ ନେତାଙ୍କ ବୟାନ ଭିନ୍ନ ନୁହେଁ: ଅମିତ ଶାହ

ଏବେ ବୃଦ୍ଧ ପିତାମାତାଙ୍କୁ ଅତ୍ୟାଚାର କଲେ ୬ ମାସ ଜେଲ, ଲୋକସଭାରେ ବିଲ୍ ଉପସ୍ଥାପିତ

ବିଶ୍ବର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ସାନା ମରିନଙ୍କ କ୍ୟାବିନେଟରେ ସ୍ଥାନ ପାଇବେ ୧୨ ମହିଳା

ଉତ୍ତରପୂର୍ବ ଅଶାନ୍ତ: ସ୍ଥିତି ନିୟନ୍ତ୍ରଣ ପାଇଁ ଇଣ୍ଟରନେଟ୍ ବନ୍ଦ, ଗଲେ ୫ହଜାର ସୁରକ୍ଷାକର୍ମୀ