PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ଆଫଗାନିସ୍ତାନର ସାହାଯ୍ୟ ପାଇଁ ଆଗେଇ ଆସିଲା ସୁପର ପାୱାର ଆମେରିକା, ତାଲିବାନ ଉପରେ ଏୟାର ଷ୍ଟ୍ରାଇକ୍, ୫ ଆତଙ୍କୀ ନିହତ

ନୂଆଦିଲ୍ଲୀ, ୨୩/୦୭ : ଆଫଗାନିସ୍ତାନରୁ ଆମେରିକୀୟ ସୈନିକ ଫେରିବା ପରେ ତାଲିବାନ ପୁଣି ଥରେ ତାର ରଙ୍ଗ ଦେଖାଇବା ଆରମ୍ଭ କରି ଦେଇଥିଲା। ଯାହା ଫଳରେ ପୁଣି ଥରେ ଆମେରିକୀୟ ସେନା ଆଫଗାନିସ୍ତାନକୁ ସାହାଯ୍ୟ କରିବାକୁ ଆଗେଇ ଆସିଛି। ଲଗାତର କିଛି ଦିନ ହେବ ଆମେରିକୀୟ ସେନା ଆଫଗାନର ସୁରକ୍ଷାବାହିନୀକୁ ସାହାଯ୍ୟ କରିବା ପାଇଁ ତାଲିବାନ ଉପରେ ଏୟାର ଷ୍ଟ୍ରାଇକ୍ କରିଛି।

ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ଆଫଗାନ ରାଷ୍ଟ୍ରୀୟ ସୁରକ୍ଷା ବାହିନୀକୁ ସହଯୋଗ କରିବା ପାଇଁ ଆକାଶ ମାର୍ଗରୁ ଆକ୍ରମଣ କରିଛି ଆମେରିକିୟ ସେନା। ଆମେରିକାର ଏହି ଏୟାର ଷ୍ଟ୍ରାଇକରେ ତାଲିବାନର ୫ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଗତ ୩ ଦିନ ମଧ୍ୟରେ ଆଫଗାନିସ୍ତାନର ବହୁ ସ୍ଥାନରେ ଆମେରିକା ଏୟାର ଷ୍ଟ୍ରାଇକ୍ କରିଛି।

ସୂଚନାନୁଯାୟୀ, ତାଲିବାନ ଆଫଗାନିସ୍ତାନରେ ୪୧୯ଟି ଜିଲ୍ଲାରୁ ୨୧୦ଟି ଜିଲ୍ଲାରେ କବ୍ଜା କରିସାରିଲାଣି। ବହୁ ସ୍ଥାନରେ ଆଫଗାନିସ୍ତାନର ସୁରକ୍ଷାବାହିନୀ ସହ ତାଲିବାନର ସଙ୍ଘର୍ଷ ଜାରି ରହିଛି। ତେବେ ଏନେଇ ଆମେରିକୀୟ ଜଏଣ୍ଟ ଚିଫ୍ ଅଫ୍ ଷ୍ଟାଫ୍‌ର ଚେୟାରମ୍ୟାନ ମାର୍କ ମିଲି କହିଛନ୍ତି ଯେ, ଭବିଷ୍ୟତ କହି ହେବ ନାହିଁ। କିନ୍ତୁ ତାଲିବାନର ଜିତିବା ଥୟ ବୋଲି ତାଲିବାନ ଭାବୁଛି। ଯାହାକି ସତ୍ୟ ନୁହେଁ। ଭବିଷ୍ୟତ କଣ ତାହା କହିହେବ ନାହିଁ।

ମାର୍କ ମିଲି ପୁଣି କହିଛନ୍ତି ଯେ, ଏହା ଆଫଗାନିସ୍ତାନର ସରକାର, ଦେଶବାସୀ ଏବଂ ନେତୃତ୍ଵ ପାଇଁ ଏକ ପରୀକ୍ଷା। ଆଫଗାନିସ୍ତାନରୁ ଆମେରିକାର ୯୫ ପ୍ରତିଶତ ସୁରକ୍ଷାବାହିନୀ ଫେରି ଆସିଲେଣି। ଅଗଷ୍ଟ ୩୧ ସୁଦ୍ଧା ସମସ୍ତେ ଫେରି ଆସିବେ। ତେବେ ଆମେରିକାର ଫୋକସ୍ ତାଲିବାନ ଉପରେ ନାହିଁ, ବରଂ ତାଲିବାନୀ ଆତଙ୍କବାଦୀଙ୍କ ଉପରେ ରହିଛି। ଆମେରିକା ୨୦୦୧ ସେପ୍ଟେମ୍ବର ୧୧ରେ ଆମେରିକା ଉପରେ ଆକ୍ରମଣ କରିଥିବା ଆଲକାଏଦା ଉପରେ ନଜର ରଖିଛି।

ସମ୍ବନ୍ଧିତ ଖବର