ପ୍ରମୁଖ ଖବର
  • କାମାକ୍ଷାନଗର: ଅଜଣା ଗାଡ଼ି ଧକ୍କା ରେ ସାଇକେଲ ଆରୋହୀ ଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ରୋକ
  • ||
  • ଆସିଲା ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଚମ୍ପୁଆରୁ ସନାତନ ମହାକୁଡ଼, ବଡଚଣାରୁ ବର୍ଷା ପ୍ରିୟଦର୍ଶିନୀ
  • ||
  • ଦିଲ୍ଲୀପ ରାୟଙ୍କ ରାସ୍ତାରେ ନିହାର କଣ୍ଟା ! ପ୍ରାର୍ଥୀ ଚୟନକୁ ନେଇ ଦେଖା ଦେଇଛି ବିବାଦ
  • ||
  • ଆଜି ପ୍ରକାଶ ପାଇବ ୟୁଜିସି-ନେଟ୍‌ ଜୁନ୍‌ ସେସନ୍‌-୨୦୨୪ ଆବେଦନ ପ୍ରକ୍ରିୟା
  • ||
  • ବାଇକ୍‌କୁ ଧକ୍କା ଦେଲା ଆମ୍ଵୁଲାନ୍ସ, ଦୁଇ ଶିଶୁଙ୍କ ଆଖି ଆଗରେ ଚାଲିଗଲା ବାପା-ମାଙ୍କ ଜୀବନ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ଜଣେ ଏବେ ବି ନିଖୋଜ
  • ||
  • ମେ'୧ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା
  • ||
  • ଶନିବାର ବାହୁଡ଼ିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ: ଦିନ ସାଢ଼େ ୧ରେ ପହଣ୍ଡି, ସାଢେ ୩ଟାରେ ରଥଟଣା
  • ||
  • ଶନିବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ, ଅଧ୍ୟକ୍ଷତା କରିବେ ଆର୍‌ଡିସି
  • ||
  • ଆଜି ବି ଅତି ଭୀଷଣ ଗ୍ରୀଷ୍ମପ୍ରବାହ, ୨୧ ଯାଏ ନିସ୍ତାର ନାହିଁ, କାଳବୈଶାଖୀ ପାଇଁ କମିପାରେ ତାତି
  • ||
  • IPL ୨୦୨୪: ଆଜି ଦିଲ୍ଲୀ-ହାଇଦ୍ରାବାଦ ଲଢ଼େଇ, କ୍ୟାପିଟାଲ୍ସ ଗଡ଼ ଧ୍ୱଂସ ପଥରେ ସନରାଇଜର୍ସ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି, ଦୁଇ ମୃତ, ୭ ନିଖୋଜ, ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||

ନଦୀ ସ୍ରୋତରେ ଭାସି ଯାଉଥିଲେ ଯୁବକ, ଉଦ୍ଧାର କରିବାକୁ ନଦୀକୁ ଡେଇଁ ପଡିଲେ ସବ୍-ଇନସପେକ୍ଟର, ଆଉ ତାପରେ…

ଅଲିଗଡ, ୨୧/୦୬ : ନଦୀକୁ ଡେଇଁ ବୁଡ଼ି ଯାଉଥିବା ଯୁବକଙ୍କୁ ଉଦ୍ଧାର କଲେ ସବ-ଇନସପେକ୍ଟର। ୟୁପି ଅଲିଗଡ଼ ପୋଲିସର ସବ୍-ଇନସପେକ୍ଟର ଆଶିଷ କୁମାର ଏଭଳି ସାହାସିକତା ଦେଖାଇଛନ୍ତି। ଏଥିପାଇଁ ତାଙ୍କୁ ଏସଏସପି କଳାନିଧି ନୈଥାନି ୨୫ ହଜାର ଟଙ୍କା ପ୍ରୋତ୍ସାହନ ରାଶି ଦେଇ ସମ୍ମାନିତ କରିଛନ୍ତି।

ସୂଚନାନୁଯାୟୀ, ଜୁନ ୨୦ ଦିନ ୧ଟା ୩୦ ମିନିଟରେ ଆଶିଷ କୁମାର ଡ୍ୟୁଟି କରୁଥିଲେ। ଏହି ସମୟରେ ଗଙ୍ଗା ନଦୀ କୂଳରେ ହାରୁନପୁର ନିବାସୀ ତେଜ ସିଂହ ଠିଆ ହୋଇଥିବା ବେଳେ ଅଚାନକ ନଦୀ ସୁଅରେ ଭାସି ଯାଇଥିଲେ। ତେଜ ସିଂହ ଭାସିଯିବା ବେଳେ ଆଖପାଖରେ ଥିବା ଲୋକମାନେ ପାଟି କରି ଚିଲେଇଥିଲେ। ଏହି ସମୟରେ ସବ୍-ଇନସପେକ୍ଟର ଆଶିଷ କୁମାର ନଦୀକୁ ଡେଇଁ ପଡିଥିଲେ ଏବଂ ବୁଡି ଯାଉଥିବା ଯୁବକଙ୍କୁ ଉଦ୍ଧାର କରିଥିଲେ। ତେବେ ଆଶିଷ ତାଙ୍କର ପିଲାଦିନେ ପହଁରା ଶିଖିଥିଲେ। ବଡ଼ ହେବା ପରେ ସେ ପହଁରି ପାରିବେ କି ନାହିଁ ସେହି କଥା ଚିନ୍ତା ନକରି ଯୁବକଙ୍କୁ ଉଦ୍ଧାର କରିବାକୁ ତୁରନ୍ତ ନଦୀକୁ ଡେଇଁ ପଡିଥିଲେ।

wp:html /wp:html

ଅଲିଗଡର ଏସଏସପି କଳାନିଧି ନୈଥାନି ଏଭଳି ସାହାସିକତା ପାଇଁ ଆଶିଷଙ୍କୁ ପ୍ରଶଂସା କରିବା ସହ ଉଦ୍ଧାର କରିବା ବେଳର ଏକ ଭିଡିଓ ଟ୍ଵିଟ୍ କରିଛନ୍ତି। ଏହା ସହ ସେ ଆଶିଷଙ୍କୁ ୨୫ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରିବା ସହ ତାଙ୍କୁ ସମ୍ମାନିତ କରିଛନ୍ତି। ସେହିପରି ୟୁପିର ଗୃହ ବିଭାଗର ଆଡିଶନାଲ ଚିଫ୍ ସେକ୍ରେଟାରୀ ଅବନିଶ ଅବସ୍ଥି ଆଶିଷଙ୍କୁ ୫୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.