କରୋନା ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହାର ହେବ ବ୍ଲଡ୍‌ ପ୍ଲାଜ୍‌ମା: ଆମେରିକାର ଏଫଡିଏରୁ ମିଳିଲା ସ୍ୱୀକୃତି

ନୂଆଦିଲ୍ଲୀ ୨୬/୩: କରୋନା ରୋଗୀଙ୍କ ଚିକିତ୍ସା ପାଇଁ ବ୍ଲଡ୍‌ ପ୍ଲାଜ୍‌ମାର ବ୍ୟବହାର କରାଯିବାକୁ ଆମେରିକାର ଫୁଡ୍‌ ଆଣ୍ଡ ଡ୍ରଗ୍‌ ଆଡମିନିଷ୍ଟ୍ରେସନ(ଏଫଡିଏ) ସ୍ୱୀକୃତି ଦେଇଛି । ଏହି ପ୍ରକ୍ରିୟାରେ କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଯାଇଥିବା ରୋଗୀଙ୍କ ଦେହରୁ ବ୍ଲଡ୍‌ ପ୍ଲାଜ୍‌ମା ସଂଗ୍ରହ କରାଯାଇ ଏବେ ସେଥିରେ ସଂକ୍ରମିତ ହୋଇ ରହିଥିବା ବ୍ୟକ୍ତିଙ୍କୁ ଦିଆଯାଇଥାଏ। କରୋନା ଭାଇରସକୁ ପ୍ରତିରୋଧ କରିବା ପାଇଁ ମଣିଷ ଦେହର ରୋଗ ପ୍ରତିରୋଧକ ବ୍ୟବସ୍ଥା ଏକପ୍ରକାର ପ୍ରୋଟିନ (ଆଣ୍ଟିବଡି) ପ୍ରସ୍ତୁତ କରିଥାଏ । ବ୍ଲଡ୍‌ ପ୍ଲାଜ୍‌ମାରେ ସେଇ ଆଣ୍ଟିବଡି ରହିଥାଏ । କରୋନା ଏକ ନୂଆ ଭୂତାଣୁ ହୋଇଥିବାରୁ ଅନେକଙ୍କ ଦେହରେ ଏହାର ମୁକାବିଲା ପାଇଁ ଆଣ୍ଟିବଡି ପ୍ରସ୍ତୁତ କରିବା ପ୍ରକ୍ରିୟା ବିଳମ୍ବିତ ହୋଇଥାଏ ।

ତେଣୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡେ । ହେଲେ ସୁସ୍ଥ ହୋଇଯାଇଥିବା କରୋନା ରୋଗୀଙ୍କ ରକ୍ତରେ ଏହାର ମୁକାବିଲା ପାଇଁ ଆଣ୍ଟିବଡି ପ୍ରସ୍ତୁତ ହୋଇଯାଇଥାଏ । ତେଣୁ ଏହାକୁ ତା’ ଦେହରୁ ନେଇ ଅନ୍ୟ ରୋଗୀଙ୍କୁ ଦିଆଗଲେ, ତାଙ୍କ ଦେହର ରୋଗ ପ୍ରତିରୋଧ ବ୍ୟବସ୍ଥାକୁ କରୋନାର ମୁକାବିଲା ପାଇଁ ଆଉ ନୂଆ କରି ଆଣ୍ଟିବଡି ପ୍ରସ୍ତୁତ କରିବାର ଆବଶ୍ୟକତା ପଡିବ ନାହିଁ । ତେଣୁ ସେ ଶୀଘ୍ର ସୁସ୍ଥ ହୋଇଯିବେ । ତେବେ ଯେଉଁ ରୋଗୀଙ୍କ ଅବସ୍ଥା ଅତି ଗୁରୁତର ହୋଇଯାଇଥିବ କେବଳ ତାଙ୍କର ଚିକିତ୍ସା କରିବା ପାଇଁ ଏହି ଉପାୟ ଅବଲମ୍ବନ କରିବା ଲାଗି ଏଫଡିଏ ପରାମର୍ଶ ଦେଇଛି। ପୂର୍ବରୁ ଚୀନ୍‌ର ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଏହି ପ୍ରକ୍ରିୟା ଜରିଆରେ କରୋନା ରୋଗୀଙ୍କ ଚିକିତ୍ସା କରାଯିବା ପ୍ରସ୍ତାବକୁ ସ୍ୱୀକୃତି ଦେଇଥିଲା ।

   ସମ୍ବନ୍ଧିତ ଖବର


କରୋନା ସହ ଲଢ଼ିବା ପାଇଁ Google Doodle ର ନୂତନ ଅବତାର : ମହାମାରୀକୁ କିପରି ରୋକି ହେବ ଜାଣନ୍ତୁ

ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ମାଗିଲେ ୯ ମିନିଟ… ସମର୍ଥନରେ ବଲିଉଡ୍‌ ସେଲିବ୍ରିଟି

କର୍ତ୍ତବ୍ୟ ଆଗ, ନାହିଁ କରୋନାକୁ ଡର : ସଂକ୍ରମଣକୁ ଖାତିର ନକରି କାମ କରିଚାଲିଛନ୍ତି ସଫେଇ କର୍ମଚାରୀ

ଭୁବନେଶ୍ୱର , ଭଦ୍ରକ ସହ କଟକ ସମ୍ପୂର୍ଣ୍ଣ ସଟ୍ ଡାଉନ୍, ୪୮ଘଣ୍ଟା ବନ୍ଦ