PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ଟିକଟକ୍‌କୁ ବ୍ୟାନ୍ କଲା ଆମେରିକୀୟ ସେନା, କହିଲା- ଦେଶର ସୁରକ୍ଷା ପ୍ରତି ବିପଦ

ନୂଆଦିଲ୍ଲୀ,  ୦୧|୦୧:  ଆମେରିକା ସେନା ଚୀନର ଭିଡିଓ ଆପ୍ ଟିକଟକ୍ ଉପରେ ବ୍ୟାନ୍ ଲଗାଇଛି। ରାଷ୍ଟ୍ରୀୟ ସୁରକ୍ଷାରେ ହିତ ଦୃଷ୍ଟିରୁ ଆମେରିକା ସେନା ଏହି ନିଷ୍ପତ୍ତି ନେଇଛି। ଏବେ ଆମେରିକାର ଯବାନ ଟିକଟକ୍ ବ୍ୟବହାର କରିପାରିବେ ନାହିଁ। ଆମେରିକା ଜଳସେନା ବହୁ ପୂର୍ବରୁ ଟିକଟକ୍ ଉପରେ ବ୍ୟାନ୍ ଲଗାଇ ସାରିଛି।

ନ୍ୟୁୟର୍କ ଟାଇମ୍ସ ଅନୁସାରେ, ସୁରକ୍ଷା ସହ ଜଡିତ ବିଭିନ୍ନ ପ୍ରସଙ୍ଗ ସାମ୍ନାକୁ ଆସିଛି। ଯେଉଁଥିରେ ଏକ ତଦନ୍ତ ରିପୋର୍ଟକୁ ଗ୍ରହଣ କରାଯାଇଥିଲା। ଏହି ରିପୋର୍ଟ ପରେ ଟିକଟିକ୍ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଆମେରିକା ପ୍ରତିରକ୍ଷା ମନ୍ତ୍ରାଳୟର ରିପୋର୍ଟ ଅନୁସାରେ, ଟିକଟିକ୍ ବ୍ୟବହାର କରିବା ଦ୍ୱାରା ଦେଶର ସୁରକ୍ଷା ବିପଦରେ ପଡିବାର ସମ୍ଭାବନା ରହିଛି। ଯେଉଁମାନେ ଏହାକୁ ଡାଇନଲୋଡ କରୁଛନ୍ତି, ସାବଧାନ ରହିବା ଉଚିତ। ଏହି ଆପ୍ ଫୋନକୁ ହ୍ୟାକ୍ କରିପାରେ। ନିଜର ବ୍ୟକ୍ତିଗତ ତଥ୍ୟ ଚୋରି ହେବାର ଆଶଙ୍କା ରହିଛି।

ସୂଚନାଯୋଗ୍ୟ, ଟିକଟକ୍ ୨୦୧୬ରେ ଲଞ୍ଚ୍ ହୋଇଥିଲା। ଏହାର ଲୋକପ୍ରିୟତା ମଧ୍ୟ ବୃଦ୍ଧି ପାଇଥିଲା। ଗୁଗୁଲ ଓ ପ୍ଲେ ଷ୍ଟୋରରେ ଏହା ୧୫ କୋଟିରୁ ଅଧିକ ଥର ଡାଉନଲୋଡ୍ ହୋଇଛି।