ପ୍ରମୁଖ ଖବର
  • କାମାକ୍ଷାନଗର: ଅଜଣା ଗାଡ଼ି ଧକ୍କା ରେ ସାଇକେଲ ଆରୋହୀ ଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ରୋକ
  • ||
  • ଆସିଲା ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଚମ୍ପୁଆରୁ ସନାତନ ମହାକୁଡ଼, ବଡଚଣାରୁ ବର୍ଷା ପ୍ରିୟଦର୍ଶିନୀ
  • ||
  • ଦିଲ୍ଲୀପ ରାୟଙ୍କ ରାସ୍ତାରେ ନିହାର କଣ୍ଟା ! ପ୍ରାର୍ଥୀ ଚୟନକୁ ନେଇ ଦେଖା ଦେଇଛି ବିବାଦ
  • ||
  • ଆଜି ପ୍ରକାଶ ପାଇବ ୟୁଜିସି-ନେଟ୍‌ ଜୁନ୍‌ ସେସନ୍‌-୨୦୨୪ ଆବେଦନ ପ୍ରକ୍ରିୟା
  • ||
  • ବାଇକ୍‌କୁ ଧକ୍କା ଦେଲା ଆମ୍ଵୁଲାନ୍ସ, ଦୁଇ ଶିଶୁଙ୍କ ଆଖି ଆଗରେ ଚାଲିଗଲା ବାପା-ମାଙ୍କ ଜୀବନ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ଜଣେ ଏବେ ବି ନିଖୋଜ
  • ||
  • ମେ'୧ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା
  • ||
  • ଶନିବାର ବାହୁଡ଼ିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ: ଦିନ ସାଢ଼େ ୧ରେ ପହଣ୍ଡି, ସାଢେ ୩ଟାରେ ରଥଟଣା
  • ||
  • ଶନିବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ, ଅଧ୍ୟକ୍ଷତା କରିବେ ଆର୍‌ଡିସି
  • ||
  • ଆଜି ବି ଅତି ଭୀଷଣ ଗ୍ରୀଷ୍ମପ୍ରବାହ, ୨୧ ଯାଏ ନିସ୍ତାର ନାହିଁ, କାଳବୈଶାଖୀ ପାଇଁ କମିପାରେ ତାତି
  • ||
  • IPL ୨୦୨୪: ଆଜି ଦିଲ୍ଲୀ-ହାଇଦ୍ରାବାଦ ଲଢ଼େଇ, କ୍ୟାପିଟାଲ୍ସ ଗଡ଼ ଧ୍ୱଂସ ପଥରେ ସନରାଇଜର୍ସ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି, ଦୁଇ ମୃତ, ୭ ନିଖୋଜ, ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||

ଚୀନ୍‌କୁ ଟପିଲା ଆମେରିକା: ୧ଲକ୍ଷ ଟପିଲା ସଂକ୍ରମିତଙ୍କ ସଂଖ୍ୟା,୨୪ ଘଣ୍ଟାରେ ୩୪୫ ମୃତ୍ୟୁ, ୧୮ ହଜାର ନୂଆ କରୋନା ଆକ୍ରାନ୍ତ ଚିହ୍ନଟ୍

ନୂଆଦିଲ୍ଲୀ ୨୮/୩: କରୋନା ଭୂତାଣୁର ଉତ୍ପତ୍ତିସ୍ଥଳ ଥିଲା ଚୀନ୍‌ । ଦେଶର ହୁବେଇ ପ୍ରଦେଶର ରାଜଧାନୀ ୱୁହାନ୍‌ରୁ ବ୍ୟାପିଥିଲା ଏହି ପ୍ରାଣଘାତୀ ଭୂତାଣୁ । ଏବେ ଏହା ୧୯୯ଟି ଦେଶକୁ ମାଡ଼ିଗଲାଣି । ଆମେରିକା, ଇଟାଲୀ ଓ ସ୍ପେନ ଭଳି ଦେଶକୁ ଏହା ସାଂଘାତିକ ଭାବେ ଗ୍ରାସ କରିଛି । ତେବେ ସବୁଠୁ ଆଶ୍ଚର୍ଯ୍ୟର ବିଷୟ ହେଉଛି, ମୃତ୍ୟୁ ସଂଖ୍ୟାରେ ଚୀନ୍‌କୁ ଇଟାଲୀ ଓ ସ୍ପେନ୍‌ ବହୁ ପଛରେ ଛାଡ଼ିଯାଇଛନ୍ତି । ସଂକ୍ରମିତ ସଂଖ୍ୟାରେ ଏହି ଦୁଇ ରାଷ୍ଟ୍ର ଚୀନ୍‌ ତୁଳନାରେ ପଛରେ ଥିଲା ହେଁ ମୃତ୍ୟୁ ସଂଖ୍ୟାରେ ଆଗରେ ରହିଛନ୍ତି । ସଂକ୍ରମିତ ସଂଖ୍ୟାରେ ଚୀନ୍‌କୁ ପଛରେ ଛାଡ଼ିଦେଇଛି ଆମେରିକା । ଚୀନ୍‌ରେ ଏବେ ସୁଦ୍ଧା ୮୧,୩୪୦ ଜଣ କରୋନା ସଂକ୍ରମିତ ହୋଇଥିବାବେଳେ ଆମେରିକାରେ ଏହି ସଂଖ୍ୟା ୧,୦୪,୧୪୨ରେ ପହଞ୍ଚିଛି ।

{"id":105014,"width":698,"height":392,"sizeSlug":"large"}

କରୋନା ଭୂତାଣୁ ଦ୍ୱାରା ବିଶ୍ୱରେ ମୋଟ ୫,୯୭,୧୭୯ ଜଣ ସଂକ୍ରମିତ ହୋଇଥିବା ବେଳେ ୨୭,୩୫୬ ଜଣଙ୍କ ମୃତ୍ୟୁ ଘଟିଛି । ୧,୩୩,୩୬୦ ଜଣ ଆରୋଗ୍ୟ ହେଇଛନ୍ତି । ଆଜି ଆମେରିକାରେ ୭,୮୯୪ ନୂଆ ରୋଗୀ ଚିହ୍ନଟ ହେବା ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୦୪,୧୪୨ରେ ପହଞ୍ଚିଛି । ସେହିଭଳି ୮୯ ଜଣଙ୍କ ମୃତ୍ୟୁ ଘଟିଛି । ଫଳରେ ମୃତ୍ୟୁ ସଂଖ୍ୟା ୧,୩୮୪ରେ ପହଞ୍ଚିଛି । ଚୀନ୍‌ରେ ଶୁକ୍ରବାର ଦିନ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୫ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଦେଶରେ ମୃତକ ସଂଖ୍ୟା ୩,୨୯୫ରେ ପହଞ୍ଚିଛି ।

{"id":105015,"width":883,"height":496,"sizeSlug":"large"}

ଇଟାଲୀରେ ଗୋଟିଏ ଦିନରେ ୫,୯୦୯ ଜଣ ସଂକ୍ରମିତ ହେବା ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୬,୪୯୮ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୯,୧୩୪ ହୋଇଛି । ସ୍ପେନ୍‌ରେ ଆଜି ଆଉ ୬,୨୭୩ ନୂଆ ରୋଗୀ ଚିହ୍ନଟ ହେବା ପରେ ମୋଟ ସଂକ୍ରମିତ ସଂଖ୍ୟା ୬୪,୦୫୯ରେ ପହଞ୍ଚିଛି । ଦେଶରେ ଆଜି ୫୬୯ ରୋଗୀଙ୍କ ମୃତ୍ୟୁ ଘଟିବା ପରେ ମୋଟ ମୃତ୍ୟୁ ସଂଖ୍ୟା ୪,୯୩୪ ଛୁଇଁଛି, ଯାହା କି ଚୀନ୍‌ଠାରୁ ଅଧିକ ।

{"id":105016,"width":728,"height":546,"sizeSlug":"large"}

ଜର୍ମାନୀରେ ଆଜି ୫,୪୦୬ ଜଣ ନୂଆ ରୋଗୀ ଚିହ୍ନଟ ହେବା ପରେ ମୋଟ ସଂକ୍ରମିତ ସଂଖ୍ୟା ୪୯,୩୪୪ ଛୁଇଁଛି । ଏଠାରେ ଆଜି ୩୭ ଜଣ ପ୍ରାଣ ହରାଇଛନ୍ତି । ଫଳରେ ମୃତକ ସଂଖ୍ୟା ୩୦୪ରେ ପହଞ୍ଚିଛି ।

ଫ୍ରାନ୍ସରେ ମୃତ୍ୟୁ ସଂଖ୍ୟା ୧,୬୯୬ ଛୁଇଁଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୨୯,୧୫୫ରେ ପହଞ୍ଚିଛି । ଇରାନରେ ଆଜି ୨,୯୨୬ ନୂଆ ରୋଗୀ ଚିହ୍ନଟ ହୋଇଥିବା ବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୨,୩୩୨ ଛୁଇଁଛି । ଦେଶରେ ଆଜି ୧୪୪ ଜଣଙ୍କ ମୃତ୍ୟୁ ଘଟିବା ପରେ ମୋଟ ମୃତ୍ୟୁ ସଂଖ୍ୟା ୨,୩୭୮ରେ ପହଞ୍ଚିଛି । ସୁଇଜରଲାଣ୍ଡରେ ଆଜି ୫୦୦ ନୂଆ ରୋଗୀ ଚିହ୍ନଟ ହୋଇଥିବା ବେଳେ ମୋଟ ସଂକ୍ରମିତ ସଂଖ୍ୟା ୧୨,୩୧୧ ଛୁଇଁଛି ।

ଏଠାରେ ମୃତ୍ୟୁ ସଂଖ୍ୟା ୧୫ ବଢ଼ି ୨୦୭କୁ ବଢ଼ିଛି । ଦକ୍ଷିଣ କୋରିଆରେ ମୋଟ ସଂକ୍ରମିତ ସଂଖ୍ୟା ୯,୩୩୨ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୩୯ରେ ପହଞ୍ଚିଛି । ଏହି ଦେଶରେ ଆଜି ୯୧ ନୂଆ ରୋଗୀ ଚିହ୍ନଟ ହୋଇଥିବା ବେଳେ ୮ ଜଣ ପ୍ରାଣ ହରାଇଛନ୍ତି । ବ୍ରିଟେନ୍‌ରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୧,୬୫୮ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ସୁଦ୍ଧା ୫୭୮ ରହିଛି । ସେହିଭଳି ନେଦରଲାଣ୍ଡରେ ଆଜି ଗୋଟିଏ ଦିନରେ ୧୧୨ ଜଣ ପ୍ରାଣ ହରାଇଛନ୍ତି । ଫଳରେ ମୃତକ ସଂଖ୍ୟା ୫୪୬ରେ ପହଞ୍ଚିଛି । ଦେଶରେ ଆଜି ୧,୧୭୨ ନୂଆ ରୋଗୀ ଚିହ୍ନଟ ହେବା ପରେ ମୋଟ ସଂକ୍ରମିତ ସଂଖ୍ୟା ୮,୬୦୩ରେ ପହଞ୍ଚିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.