ମାସୁଦ ଆଝାର ବିରୋଧରେ ହେବ ନିର୍ଣ୍ଣାୟକ ନିଷ୍ପତ୍ତି, ଚୀନ ସହ ଆଲୋଚନା କଲେ ଏହି ୩ ଦେଶ

ନୂଆଦିଲ୍ଲୀ,୧୬।୩: ଜୈଶ-ଇ-ମହମ୍ମଦର ମୁଖ୍ୟ ମାସୁଦ ଆଝାରକୁ ବିଶ୍ବ ଆତଙ୍କବାଦୀ ଘୋଷଣା କରିବା ନେଇ ଅଭିଯାନ ଆରମ୍ଭ ହୋଇସାରିଛି। ଶୁଣିବାକୁ ମିଳୁଛି ଯେ ଏହି ମାମଲାରେ ଚୀନ ସହିତ ଆମେରିକା, ଫ୍ରାନ୍ସ ଓ ବ୍ରିଟେନ ଆଲୋଚନା କରିଛନ୍ତି। ଏହି ଆଲୋଚନା ସୁରକ୍ଷା ପରିଷଦର ତିନି ସଦସ୍ୟ ଦେଶ ମାସୁଦ ଆଝାର ବିରୋଧରେ ଚୀନ ସହ ଚୁକ୍ତି କରିବା ଚେଷ୍ଟା କରିଛନ୍ତି। କୁହାଯାଉଛି ଯେ ଏହି ଆଲୋଚନା ଭଲ ରହିଛି ଓ ଖୁବ୍ ଶୀଘ୍ର ଏଥିରେ ନୂଆ ମୋଡ ଆସିପାରେ। ଯଦି ଏହି ଚେଷ୍ଟା ପରେ ଆଝାରକୁ ବିଶ୍ବ ଆତଙ୍କବାଦୀ ଘୋଷିତ କରାଯାଇ ହେବନି ତେବେ ୩ସ୍ଥାୟୀ ସଦସ୍ୟ ଏହି ପ୍ରସଙ୍ଗ ଉପରେ ଖୋଲାଖୋଲି ଭାବରେ ବିତର୍କ ପାଇଁ ଜାତିସଂଘର ସାଧାରଣ ଅଧିବେଶନରେ ପ୍ରସ୍ତାବ ଦେବେ ବୋଲି ଯୋଜନା କରିଛନ୍ତି। ଉଲ୍ଳେଖନୀୟ ଯେ ଚୀନ ଆଝାରକୁ ବିଶ୍ବ ଆତଙ୍କବାଦୀ ଘୋଷଣା କରାଯିବା ପ୍ରସ୍ତାବ ଉପରେ ଭିଟୋ ପାଓ୍ବାର ଲଗାଇଥିଲା। ଏହି ପ୍ରସ୍ତାବକୁ ଆମେରିକା, ଫ୍ରାନ୍ସ ଓ ବ୍ରିଟେନ ଆଗତ କରିଥିଲେ।

ଭାରତ ଚୀନର ଏହି ଆଭିମୁଖ୍ୟକୁ ନେଇ ନିରାଶ ହୋଇଥିଲା। ଆମେରିକା ଚେତାବନୀ ଦେଇ କହିଥିଲା ଯଦି ଚୀନ ଆମ ସହିତ ନଆସିବ ତେବେ ଆମେ ଭିନ୍ନ ବାଟ ଦେଖିବୁ। ଯଦିଓ ସୁରକ୍ଷା ପରିଷଦର ଆଭ୍ୟନ୍ତରୀଣ କଥାକୁ ଗୋପନୀୟ ରଖାଯାଇଥାଏ କିନ୍ତୁ ଏଥର ଆତଙ୍କବାଦୀକୁ ବଞ୍ଚାଇବା ପାଇଁ ଚୀନର ଅନୁଚିତ ଦୃଷ୍ଟିକୋଣରେ ହତାଶ ହୋଇ ପରିଷଦର ବହୁ ସଦସ୍ୟ ନିଜର ପରିଚୟ ଗୋପନ ରଖି ଗଣମାଧ୍ୟମକୁ କହିଥିଲେ ଚୀନ କିଭଳି ଭାବରେ ନକାରତ୍ମକ ଭୂମିକା ଗ୍ରହଣ କରୁଛି।

ଗତ ୫୦ ଘଣ୍ଟା ଧରି ୩ ଦେଶ ଏହି ପ୍ରସଙ୍ଗରେ ଚୀନ ସହିତ ଚର୍ଚ୍ଚା କରିଛନ୍ତି। କୁହାଯାଉଛି ଯେ ଆଝାରକୁ ଜାତିସଂଘର ସୁରକ୍ଷା ପରିଷଦରେ ବିଶ୍ବ ଆତଙ୍କବାଦୀ ଘୋଷିତ କରାଯିବ, କିନ୍ତୁ ତାଙ୍କୁ ଆତଙ୍କବାଦୀ ଘୋଷିତ କରାଯିବା ସମୟରେ ବ୍ୟବହାର କରାଯାଉଥିବା ଭାଷା ଚୀନର ସହମତି ଅନୁସାରେ ପ୍ରୟୋଗ କରାଯିବ। କୁହାଯାଉଛି ଚୀନ ଆଝାରକୁ ଆତଙ୍କବାଦୀ ଘୋଷିତ କରାଯିବାର ଭାଷାରେ କିଛି ପରିବର୍ତ୍ତନ କରିବାର ପ୍ରସ୍ତବ ଦେଇଛି ଓ ଆମେରିକା, ବ୍ରିଟେନ ଏବଂ ଫ୍ରାନ୍ସ ଏହି ପ୍ରସ୍ତାବ ଉପରେ ବିଚାର କରୁଛନ୍ତି। ତିନି ଦେଶ ସଙ୍କେତ ଦେଇଛନ୍ତି ଯଦି ମୂଳ ପ୍ରସଙ୍ଗ ବଦଳେନି ତେବେ ଶେଷରେ ଆଝାରକୁ ବିଶ୍ବ ଆତଙ୍କବାଦୀ ଘୋଷିତ କରିହେବ।

source: https://www.adventistliberty.org
ଏଥର ଆମେରିକା, ଫ୍ରାନ୍ସ ଓ ବ୍ରିଟେନ ପୂର୍ବ ଭଳି ଚୀନ ସହ ଆଲୋଚନା କରି ଫଳାଫଳରେ ବାହାର କରିବାକୁ ବିଳମ୍ବ କରିବାକୁ ଚାହୁଁନାହାନ୍ତି। କୁହାଯାଉଛି ଚୀନକୁ ଏହି ଦେଶକୁ ଜଣାଇ ଦେଇଛନ୍ତି ଯେ ଅନ୍ୟ ବିକଳ୍ପ ଉପରେ ମଧ୍ୟ ଗମ୍ଭୀରତାର ସହ ବିଚାର କରାଯାଉଛି। ଖୋଲା ବିତର୍କ କରାଯିବା ସହ ପ୍ରସ୍ତାବ ଉପରେ ଭୋଟଦାନ କରାଯିବ। ତେଣୁ ଚୀନକୁ କୁହାଯାଇଛି କିଛି ମାସ କିମ୍ବା ସପ୍ତାହ ନୁହେଁ ବରଂ କିଛି ଦିନ ଭିତରେ ଏହାର ନିଷ୍ପତ୍ତି ନିଆଯିବ। ଏହି ଦେଶଗୁଡିକର ଅଧିକାରୀଙ୍କ ମତରେ ଚୀନ ପୂର୍ବ ଅପେକ୍ଷା ଏଥର ଅଧିକ ସହଯୋଗ କରୁଛି। ତେଣୁ ଏହି ପ୍ରସ୍ତାବ ଉପରେ ଚୀନର ସହଯୋଗ ମିଳିବାକୁ ବଡ ସଫଳତା କୁହାଯିବ। ଆମେରିକା, ବ୍ରିଟେନ ଓ ଫ୍ରାନ୍ସ ମଧ୍ୟରେ ଆଲୋଚନା ହେବା ଏକ ସକାରତ୍ମକ ସଙ୍କେତ ବୋଲି କୁହାଯାଉଛି।