ଦେଖନ୍ତୁ ଭିଡ଼ିଓ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକୀୟ ସାଂସଦଙ୍କ ପତ୍ନୀଙ୍କୁ କ୍ଷମା ମାଗିଲେ…

ନୂଆଦିଲ୍ଲୀ ୨୩।୯: ଆମେରିକୀୟ ସାଂସଦ ଜନ୍‌ କୋର୍‌ନିନ୍‌ଙ୍କ ପତ୍ନୀ ସ୍ୟାଣ୍ଡିଙ୍କୁ କ୍ଷମା ମାଗିଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆମେରିକାର ହଷ୍ଟନ ସହରରେ ଆୟୋଜିତ କରାଯାଇଥିବା ‘ହାଓଡ଼ି ମୋଦୀ’ କାର୍ଯ୍ୟକ୍ରମରେ ଶହ ଶହ ଭାରତୀୟ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଯୋଗ ଦେଇ ସମସ୍ତଙ୍କ ସାମ୍ନାରେ ଏଭଳି କ୍ଷମା ମାଗିଥିବା ଜଣା ପଡ଼ିଛି ।

କାର୍ଯ୍ୟକ୍ରମରେ ଶହ ଶହ ଭାରତୀୟ ଯୋଗ ଦେଇଥିବାବେଳେ ଆମେରିକାର ରାଷ୍ଟ୍ରପତି ମଧ୍ୟ ମୋଦୀଙ୍କ ସହ ମଞ୍ଚ ଉପରକୁ ଯାଇଥିଲେ । ତେବେ ଏତେ ସବୁ ସମ୍ମାନ ମିଳିବା ପରେ ମୋଦୀ ସାଂସଦଙ୍କ ପତ୍ନୀଙ୍କୁ କ୍ଷମା ମାଗିଥିଲେ। ତେବେ ପ୍ରକୃତ ଘଟଣାଟି ଏବେ ସାମ୍ନାକୁ ଆସିଛି।

ମିଳିଥିବା ସୂଚନାନୁସାରେ, ଗତକାଲି ହାଓଡ଼ି ମୋଦୀ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବାରୁ ସମସ୍ତ ସାଂସଦ ସେଠାରେ ଯୋଗ ଦେଇଥିଲେ । ଆମେରିକୀୟ ସାଂସଦ ଜନ୍‌ କୋର୍‌ନିନ୍‌ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ ସେ ତାଙ୍କ ପତ୍ନୀ ସ୍ୟାଣ୍ଡିଙ୍କ ଜନ୍ମଦିନ ପାଳନ କରି ପାରି ନଥିଲେ । ଏ ବିଷୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜଣା ପଡ଼ିବା ପରେ ସେ ସ୍ୟାଣ୍ଡିଙ୍କୁ ତୁରନ୍ତ ଯାଇ କ୍ଷମା ମାଗିଥିଲେ ।

ଯାହାର ଭିଡିଓ ପିଏମ୍‌ଓଙ୍କ ଟୁଇଟ୍‌ର ଆକାଉଣ୍ଟରେ ସେୟାର କରାଯାଇଛି । ଭିଡିଓରେ, ମୁଁ କ୍ଷମା ଚାହିଁବି, ଆଜି ଆପଣଙ୍କ ଜନ୍ମଦିନ ଏବଂ ଆପଣଙ୍କ ଜୀବନସାଥୀ ଆପଣଙ୍କ ସହ ନ ରହି ମୋ ସହ ରହିଥିଲେ । ଇର୍ଷା ତ ନିଶ୍ଚୟ ହେବ । କିନ୍ତୁ ମୁଁ ଆପଣଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ଆପଣଙ୍କ ଉତ୍ତମ ଭବିଷ୍ୟତର କାମନା କରୁଛି। ଶୁଭକାମନା ବୋଲି ମୋଦୀ କହୁଥିବା ଦେଖାଯାଇଛି । ଆମେରିକୀୟ ସାଂସଦ ଜନ୍‌ କୋର୍‌ନିନ୍‌ ଏବଂ ପତ୍ନୀ ସ୍ୟାଣ୍ଡିଙ୍କ ବିବାହକୁ ୪୦ ବର୍ଷ ହୋଇଗଲାଣି। ସେମାନଙ୍କ ଦୁଇଟି ଝିଅ।

   ସମ୍ବନ୍ଧିତ ଖବର


ଏସିଆରେ ‘ସୁପରପାୱାର’: ଭାରତ ଚତୁର୍ଥ ଶକ୍ତିଶାଳୀ

କୋଭିଡ୍‌ ଚିକିତ୍ସାର ନୂଆ ଆବିଷ୍କାର ନିମନ୍ତେ ୧୪ ବର୍ଷୀୟା ଭାରତୀୟ-ଆମେରିକୀୟ ବୈଜ୍ଞାନିକ ସମ୍ମାନିତ

ବିଧାନସଭାରେ ରାତି ବିତେଇଲେ ଆମ୍ ଆଦମୀ ବିଧାୟକ !

କରୋନା ଦ୍ୱାରା ବେଶୀ ବିପଦ ନୁହେଁ ଟିବି ! ଟ୍ୟୁବରକୁଲୋସିସ୍ ୱାର୍ଡରେ କୋଭିଡର ବହୁତ କମ୍ ରୋଗୀ

ଆସାମର ଡାକ୍ତରଙ୍କ ପିପିଇ କିଟ୍‌ ପିନ୍ଧି ନୃତ୍ୟ – ସୋସିଆଲ ମିଡ଼ିଆରେ ମିଳିଲା ଖୁବ୍‌ ପ୍ରଶଂସା

ଡାକ୍ତରଙ୍କ ଘୁଙ୍ଗୁର ଡ୍ୟାନ୍ସ ଭିଡିଓ ଭାଇରାଲ, ହ୍ରିତିକ ରୋଶନ କଲେ ପ୍ରଶଂସା