PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ନିହତ ଜୈଶ ଆତଙ୍କବାଦୀଙ୍କ ଠାରୁ ମିଳିଲା ପାକିସ୍ତାନ ସେନା ବ୍ୟବହାର କରୁଥିବା ବନ୍ଧୁକ

ନୂଆଦିଲ୍ଲୀ,୨୯।୩: ପାକିସ୍ତାନୀ ସେନା   ଆତଙ୍କବାଦୀଙ୍କୁ ସୁରକ୍ଷା ଦେଉଛି ଓ ପରସ୍ପର ମଧ୍ୟରେ  ଭଲ ସମ୍ପର୍କ ଥିବା ନେଇ ଅନେକ ସମୟରେ ଚର୍ଚ୍ଚା ହୁଏ। ଏପରି କି ଭାରତରେ ଆତଙ୍କବାଦର କାୟା ବିସ୍ତାର କରିବା ଲାଗି ପାକିସ୍ତାନୀ ସେନା ସେମାନଙ୍କୁ ବ୍ୟବହାର କରୁଥିବାର  ବହୁବାର ପ୍ରମାଣ ମଧ୍ୟ ମିଳିସାରିଛି। ଏବେ ଆଉ ଏକ ପ୍ରମାଣ ଲାଗିଛି ଭାରତୀୟ ସେନା ହାତରେ। ଆମେରିକା ନିର୍ମିତ ଏମ୍୪ ରାଇଫଲ ଯାହାକୁ ପାକିସ୍ତାନୀ ସେନା ବ୍ୟବହାର କରେ ଆଜି  ଯବାନଙ୍କ ଗୁଳିରେ ନିହତ ହୋଇଥିବା ଜୈଶ-ଇ-ମହମ୍ମଦ ଆତଙ୍କବାଦୀଙ୍କ ଠାରୁ ସେହି ବନ୍ଧୁକ ମିଳିଛି। ଏହି ବନ୍ଧୁକ ମିଳିବା  ଫଳରେ ଆତଙ୍କବାଦୀଙ୍କ ସହ ପାକିସ୍ତାନୀ ସେନାର ସୁସମ୍ପର୍କ ରହିଥିବା ପ୍ରମାଣିତି କରୁଛି ବୋଲି ଭାରତୀୟ ସେନାର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ଆଜି ସକାଳେ  ଜମ୍ମୁ-କଶ୍ମୀରର ବଡ଼ଗାମ ଜିଲାରେ ଏନକାଉଣ୍ଟରରେ ୨ ଜୈଶ ଆତଙ୍କବାଦୀ ନିହତ ହୋଇଥିଲେ। ସେମାନଙ୍କ ନିକଟରୁ ଏହି ବନ୍ଧୁକ ମିଳିଛି। ପାକ୍‌ ସେନା ବ୍ୟବହାର କରୁଥିବା ବନ୍ଧୁକ ଆତଙ୍କବାଦୀଙ୍କ ନିକଟରେ   କିପରି ପହଞ୍ଚିଲା ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଗତ ୬ମାସ ମଧ୍ୟରେ କଶ୍ମୀର ଘାଟିରେ ଆତଙ୍କବାଦୀଙ୍କଠାରୁ ଏଭଳି ରାଇଫଲ ଜବତ ହେବା ଏହା ହେଉଛି ଦ୍ବିତୀୟ ଘଟଣା। ଗତବର୍ଷ ସୁରକ୍ଷାକର୍ମୀମାନେ ଜୈଶ ମୁଖ୍ୟ ମାସୁଦ ଆଝାରର ପୁତୁରା ଉସମାନ ହାଇଦରଠାରୁ ଏପରି ଏକ ଆମେରିକା ନିର୍ମିତ ବନ୍ଧୁକ ଜବତ କରିଥିଲେ।

ସମ୍ବନ୍ଧିତ ଖବର