ଗୁଆମରେ ପୁଣି ବି-୧ ବିମାନ ମୁତୟନ କଲା ଆମେରିକା

ୱାଶିଂଟନ, ୪/୫: ପ୍ରଶାନ୍ତ ମହାସାଗରରେ ଥିବା ଗୁଆମ ଦ୍ୱୀପରୁ ନିଜର ସମସ୍ତ ବୋମାବର୍ଷୀ ବିମାନକୁ ପ୍ରତ୍ୟାହାର କରିବାର କିଛି ସପ୍ତାହ ପରେ ଆମେରିକା ଏବେ ପୁଣି ତା’ ଭିତରୁ କିଛି ବିମାନକୁ ସେଠାରେ ମୁତୟନ କରିଛି । ଆମେରିକାର ବାୟୁସେନା ତରଫରୁ କୁହାଯାଇଛି କି ଚାରୋଟି ବି-୧ ବୋମାବର୍ଷୀ ବିମାନକୁ ଗୁଆମ ସ୍ଥିତ ଆଣ୍ଡରସନ ଏୟାରଫୋର୍ସ ଷ୍ଟେସନରେ ପୁଣି ଥରେ ମୁତୟନ କରାଯାଇଛି ।

ସେଠାରୁ ସେଇ ବିମାନଗୁଡିକ ଅଭ୍ୟାସ ମିଶନରେ ଯିବେ ଏବଂ ତା’ ସହିତ ଆମେରିକାର ପ୍ରତିଦ୍ୱଦ୍ୱୀ ଦେଶଗୁଡିକ ନିକଟରେ ପଇଁତରା ମାରିବେ । ଗୁଆମରୁ ଏଭଳି ବିମାନକୁ ହଟାଇନେବା ଏବଂ ପୁଣି ସେଠାରେ ମୁତୟନ କରାଯିବାର ଉଦ୍ଦେଶ୍ୟ ହେଉଛି କି ନିଜର ଶତ୍ରୁ ରାଷ୍ଟ୍ରଗୁଡିକୁ ସବୁବେଳେ ଏ ସମ୍ପର୍କରେ ଅନିଶ୍ଚିତତା ଭିତରେ ରଖିବା । ଯଦି ଆମେରିକା ସେଠାରେ ସ୍ଥାୟୀ ଭାବେ ଏହି ବିମାନକୁ ମୁତୟନ କରି ରଖିବ, ତା’ହେଲେ ସେମାନେ ସେଗୁଡିକୁ ଧ୍ୱଂସ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବେ । ଏବେ କିନ୍ତୁ ଆମେରିକା ସେଗୁଡିକର ଅବସ୍ଥିତି ବଦଳାଉଥିବାରୁ ସେମାନଙ୍କ ପକ୍ଷେ ଏପରି କରିବା ସହଜସାଧ୍ୟ ହେବ ନାହିଁ ।

   ସମ୍ବନ୍ଧିତ ଖବର


୯ ବର୍ଷ ତଳେ ଭବିଷ୍ୟବାଣୀ କରିଥିଲେ ରୋହିତ ଶର୍ମା, ଏବେ କରି ଦେଖାଇ ଦେଲେ ସୂର୍ଯ୍ୟ କୁମାର

୩ ଘଣ୍ଟାରେ ବଦଳିଗଲା ଫଳ ବିକୁଥିବା ପ୍ରୀତିଙ୍କ ଭାଗ୍ୟ, ପିଏମଙ୍କ ଆଦେଶରେ ପହଞ୍ଚିଗଲା ସାହାଯ୍ୟ

ଫ୍ରାନ୍ସର ଏକ ଚର୍ଚ୍ଚରେ ଆତଙ୍କବାଦୀ ଆକ୍ରମଣ: ମହିଳାଙ୍କ ଗଳାକାଟି ହତ୍ୟା, ୩ ମୃତ

କଥା ହେଲାନି ବୋଲି…ପୂର୍ବତନ ପ୍ରେମିକ ଉପରେ ରାଗି ଗଲା ପ୍ରେମିକା, ଢାଳି ଦେଲା ଏସିଡ୍‌

Inoxର ଦମଦାର୍ ଅଫର: ୨୯୯୯ ଟଙ୍କାରେ ବୁକ୍ କରନ୍ତୁ ଥିଏଟର, ପରିବାର କିମ୍ବା ସାଙ୍ଗମାନଙ୍କ ସହ ଦେଖନ୍ତୁ ନିଜ ପସନ୍ଦର ଫିଲ୍ମ

ସ୍ବାମୀକୁ ହତ୍ୟା ପରେ ବି ଫେସବୁକରେ ପୋଷ୍ଟ କରୁଥିଲେ ପତ୍ନୀ, ଜାଣନ୍ତୁ ବରେଲିର ଅଧ୍ୟାପକଙ୍କ ହତ୍ୟା ପଛର କାରଣ