PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଭିଜିଲାନ୍ସ ପଞ୍ଝାରେ OCCL ସିନିୟର ମ୍ୟାନେଜର, ଆୟ ବର୍ହିଭୁକ୍ତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ଗଞ୍ଜାମ: ରାତି ଅଧରେ ବିଭତ୍ସ ହତ୍ୟା, ଶୋଇଥିବା ବେଳେ ଯୁବକଙ୍କୁ ହାଣିବା ପରେ ମୁହଁକୁ ପଥରରେ ଛେଚି ହତ୍ୟା
  • ||
  • ଖୋର୍ଦ୍ଧା: ସଦର ଥାନା ତାପଙ୍ଗ ଗ୍ରାମରେ ଖୁଦୁରୁକୁଣୀକୁ ନେଇ ଗଣ୍ଡଗୋଳ ଜଣକୁ ହତ୍ୟା
  • ||
  • ଭୁବନେଶ୍ୱର: ୨୪ ଘଣ୍ଟା ମଧ୍ୟରେ ଆଉ ୫୧୦ ଜଣ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୦ ହଜାର ପାର୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୪୧କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ଖୋଲା ଡ୍ରେନ୍‌ରେ ଛାତ୍ର ଭାସିଯିବା ଘଟଣା, ୧୮ ଘଣ୍ଟା ପରେ ଠାବ ହେଲା ରାଜାଙ୍କ ମୃତଦେହ
  • ||
  • ବୁର୍ଲା : ଭିସୁଟ୍‌ରେ ପଶିଲା କରୋନା, କୁଳପତିଙ୍କ ସମେତ ୨ ଛାତ୍ର ଆକ୍ରାନ୍ତ ଚିହ୍ନଟ
  • ||
  • ଭୁବନେଶ୍ୱର : ଆଗାମୀ ୧୦ ଦିନ ମଧ୍ୟରେ ବଙ୍ଗୋପସାଗରରେ ଏକାଧିକ ଘୁର୍ଣ୍ଣିବଳୟର ସୃଷ୍ଟି, ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||
  • ଅନୁଗୁଳ : ବନ୍ଦ କ୍ୱାର୍ଟର୍ସରେ ଲୁଚାଇ ରଖିଥିଲେ, ଏକ୍ସପାରି ହେବା ପରେ ରାତାରାତି ଗାଡ଼ି ଗାଡ଼ି ଔଷଧ ଫିଙ୍ଗି ଦେଲେ…
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା
  • ||
  • ପିପିଲି : ଆଜିଠୁ ଜମିବ ଉପନିର୍ବାଚନ ପ୍ରଚାର, ମଇଦାନକୁ ଓହ୍ଲାଇବେ ତିନି ଦଳର ଷ୍ଟାର ପ୍ରଚାରକ
  • ||

ପ୍ରକାଶ ପାଇଲା ୟୁପିଏସସି ରେଜଲ୍ଟ: କନିଷ୍କ କଟାରିୟା ଟପ୍ପର, ୧୧୮ ରାଙ୍କରେ ଓଡିଶାର ସୌମ୍ୟରଞ୍ଜନ

ନୂଆଦିଲ୍ଲୀ,୫।୪:ସଂଘ ଲୋକସେବା ଆୟୋଗ (ୟୁପିଏସ୍‍ସି) ଦ୍ବାରା ପରିଚାଳିତ ସିଭିଲ ସର୍ଭିସ (ଭାରତୀୟ ପ୍ରଶାସନିକ ସେବା) ୨୦୧୮ ପରୀକ୍ଷା ଫଳ ଆଜି  ପ୍ରକାଶ ପାଇଛି। ଏହି ପରୀକ୍ଷାରେ ୭୫୯ ଜଣ କୃତକାର୍ଯ୍ୟ ହୋଇଛନ୍ତି। ପରୀକ୍ଷାର୍ଥୀ ନିଜର ରେଜଲ୍ଟ  www.upsc.gov କୁ ଯାଇ ଦେଖିପାରିବେ। ଏଥିରେ କନିଷ୍କ କାଟାରିଆ ଟପ୍ପର ହୋଇଛନ୍ତି। ତାଙ୍କ ପଛକୁ ଅକ୍ଷତ ଜୈନ, ଜୁନେଦ ଅହମଦ, ଶ୍ରେୟଂସ କୁମାଟ, ସୃଷ୍ଟି ଜୟନ୍ତ ଦେଶମୁଖ, ସୁଭମ ଗୁପ୍ତା, କ୍ରାନ୍ତି ଭରୁଣ ରେଡ୍ଡୀ, ବୈଶାଳୀ ସିଂହ, ଗୁଞ୍ଜନ ଦ୍ୱିବେଦୀ ଏବଂ ତନ୍ମୟ ବଶିଷ୍ଟ ଶର୍ମା ଶୀର୍ଷ ୧୦ ଜଣଙ୍କ ମଧ୍ୟରେ ଅଛନ୍ତି। ସେଭଳି ଓଡିଶାର ୬ ଜଣ ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି।

source: https://www.indiatvnews.com

ଓଡିଶାରୁ ପ୍ରଥମ ହୋଇଛନ୍ତି ସୌମ୍ୟ ରଞ୍ଜନ ରାଉତ। ସୋମ୍ୟ ୧୧୮ ରାଙ୍କରେ ଥିବା ବେଳେ ତାଙ୍କ ପଛକୁ  ରହିଛନ୍ତି  ଉପାସନା ମହାପାତ୍ର(୧୧୯), ଜୁବିନ ମହାପାତ୍ର(୨୩୫), ଶୁଭେନ୍ଦୁ କୁମାର ପାତ୍ର (୪୫୬), ସୋମାଲିନ୍ ଶୁଭଦର୍ଶିନୀ(୪୭୮) ଏବଂ ସୁଧାଂଶୁ ନାଏକ ଯଥାକ୍ରମରେ ଏହି ରାଙ୍କିଙ୍ଗରେ ରହିଛନ୍ତି। 

ପ୍ରକାଶ ଯେ  ଭାରତୀୟ ପ୍ରଶାସନିକ ସେବା(ଆଇଏଏସ୍‍), ଭାରତୀୟ ପୋଲିସ ସେବା(ଆଇପିଏସ୍‍), ଭାରତୀୟ ବୈଦେଶିକ ସେବା(ଆଇଏଫଏସ୍), ଭାରତୀୟ ରାଜସ୍ବ ସେବା(ଆଇଆରଏସ୍), ଭାରତୀୟ ଇଞ୍ଜିନିୟରିଂ ସେବା(ଆଇଇଏସ୍) ସ ଭାରତୀୟ ରେଲଓ୍ବେ ଯାତାୟତ ସେବା(ଆଇଆରଟିସି) ପାଇଁ ଏହି ପରୀକ୍ଷା ହୋଇଥିଲା।  ପରୀକ୍ଷା ଗତ ବର୍ଷ ସେପ୍ଟେମ୍ବରରୁ ଅକ୍ଟୋବର ମାସ ମଧ୍ୟରେ ହୋଇଥିଲା। ଚଳିତ ବର୍ଷ ଫେବୃଆରୀରୁ ମାର୍ଚ୍ଚ ମଧ୍ୟରେ ମୌଖିକ ସାକ୍ଷାତକାର ପରୀକ୍ଷା ହୋଇଥିଲା। ଏହି ପରୀକ୍ଷା ସଂଘ ଲୋକସେବା ଆୟୋଗର ଧୋଲପୁର ହାଉସ, ଶାହାଜାହାଁ ରୋଡ, ନୂଆଦିଲ୍ଲୀ,-୧୧୦୦୬୯ କାର୍ଯ୍ୟାଳୟରେ ଆୟୋଜିତ କରାଯାଇଥିଲା।   

ସମ୍ବନ୍ଧିତ ଖବର