କରୋନା ଭାଇରସ୍‌ର ସବୁଠୁ ଅଧିକା ମାମଲା ଆମେରିକା ପାଇଁ ‘ଗର୍ବ’ର କଥା : ଡୋନାଲ୍ଡ ଟ୍ରମ୍ପ

ୱାଶିଂଟନ୍‌ :  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି କି କରୋନା ଭାଇରସ୍‌ ମାମଲାରେ ଅଧିକା ଥିବା ଆମେରିକା ପାଇଁ ଏକ ଗର୍ବର କଥା । କାରଣ ଆମେରିକା ଅଧିକରୁ ଅଧିକ ଲୋକଙ୍କର ପରୀକ୍ଷା କରୁଛି । ଆମେରିକାରେ କରୋନା ଭାଇରସ୍‌ର ସ୍ପଷ୍ଟ ମାମଲା ୧୫ଲକ୍ଷ ଏବଂ ୯୧,୦୦୦ ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ଏହି ପ୍ରକାରରେ ସାରା ବିଶ୍ୱରେ ସଂକ୍ରମଣର ସବୁଠୁ ଅଧିକ ମାମଲା ଆମେରିକାରୁ ଆସିଛି। ଏଠାରେ ମଧ୍ୟ ସବୁଠୁ ବେଶୀ ଲୋକଙ୍କ ମୃତ୍ୟୁ ହୋଇଛି ।

ସେ ମଙ୍ଗଳବାର ଦିନ କହିଛନ୍ତି , “ଯେବେ ଆମ ପାଖରେ ବହୁତ କେସ୍‌ ରହିଛି , କିଛି ସମୟ ପାଇଁ ଏହାକୁ ମୁଁ ଭଲ ଭାବୁଛି । ଆମର ପରୀକ୍ଷା ବହୁତ ଭଲ ।“ ଟ୍ରମ୍ପ କୋଭିଡ୍‌-୧୯ ମହାମାରୀ ପ୍ରସାର ପରେ ପ୍ରଥମ ଥର ମନ୍ତ୍ରୀମଣ୍ଡଳ ବୈଠକ କରିଛନ୍ତି । ସେ କହିଛନ୍ତି , ଆପଣ ଯେତେବେଳେ କହୁଛନ୍ତି କି କରୋନା ମାମଲାରେ ଆମେ ଦୁନିଆରେ ସବୁଠୁ  ଆଗରେ, ତ ଏହାର ଅର୍ଥ କି ଆମ ପାଖରେ  ଅନ୍ୟମାନଙ୍କ ତୁଳନାରେ ଅଧିକ ପରୀକ୍ଷାର ସୁବିଧା ଉପଲବ୍ଧ ରହିଛି।

ଏହାସହ ମଧ୍ୟ ପଢ଼ନ୍ତୁ – କରୋନା ଟିକା ପ୍ରସ୍ତୁତ ହେଉବା ନହେଉ , ଆମେରିକା ପୁଣି ଖୋଲିବ !

ସେ ଆହୁରି ମଧ୍ୟ କହିଛନ୍ତି, ଏଥିପାଇଁ ଯଦି ବହୁତ ଗୁଡିଏ ମାମଲା  ଅଛି ,  ଏହାକୁ ମୁଁ ଖରାପ ବୋଲି ଭାବୁନାହିଁ । ଏହା ଆମ ପାଇଁ ଗର୍ବର କଥା । ଆମ ପାଖରେ ଭଲ ଯାଞ୍ଚ ସୁବିଧା ରହିଛି । ଯାହାକି ଆମେ ବହୁତ ମାତ୍ରାରେ ପରୀକ୍ଷା କରିପାରୁଛେ।

ସଂଘୀୟ ଏଜେନ୍ସି ରୋଗ ନିୟନ୍ତ୍ରଣ କେନ୍ଦ୍ର ଅନୁସାରେ,  ଆମେରିକାରେ ମଙ୍ଗଳବାର ଯାଏ ୧.୨୬ କୋଟି ଯାଂଚ ହୋଇଛି । ଡୋମୋକ୍ରେଟିକ୍‌ ନ୍ୟାଶନାଲ କମିଟି ରାଷ୍ଟ୍ରପତିଙ୍କର ବକ୍ତବ୍ୟ ଉପରେ  ଆଲୋଚନା କରି  ଟ୍ୱିଟ୍‌ କରିଛି ଯେ  ଆମେରିକାରେ କୋଭିଡ୍‌-୧୯ର ୧୫ ଲକ୍ଷ ମାମଲା ନେତୃତ୍ୱର ଅସଫଳତା ବୋଲି ଦର୍ଶାଇଛି ।

   ସମ୍ବନ୍ଧିତ ଖବର


ପାତାଳର ପ୍ରବେଶ ଦ୍ୱାର ପାତାଲକୋଟ୍‌, ଜାଣନ୍ତୁ କେଉଁଠି ରହିଛି ଏହି ରହସ୍ୟମୟ ସ୍ଥାନ

ମେହବୁବା ମୁଫତିଙ୍କ ମନ୍ତବ୍ୟକୁ ନେଇ ବିଜେପି କର୍ମୀଙ୍କ ହଙ୍ଗାମା, ଜମ୍ମୁରେ ପିଡିପି କାର୍ଯ୍ୟାଳୟରେ ଉଡାଇଲେ ତିରଙ୍ଗା

ଫେରୁଛି କରୋନାର ଦ୍ବିତୀୟ ଲହର: ସ୍ପେନରେ ମଇ ପର୍ଯ୍ୟନ୍ତ ଜରୁରୀକାଳୀନ ପରିସ୍ଥିତି ଲାଗୁ, ଶ୍ରୀଲଙ୍କାରେ ପାସେଞ୍ଜର ଟ୍ରେନ୍ ବନ୍ଦ

ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ୍, ସିବିଆଇ କୋର୍ଟ ଦେଇଥିଲେ ୩ ବର୍ଷର ଜେଲ ଦଣ୍ଡାଦେଶ

ଦୋହା ବିମାନ ବନ୍ଦରରେ ହଙ୍ଗାମା: ମହିଳାଙ୍କ କପଡା ଖୋଲି ଯାଞ୍ଚ କଲେ ଅଧିକାରୀ, ଜାଣନ୍ତୁ କ’ଣ ଥିଲା ପୁରା ଘଟଣା

ରାଜ୍ୟରେ ପୁଣି ୧୪ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୧୨୫୯ କୁ ବୃଦ୍ଧି