ଓସାମା ବିନ ଲାଦେନର ପୁଅ ଉପରେ ୭୦କୋଟି ଟଙ୍କାର ପୁରସ୍କାର ରଖିଲା ଆମେରିକା

ଓ୍ବାଶିଂଟନ୍,୧।୩: ପୁଲଓ୍ବାମା ଆତଙ୍କବାଦୀ ବିରୋଧରେ ଭାରତର ପାକିସ୍ତାନ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ପରେ ଏବେ ଅନ୍ୟ ଦେଶଗୁଡ଼ିକରେ ମଧ୍ୟ ନିଜ ଲଢ଼େଇକୁ ଦ୍ରୁତ  କରିଦେଇଛି। ନ୍ୟୁଜ୍ ଏଜେନ୍ସି ଏଏନଆଇ ଅନୁସାରେ ଆମେରିକା ଓସାମା ବିନ୍ ଲାଦେନର ପୁଅ ହମଜା ବିନ୍ ଲାଦେନ୍ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତ୍ତି ନେଇଛି। ସେ ହମଜା ବିନ୍ ଲାଦେନର ସୂଚନାକାରୀକୁ ୧ ମିଲିୟନ୍ ଡଲାର୍ ପୁରସ୍କାର ଦେବାର ଘୋଷଣା କରିଛି। ଏହାର ଅର୍ଥ ଭାରତୀୟ ମୁଦ୍ରାରେ ୭୦ କୋଟି ଟଙ୍କା।

ଆମେରିକା ଗତ କିଛି ବର୍ଷରୁ କୁଖ୍ୟାତ ହମଜା ବିନ୍ ଲାଦେନର ଠିକଣା ଖୋଜିବାକୁ ଚେଷ୍ଟା କରୁଛି। ତା ଠିକଣା କୁ ନେଇ ଅନେକ ପ୍ରକାରର ଖବର ଆସୁଛି । ଏହା ପୂର୍ବରୁ କୁହାଯାଇଥିଲା କି, ହମଜା ପାକିସ୍ତାନରେ ଲୁଚି ନିଜ ସଙ୍ଗଠନକୁ ମଜବୁତ୍ କରୁଛି। ଯେବେକି ତାହାର କିଛି ଦିନ ପରେ ହମଜାର ଇରାନ୍ ବା ଆଫଗାନିସ୍ତାନରେ ଥିବା ଖବର ଆସିଥିଲା। ଆମେରିକା ଚାହେଁ କି ହମଜା ପୁଣି ଥରେ ଆତଙ୍କ ସଙ୍ଗଠନକୁ ମଜବୁତ୍ କରିଛି। ଏହାପୂର୍ବରୁ ତାକୁ ମାରିଦିଆଯାଉ। ଏହା ପୂର୍ବରୁ ଏଫବିଆଇର ପୂର୍ବ ଏଜେଣ୍ଟ କହିଥିଲେ କି, ଅଲକାଏଦା ମୁଖ୍ୟ ଓସାମା ବିନ୍ ଲାଦେନର ପୁଅ ହମଜା ଅଧିକ ମଜବୁତ୍ କରି ଅଲକାଏଦା ନେତୃତ୍ବ କରିବା ପାଇଁ ପ୍ରସ୍ତୁତ ଅଛି। ସେ ନିଜ ବାପାର ପ୍ରତିଶୋଧ ନେବା ପାଇଁ ଅଛି। ଆମେରିକା ଉପରେ ୯/୧୧ ଆକ୍ରମଣ ପରେ ଅଲକାଏଦା ମାମଲାରେ ଏଫବିଆଇ ମୁଖ୍ୟ ଜାଣିଥିଲେ କି, ହମଜା  ନିଜ ବାପାଙ୍କ ଠାରୁ ବହୁତ ପ୍ରେରିତ। ସେ ନିଜ ବାପାର ଘାତକ ବିଚାରଧାରାକୁ ଆପଣାଇବାକୁ ଚାହେଁ।

   ସମ୍ବନ୍ଧିତ ଖବର


ଏହି ରାଜ୍ୟରେ ଜୁନ୍ ମାସ ପର୍ଯ୍ୟନ୍ତ ମିଳିବ ମାଗଣା ଚାଉଳ

ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗଇଙ୍କର ପରଲୋକ-ତିନିମାସ ତଳେ କରୋନା ଆକ୍ରାନ୍ତ ହୋଇଥିଲେ

ଚିରା ପାସପୋର୍ଟ ଯୋଗୁଁ ଏୟାରପୋର୍ଟରେ ଖୋଲିଗଲା ପତିଙ୍କ ରାଜ୍, ରାଗରେ ପତ୍ନୀ ନେଲେ ଏମିତି ନିଷ୍ପତ୍ତି…

ଜୀବିତ ଯୁବକଙ୍କ ପୋଷ୍ଟମର୍ଟମ ! ଆଉ ତା ପରେ…

କରୋନା:ଭାରତରେ ଟ୍ରାଏଲ୍‌ ଚାଲିଥିବା ଅକ୍ସଫର୍ଡ ଟିକା ୯୦ ପ୍ରତିଶତ ପ୍ରଭାବୀ

ତରୁଣ ଗୋଗୋଇଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର,ଗସ୍ତ କାର୍ଯ୍ୟକ୍ରମ ରଦ୍ଦ କରି ଗୌହାଟି ପହଁଞ୍ଚିଲେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ