PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ବହୁ ଚର୍ଚ୍ଚିତ ବୁଲିବାଇ ଆପ୍ ମାମଲା, ଭୁବନେଶ୍ଵରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ମାଲକାନଗିରି : ଦାନ୍ତେୱାଡାରେ ଏନକାଉଣ୍ଟର, ହାର୍ଡକୋର୍ ମାଓନେତା ମୁଇଆ ମାଡକାମ ନିହତ
  • ||
  • ବାଲିପାଟଣା : କଟନି ଛଟନୀକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ
  • ||
  • ରାୟଗଡ଼ା : ବିଷାକ୍ତ ମଦ୍ୟପାନ କରି ଦୁଇ ଭାଇଙ୍କ ମୃତ୍ୟୁ ଅଭିଯୋଗ
  • ||
  • କାମାକ୍ଷାନଗର : ସାହି ଭିତରେ ପଶି ଆକ୍ରମଣ କଲା ଜଙ୍ଗଲୀ ବାରହା, ୬ ଆହତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର: ଆଇସିୟୁରେ ରୋଗୀ ନାହାଁନ୍ତି, ଅକ୍ସିଜେନ୍‌ର ଆବଶ୍ୟକତା ନାହିଁ, ସ୍ଥିତି ନିୟନ୍ତ୍ରଣାଧୀନ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • କଟକ : ଲିଙ୍ଗ ନିରୂପଣ ମାମଲାରେ ଦୁଇ ଦଲାଲ୍‌ ଗିରଫ, ଦେଢ଼ ହଜାର କମିସନ୍‌ ରଖି ମହିଳାଙ୍କୁ ପଠାଉଥିଲେ
  • ||
  • ଚୌଦ୍ଵାର : ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼, ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ୩ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୦,୩୬୮ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ବଦଳିଲା ପାଗ, ଆସନ୍ତାକାଲିଠୁ ପୁଣି ବର୍ଷିବ
  • ||

କରୋନା ମହାମାରୀକୁ ନେଇ ବଡ଼ ଚେତାବନୀ ଦେଲେ ଆମେରିକୀୟ ବିଶେଷଜ୍ଞ: କୋଭିଡ-୨୬ ଓ ୩୨କୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ରୁହ, ଉତ୍ପତ୍ତିସ୍ଥଳ ଜଣା ନ ପଡ଼ିଲେ ଏହା ନିଶ୍ଚିତ…

ୱାଶିଂଟନ,୦୧/୦୬: କରୋନା ଭୂତାଣୁ ପ୍ରଥମେ କେଉଁଠାରୁ ଆସିଛି ? ଏହାକୁ ବିକଶିତ କରାଯାଇଛି ନା ଏହା ଆପେ ସୃଷ୍ଟି ହୋଇ ମାନବଜାତିକୁ ଗ୍ରାସିଛି ? ଏହା ପଛରେ ଚୀନ୍‌ର ହାତ ନାହିଁ ତ? ଏହିଭଳି କିଛି ପ୍ରଶ୍ନକୁ ନେଇ ବିଶ୍ୱବ୍ୟାପୀ ପୁଣି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ବିଶେଷକରି କରୋନାର ଉତ୍ପତ୍ତିସ୍ଥଳ ଜାଣିବା ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ନିଜ ତଦନ୍ତ ଏଜେନ୍ସି ଗୁଡ଼ିକୁ ନିର୍ଦ୍ଦେଶ ଦେବା ପରେ ପୁଣି ଏହାକୁ ନେଇ ଆରମ୍ଭ ହୋଇଯାଇଛି କଳ୍ପନାଜଳ୍ପନା ।

ଆମେରିକୀୟ ଗଣମାଧ୍ୟମ ସଂସ୍ଥା ବ୍ଲୁମବର୍ଗର ଏକ ରିପୋର୍ଟ ମୁତାବକ ଭୂତାଣୁର ଉତ୍ପତ୍ତି ସଂକ୍ରାନ୍ତ ପ୍ରସଙ୍ଗକୁ ନେଇ ଆମେରିକାର ଦୁଇଜଣ ବିଶେଷଜ୍ଞ ବଡ଼ ଚେତାବନୀ ଦେଇଛନ୍ତି । ସେମାନେ କହିଛନ୍ତି ଯେ କୋଭିଡ-୧୯ର ଉତ୍ପତ୍ତି ସ୍ଥଳ ଜାଣିବା ଅତ୍ୟଧିକ ଜରୁରି । ଯଦି ଏହାକୁ ଜାଣିବା ଲାଗି ଚେଷ୍ଟା କରା ନ ଯାଏ, ତେବେ କୋଭିଡ-୨୬ ଓ କୋଭିଡ-୩୨ ପାଇଁ ପ୍ରସ୍ତୁତ ରହିବାକୁ ହେବ । ଅର୍ଥାତ୍‌ ୨୦୨୬ ଓ ୨୦୩୨ରେ ବିଶ୍ୱବାସୀଙ୍କୁ ଆଉ ଦୁଇଟି କୋଭିଡ ମହାମାରୀର ସାମ୍ନା କରିବାକୁ ପଡିପାରେ । ଡୋନାଲ୍ଡ ଟ୍ରମ୍ପ ସରକାର ବେଳେ ଫୁଡ୍‌ ଆଣ୍ଡ୍‌ ଡ୍ରଗ୍‌ ଆଡ୍‌ମିନିଷ୍ଟ୍ରେସନ କମିଶନର ରହିଥିବା ସ୍କଟ୍‌ ଗଟ୍‌ଲିବ ଓ ଟେକ୍ସାସର ଚିଲ୍‌ଡ୍ରେନ ହସ୍ପିଟାଲ ସେଣ୍ଟର ଫର୍‌ ଭାକ୍ସିନ ଡେଭଲପ୍‌ମେଣ୍ଟର ସହନିର୍ଦ୍ଦେଶକ ପିଟର୍‌ ହୋଟ୍‌ସ ଏଭଳି ଚେତାବନୀ ଦେଇଛନ୍ତି । ଗଟ୍‌ଲିବ୍‌ ଏବେ ଔଷଧ ନିର୍ମାତା ଫାଇଜର୍‌ର ବୋର୍ଡରେ ସାମିଲ ଅଛନ୍ତି ।

ଏହି ଦୁଇ ବିଶେଷଜ୍ଞ ଆହୁରି କହିଛନ୍ତି ଯେ କରୋନା ଭୂତାଣୁ ଯଦି ୱୁହାନ ଲାବ୍‌ରୁ ବାହାରିନାହିଁ ବୋଲି ଚୀନ୍‌ ଦାବି କରୁଛି, ତେବେ ଏହାକୁ ଭୂତାଣୁର ଉତ୍ପତ୍ତି ସ୍ଥଳ ସଂକ୍ରାନ୍ତ ଯାଞ୍ଚରେ ସହାୟତା କରିବା ଜରୁରି । ଭବିଷ୍ୟତର ମହାମାରୀ ରୋକିବା ପାଇଁ ଚୀନ୍‌ ସହାୟତାର ହାତ ବଢ଼ାଇ ତଦନ୍ତକୁ ଜୋରଦାର କରିବା ଆବଶ୍ୟକ । ଗଟ୍‌ଲିବ୍‌ କହିଛନ୍ତି, କୋଭିଡ-୧୯ ଭୂତାଣୁ ୱୁହାନ ଲାବ୍‌ରୁ ଲିକ୍‌ ହୋଇଥିବା ନେଇ ରିପୋର୍ଟ ସାମ୍‌ନାକୁ ଆସୁଛିୟ। ଏହାକୁ ମିଥ୍ୟା ପ୍ରମାଣିତ କରିବା ପାଇଁ ଚୀନ୍‌ ଏ ପର୍ଯ୍ୟନ୍ତ ଠୋସ ପ୍ରମାଣ ଦେଇପାରି ନାହିଁ ।

ଉଲ୍ଲେଖଯୋଗ୍ୟ, କରୋନା ଭୂତାଣୁ ଚୀନ୍‌ର ୱୁହାନ ଲାବ୍‌ରୁ ବାହାରିଛି ବୋଲି ୟୁରୋପର ଦୁଇଜଣ ବୈଜ୍ଞାନିକ ଦାବି କରିଛନ୍ତି । ସେମାନେ ଦର୍ଶାଇଛନ୍ତି ଯେ ଭୂତାଣୁ ପ୍ରାକୃତିକ ଭାବେ ବାଦୁଡ଼ିଠାରୁ ବ୍ୟାପିଥିବା ନେଇ କୌଣସି ପ୍ରମାଣ ନାହିଁ । ବ୍ରିଟେନର ପ୍ରଫେସର ଆଙ୍ଗସ୍‌ ଡାଲ୍‌ଗ୍ଲେଇସ୍‌ ଓ ନରୱେର ବୈଜ୍ଞାନିକ ବିର୍‌ଗର୍‌ ସୋରେନ୍‌ସେନ୍‌ ନିଜ ରିପୋର୍ଟରେ କହିଛନ୍ତି, ଚୀନ୍‌ର ଗବେଷକମାନେ ୱୁହାନ ଲାବ୍‌ରେ ଏକ ଗୋପନ ପ୍ରକଳ୍ପ କାର୍ଯ୍ୟକାରୀ କରୁଥିଲେ । କରୋନା ଭୂତାଣୁ ଏହି ପ୍ରକଳ୍ପ ମଧ୍ୟରେ ସାମିଲ ରହିଛି । ଖୁବଶୀଘ୍ର ଏହି ରିପୋର୍ଟ ଅନ୍ତର୍ଜାତୀୟ ବୈଜ୍ଞାନିକ ପତ୍ରିକାରେ ପ୍ରକାଶ ପାଇବ।

ସମ୍ବନ୍ଧିତ ଖବର