PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ପୁଣି ବଢ଼ିଲା ସଂକ୍ରମଣ, ଆମେରିକାରେ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ୱାଶିଂଟନ,୨୯/୦୭: ଆମେରିକାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହଠାତ୍‌ ବୃଦ୍ଧିପାଇଛି । ଏଣୁ ଆମେରିକା ସରକାର ମାସ୍କକୁ ନେଇ ପୂର୍ବରୁ ଜାରି କରିଥିବା ନିୟମ ବଦଳାଇ ଦେଇଛନ୍ତି । ସମ୍ପୂର୍ଣ୍ଣ ରୂପେ ଟିକା ନେଇ ସାରିଥିବା ବ୍ୟକ୍ତି ଘର ମଧ୍ୟରେ ମଧ୍ୟ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ଆମେରିକା ହେଲ୍‌ଥ ଅଥୋରିଟୀ ନିର୍ଦ୍ଦେଶନାମା ଜାରି କରିଛି ।

ସୂଚନା ଥାଉ କି, ଆମେରିକାରେ ହଠାତ୍‌ କରୋନାର ଡେଲ୍‌ଟା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିପାଇଛି । ନୂଆ ସଂକ୍ରମିତଙ୍କର ୮୦% ଡେଲ୍‌ଟା ଭାଇରସ ଦ୍ୱାରା ଆକ୍ରାନ୍ତ ଥିବା ଜଣାପଡ଼ିଛି । ଗତ ୭ ଦିନ ମଧ୍ୟରେ ଆମେରିକାରେ ୫୭,୧୨୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।