ଟ୍ରମ୍ପଙ୍କ ଅଦ୍ଭୁତ ପରାମର୍ଶ,କହିଲେ ବାତ୍ୟା ଉପରେ ପରମାଣୁ ବୋମା ପକାଇ…

ନୂଆଦିଲ୍ଲୀ,୨୬।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଧିକାଂଶ ସମୟ ତାଙ୍କ ମନ୍ତବ୍ୟ ଏବଂ ଅଦ୍ଭୁତ ଧରଣର ଯୁକ୍ତିକୁ ନେଇ ଚର୍ଚ୍ଚାରେ ରହିଥାନ୍ତୁ। କିନ୍ତୁ ଏବେ ପୁଣିଥରେ ଟ୍ରମ୍ପ ଏକ ଅଦ୍ଭୁତ ଧରଣର ମନ୍ତବ୍ୟ ଦେଇ ଖୁବ୍ ଚର୍ଚ୍ଚାରେ ରହିଛନ୍ତି। ଏଥର ସେ ଆମେରିକା ଆଡକୁ ଆସୁଥିବା ବାତ୍ୟା ଉପରେ ପରମାଣୁ ବୋମା ପକାଇ ଏହାର ଗତିକୁ କମ୍ କରିବାକୁ ପରାମର୍ଶ ଦେଇଛନ୍ତି। ଏସମ୍ପର୍କରେ ଆମେରିକାର ଏକ ସମାଚାର ୱେବ୍‌ସାଇଟ୍‌ରେ ରିପୋର୍ଟ ପ୍ରକାଶ ପାଇଛି।

ଏହି ଓ୍ବେବସାଇଟର ସୂଚନା ଅନୁସାରେ, ଆମେରିକା ଆଡକୁ ମାଡ଼ି ଆସୁଥିବା ଭୟଙ୍କର ବାତ୍ୟା ‘ଏଲେକ୍ସ’ର ମୁକାବିଲା ପାଇଁ ଟ୍ରମ୍ପ ନିଜ କାର୍ଯ୍ୟାଳୟରେ ଏକ ବୈଠକ କରିଥିଲେ। ବୈଠକରେ ଟ୍ରମ୍ପ ଅଧିକାରୀମାନଙ୍କୁ କହିଥିଲେ, ବାତ୍ୟା ଆମେରିକାରେ ପହଞ୍ଚିବା ପୂର୍ବରୁ ଆମେ ତାହା ଉପରେ ପରମାଣୁ ବୋମା ପକାଇଦେବା, ଯାହାଫଳରେ ଏହାର ତାହାର ଗତିପଥ ବଦଳିଯିବା ସହ ଧିମା ହୋଇଯିବ।  ଟ୍ରମ୍ପଙ୍କ ଏହି ମନ୍ତବ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଟ୍ରମ୍ପ ଏହି ବୈଠକ କେବେ କରିଥିଲେ ତାହା ଏହି ଓ୍ବେବସାଇଟ୍ ପକ୍ଷରୁ ସୂଚନା ଦିଆଯାଇନାହିଁ।

କେବଳ ଏଥର ନୁହେଁ, ପୂର୍ବରୁ ମଧ୍ୟ ଟ୍ରମ୍ପ ଏଭଳି ମନ୍ତବ୍ୟ ଦେଇଛନ୍ତି। ୨୦୧୭ରେ ଟ୍ରମ୍ପ ନିଜର ଜଣେ ବରିଷ୍ଠ ଅଧିକାରୀଙ୍କୁ ପଚାରିଥିଲେ କ’ଣ ବାତ୍ୟା ଆସିବା ପୂର୍ବରୁ ତାକୁ ପରମାଣୁ ବୋମା ଦ୍ବାରା ପକାଇ ହେବ। କିନ୍ତୁ ଏ ସମ୍ପର୍କରେ ହ୍ବାଇଟ ହାଉସ ପକ୍ଷରୁ କିଛି ପ୍ରତିକ୍ରିୟା ଦିଆଯାଇ ନାହିଁ, କିନ୍ତୁ ଜଣେ ଅଧିକାରୀ କହିଛନ୍ତି, ଟ୍ରମ୍ପଙ୍କ ଉଦେଶ୍ୟ ଖରାପ ନୁହେଁ।

   ସମ୍ବନ୍ଧିତ ଖବର


ହିମାଳୟର ଉଚ୍ଚ ଚଟ୍ଟାଣରେ ‘ଭୀଷ୍ମ’ – ଚୀନକୁ ଚେକ୍ ଦେବାକୁ ପ୍ରସ୍ତୁତ ଭାରତର ଟ୍ୟାଙ୍କ୍

କୃଷି ବିଲ୍ ଉପରେ ମୋହର ମାରିଲେ ରାଷ୍ଟ୍ରପତି

ଏଠାରେ ସେକ୍ସ ୱାର୍କର ହେବା ପାଇଁ ଅଛି ପ୍ରଥା – ଯୁବତୀମାନଙ୍କ ପସନ୍ଦକୁ ନେଇ କୋର୍ଟ କହିଲେ …

ଜିନ୍‌ଗତ ତ୍ରୁଟି ଥିଲେ କରୋନା ମୁକାବିଲା ମୁସ୍କିଲ ହେବ-ଗବେଷଣା

କରୋନା ଭୂତାଣୁ ବିରୋଧରେ ଅତି ପ୍ରଭାବୀ ଆଣ୍ଟିବଡି ଠାବ କଲେ ଜର୍ମାନ୍‌ ବୈଜ୍ଞାନିକ

ଏବେ ଆଉ ପୁରୁଣା ମିଠା ବିକି ପାରିବେ ନାହିଁ ଦୋକାନୀ !୧ଅକ୍ଟୋବରରୁ ଗ୍ରାହକଙ୍କୁ ଏହି କଥା ଜଣାଇବେ ବ୍ୟବସାୟୀ