କରୋନାରେ ହୋଇଥିବା ପ୍ରକୃତ ମୃତ୍ୟୁ ସଂଖ୍ୟା ଭାରତ, ରୁଷ ଓ ଚୀନ୍ ଲୁଚାଉଛନ୍ତି: ଟ୍ରମ୍ପ

ଓ୍ବାଶିଂଟନ୍,୩୦।୯: ଆମେରିକାର ରାଷ୍ଟ୍ରପତି ପଦ ପାଇଁ ଡୋନାଲ୍ଡୋ ଟ୍ରମ୍ପ ଓ ଜୋ ବାଇଡେନଙ୍କ ଭିତରେ ମଙ୍ଗଳବାର ବିଳମ୍ବିତ ରାତିରେ ପ୍ରଥମ ପ୍ରେସିଡେଣ୍ଟିଆଲ ଡିଜେଟ ହୋଇଛି। ଏହି ବିତର୍କ ଭିତରେ କରୋନା ମହାମାରୀ ପ୍ରସଙ୍ଗ ଉପରେ ଟ୍ରମ୍ପ କହିଛନ୍ତି- ଭାରତ, ରୁଷ ଓ ଚୀନ୍ କରୋନା ଭାଇରସରୁ ହେଉଥିବା ମୃତ୍ୟୁ ସଂଖ୍ୟାକୁ ଲୁଚାଉଛନ୍ତି। ବାଇଡେନଙ୍କ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ବିଶ୍ବରେ କେହି ଜାଣନ୍ତି ନାହିଁ ଦେଶରେ କେତେ ମୃତ୍ୟୁ ହୋଇଛି, ଏହାର ଡାଟା ସ୍ପଷ୍ଟ ହୋଇନି।

ବିତର୍କ ସମୟରେ ବାଇଡେନ୍ ଅଭିଯୋଗ କରିଥିଲେ, ଯେ ଟ୍ରମ୍ପଙ୍କ ଭୁଲ ଯୋଗୁଁ ଆମେରିକାର ଲକ୍ଷ ଲକ୍ଷ ଲୋକ କରୋନା କାରଣରୁ ପ୍ରାଣ ହରାଇଛନ୍ତି। ଏହାର ଉତ୍ତରରେ ଟ୍ରମ୍ପ କହିଛନ୍ତି ଯେ କରୋନା ଭାଇରସର ମୁକାବିଲା ପାଇଁ ଆମ ସରକାର ମାସ୍କ, ପିପିଏ କିଟ୍ ଏବଂ  ଔଷଧ ଆଣିଛନ୍ତି। ଆମେ କରୋନା ଭ୍ୟାକସିନ୍ ତିଆରି କରିବାଠାରୁ  ମାତ୍ର କିଛି ସପ୍ତାହ ଦୂରରେ ରହିଛୁ। ମୁଁ କମ୍ପାନୀଗୁଡିକ ସହିତ କଥାବାର୍ତ୍ତା କରିଛି ଏବଂ ମୁଁ କହିପାରେ ଯେ ଆମେ ଶୀଘ୍ର ଏକ ଭ୍ୟାକସିନ୍ ପ୍ରସ୍ତୁତ କରିବୁ। ସେ କହିଛନ୍ତି,  ଆମେରିକାରେ ଅପେକ୍ଷାକୃତ କମ୍ ମୃତ୍ୟୁ ହୋଇଛି।   ଭାରତ, ରୁଷ ଏବଂ ଚୀନ୍‌ରେ ମହାମାରୀର ପ୍ରକୃତ ଆକଳନ ଏପର୍ଯ୍ୟନ୍ତ ଜଣା ପଡିନାହିଁ।

   ସମ୍ବନ୍ଧିତ ଖବର


ଛାତ୍ରବୃତ୍ତି ପୋର୍ଟାଲ ଓ ସୁମଙ୍ଗଳ ପୋର୍ଟାଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଆଇଫୋନ୍‌ ୟୁଜର୍ସଙ୍କୁ ଝଟକା, ଆପ୍ସ ପାଇଁ ଦେବାକୁ ପଡ଼ିବ ଅଧିକ ଟଙ୍କା

ଓଟିଭିର ଆଉ ଏକ ଜମି କେଳେଙ୍କାରୀ, ରାଜଧାନୀରେ ମାଡ଼ି ବସିଛି ୧୨ ହଜାର ବର୍ଗଫୁଟରୁ ଅଧିକ ଜାଗା

ସାଂଘାତିକ ଷଡଯନ୍ତ୍ର-ପ୍ରେମିକ ସହ ମିଶି ଛାଡପତ୍ର ପାଇଁ ପତିଙ୍କ ପ୍ରାଇଭେଟ୍‌ ପାର୍ଟ କାଟିବା ପାଇଁ ଚେଷ୍ଟା କରୁଥିଲେ ନବ ବିବାହିତା

ଶୋକରେ ବି ଫାର୍ସ: ବାପାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ପୂର୍ବରୁ ଚିରାଗ ପାଶଓ୍ବାନଙ୍କ ରିହର୍ସଲ, ଭିଡିଓ ଭାଇରାଲ

ପ୍ରିନ୍ସପାଲଙ୍କ ବିରୁଦ୍ଧରେ ଏମିତି ଅଭିଯୋଗ ଆଣିଲେ ମହିଳା ପ୍ରଫେସର, କହିଲେ ‘କ୍ୟାମେରାରେ ଜୁମ୍ କରି ଦେଖନ୍ତି…’