ଏଟିଏମରୁ ନୋଟ ବର୍ଷା: ୨ ହଜାର ଟଙ୍କା ମାରିଲେ ବାହାରୁଥିଲା ୨୦ହଜାର,ପ୍ରକୃତ କାରଣ ଜାଣି ହେବେ ଚକିତ

ଲକ୍ଷ୍ନୌ,୯।୯: ଏଟିଏମକୁ ୨ହଜାର ଟଙ୍କା ଉଠାଇବାକୁ ଯିବା ବେଳେ ଯଦି ଆପଣଙ୍କୁ ୨୦ ହଜାର ଟଙ୍କା ମିଳିଯାଏ ଓ ଆପଣଙ୍କ ଆକାଉଣ୍ଟରୁ କେବଳ ୨୦୦୦ ଟଙ୍କା କଟେ, ତେବେ ନିହାତି ପକ୍ଷେ ଆଶ୍ଚର୍ଯ୍ୟ ହେବେ। ଏଭଳି ଏକ ଅଦ୍ଭୁତ ଘଟଣାର ଉତ୍ତର ପ୍ରଦେଶର ମଥୁରାର ଘଣ୍ଟାଘର ନିକଟରେ ଥିବା ବ୍ୟାଙ୍କ ଅଫ୍ ଇଣ୍ଡିଆର ଏକ ଏଟିଏମରେ ଦେଖିବାକୁ ମିଳିଛି। ଏହି ଏଟିଏମରେ ଟେକ୍ନିକାଲ ସମସ୍ୟା​‌ ଥିବା କାରଣରୁ ଏହା ଭିତରୁ ଦୁଇ ହଜାର ସ୍ଥାନରେ ବାହାରୁଛି ୨୦ ହଜାର ଟଙ୍କା।

ଏକ ମିଡିଆ ରିପୋର୍ଟ ଅନୁସାରେ, ଗତ ୩ ତାରିଖରେ ଏଟିଏମରେ କ୍ୟାସ ପକାଉଥିବା ସିଏମଏସ କମ୍ପାନୀର କର୍ମଚାରୀ ୩ ସେପ୍ଟେମ୍ବରରେ ୧୮ ଲକ୍ଷ ଟଙ୍କାର କ୍ୟାସ୍ ପକାଇଥିଲେ। ଏହାପରେ ଟେକ୍ନିକାଲ ସମସ୍ୟା ପାଇଁ ଏଭଳି ଭାବରେ ପ୍ରାୟ ୧୦ ଲକ୍ଷ ୭ ହଜାର ଟଙ୍କା ଭୁଲରେ ବାହାରି ସାରିଲାଣି।  ଏଟିଏମରେ କୌଣସି ଗାର୍ଡ ନଥିବା କାରଣରୁ ଏହା ଠିକ୍ ଭାବରେ ଜଣାପଡିପାରୁନଥିଲା।

ଏହାର ସୂଚନା ସେତେବେଳେ ଜଣାପଡିଥିଲା,ଯେତେବେଳେ ଜଣେ ଏଟିଏମ ଧାରକ କହିଥିଲେ ସେ ୨୦ ହଜାର ଟଙ୍କା ବାହାର କରିବାକୁ ଯାଇଥିଲେ, କିନ୍ତୁ ଏଟିଏମରୁ ୫୦ ହଜାର ଟଙ୍କା ବାହାରିଥିଲା, ତେବେ ଖାତାରୁ ମାତ୍ର ୨୦ ହଜାର ଟଙ୍କା ହିଁ କଟିଥିଲା। ବ୍ୟକ୍ତିଜଣକ ଏଟିଏମରୁ ବାହାରିଥିବା ଅତିରିକ୍ତ ଟଙ୍କାକୁ ବ୍ୟାଙ୍କରେ ଫେରାଇବାକୁ ଯିବାପରେ ଏହି ଘଟଣା ସମ୍ପର୍କରେ ଜଣାପଡିଥିଲା।  ଏହାପରେ ଅଧିକାରୀମାନେ ଏଟିଏମକୁ ବନ୍ଦ କରିଦେଇଥିଲେ।ଏହାର ସୂଚନା କ୍ୟାସ୍ ପକାଇଥିବା କମ୍ପାନୀ ଅଧିକାରୀଙ୍କୁ ଦେଇଥିଲେ।

   ସମ୍ବନ୍ଧିତ ଖବର


ABP CVoterର ରିପୋର୍ଟ: ବିହାରରେ ସରକାର ଗଢ଼ିବ କିଏ? ଜନତାଙ୍କ ନଜରରେ ଏହି ନେତା ହେବେ ମୁଖ୍ୟମନ୍ତ୍ରୀ

ମୋ ସିନ୍ଦୂର ମୋର – ସ୍ୱାମୀଙ୍କ ପ୍ରେମିକାଙ୍କୁ ଛୁରୀରେ ଆକ୍ରମଣ କଲେ ମହିଳା !

ବିହାର ରାଜନୀତି: ଆଶାୟୀ ବିଧାୟକ ପ୍ରାର୍ଥୀ ଶ୍ରୀନାରାୟଣଙ୍କୁ ଗୁଳିକରି ହତ୍ୟା, ତାଙ୍କ ନାମରେ ଥିଲା ଅପରାଧିକ ମାମଲା

ଆମେରିକାରେ ସମସ୍ତଙ୍କୁ ମାଗଣା କୋରନା ଟିକା ଦେବା ପାଇଁ ଘୋଷଣା କଲେ ରାଷ୍ଟ୍ରପତି ପ୍ରାର୍ଥୀ ବିଡେନ୍‌

ଆଣ୍ଡ୍ରଏଡ୍‌ ୟୁଜର୍ସ ସାବଧାନ, ଭୁଲରେ ବି ଡାଉନଲୋଡ କରନ୍ତୁ ନାହିଁ ଏହି ୧୯ ଆପ୍ସ

ଟ୍ରାଫିକ୍ କନଷ୍ଟେବଳଙ୍କୁ ମାଡ଼ ମାରିଲେ ମହିଳା , ଭିଡ଼ିଓ ଭାଇରାଲ