କଂଗ୍ରେସରୁ ଇସ୍ତଫା ଦେଲେ ଉର୍ମିଳା

ମୁମ୍ବାଇ ୧୦/୯: କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି ଉର୍ମିଲା ମାତୋଣ୍ଡେକର । ଉର୍ମିଳା ଉତ୍ତର ମୁମ୍ବାଇରୁ କଂଗ୍ରେସ ଟିକଟରେ ନିର୍ବାଚନ ଲଢୁଥିଲେ ଏବଂ ପରାସ୍ତ ହୋଇଥିଲେ । ଉର୍ମିଳା ନିଜ ହାର ପାଇଁ ଦଳର କିଛି ନେତାଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଥିଲେ । ଏନେଇ ସେ ପାର୍ଟିକୁ ଅଭିଯୋଗ ଚିଠି ମଧ୍ୟ ଲେଖିଥିଲେ ।

ଉର୍ମିଳା ମାତୋଣ୍ଡେକର କଂଗ୍ରେସରୁ ଇସ୍ତଫା ଦେବା ନେଇ ମିଡିଆରେ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ସେ କଂଗ୍ରେସରୁ ଇସ୍ତଫା ଦେଇଦେଇଛନ୍ତି । ୧୬ ମେ ରେ ଲେଖାଯାଇଥିବା ଚିଠିରେ ତତ୍କାଳୀନ ମୁମ୍ବାଇ କଂଗ୍ରେସ ଅଧ୍ଯକ୍ଷ ମିଲିନ୍ଦ ଦେୱଡା କୌଣସି ଆକ୍ସନ ନେବାପରଠୁ ସେ ଇସ୍ତଫା ଦେବାପାଇଁ ନିଷ୍ପତ୍ତି ନେଇଥିଲେ । ଏହା ସହ ତାଙ୍କ ଚିଠିକୁ ମିଡିଆ ଆଗରେ ପ୍ରକାଶ କରିବା ନେଇ ମଧ୍ୟ ସେ ଖପ୍ପା ଥିଲେ ବୋଲି କହିଛନ୍ତି ।

ସେ ଏହା ମଧ୍ୟ କହିଛନ୍ତି ଯେ ସେ ଲୋକଙ୍କ ଭଲ ପାଇଁ ପୂର୍ବଭଳି କାମ କରିଚାଲିବେ ଏବଂ ନିଜ ବିଚାରଧାରା ଉପରେ କାଏମ ରହିବେ । ତେବେ ସେ ଅନ୍ୟ କେଉଁ ପାର୍ଟିକୁ ଯିବେ ସେନେଇ କିଛି ନିଷ୍ପତ୍ତି ନେଇ ନାହାଁନ୍ତି ।

   ସମ୍ବନ୍ଧିତ ଖବର


ମାନସିକ ଅବସାଦ ଅର୍ଥ ନୁହେଁ ପାଗଳାମି, ଅପରାଧ ପାଇଁ ମିଳିବ ଦଣ୍ଡ

ଲଭ ଜିହାଦକାରୀଙ୍କୁ ଯୋଗୀ ରୋକଠୋକ୍‌ ଶୁଣାଇଲେ ରାମ ନାମ ସତ୍ୟ ହୈ…ସୁଧୁରି ନଗଲେ ହୋଇଯିବ ଶେଷ

ଭାରତୀୟ ସେନା ପ୍ରସ୍ତୁତ କରିଛି ସ୍ୱଦେଶୀ ଆଣ୍ଡ୍ରଏଡ୍‌ ମେସେଜିଂ ଆପ୍‌ ‘ସାଇ’

ହଲିଉଡର ଭେଟରାନ ଅଭିନେତା ସିନ୍‌ କନେରିଙ୍କ ପରଲୋକ, ୭ଟି ଫିଲ୍ମରେ ଜେମ୍ସ ବଣ୍ଡ ଭୂମିକାରେ କରିଥିଲେ ଅଭିନୟ

ଯଦି ଭଗବାନ ବି ମୁଖ୍ୟମନ୍ତ୍ରୀ ହୋଇଯାଆନ୍ତି ତେବେ ୧୦୦ ପ୍ରତିଶତ ଚାକିରି ଦେବାରେ ବିଫଳ ହେବେ: ଗୋଆ ମୁଖ୍ୟମନ୍ତ୍ରୀ

ନଭେମ୍ବରରେ ଏତେ ଦିନ ବନ୍ଦ ରହିବ ବ୍ୟାଙ୍କ, ତା ପୂର୍ବରୁ କରି ନିଅନ୍ତୁ ଜରୁରୀ କାମ