ଲାଡେନର ପୁଅ ହମଜା ନିହତ ହେବାର ମିଳିଲା ଖବର, ଟ୍ରମ୍ପ କହିଲେ ଏଭଳି

ନୂଆଦିଲ୍ଲୀ, ୧୪।୯: ପୂର୍ବତନ ଅଲକାଏଦା ମୁଖ୍ୟ ଓସମା ବିନ୍ ଲାଦେନର ପୁଅ ଓ ଅଲକାଏଦାର ନୂଆ ଉତ୍ତରାଧିକାରୀ ହମଜା ଲାଡେନର ମୃତ୍ୟୁ ହୋଇଛି। ଏ ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ସୂଚନା ଦେଇଛନ୍ତି। ଟ୍ରମ୍ପ ଟ୍ବିଟ୍ କରି ସୂଚନା ଦେଇଛନ୍ତି ଯେ, ଅଲ୍ କାଏଦା ମୁଖ୍ୟ ଓସମା ବିନ୍ ଲାଡେନର ଉତ୍ତରାଧିକାରୀ ହମଜାହ ବିନ୍ ଲାଡେନ୍ ଅଫଗାନିସ୍ତାନ-ପାକିସ୍ତାନ ସୀମାରେ ଆତଙ୍କବାଦ ନିରୋଧୀ କାର୍ଯ୍ୟାନୁଷ୍ଠାନ ସମୟରେ ନିହତ ହୋଇଛି।

ଡୋନାଲ୍ଡୋ ଟ୍ରମ୍ପ ହ୍ବାଇଟ୍ ହାଉସ ପକ୍ଷରୁ ଦ୍ବାରା ଜାରି କରାଯାଇଥିବା ବୟାନରେ କହିଥିଲେ, ହମଜା ବିନ୍ ଲାଡେନର ମୃତ୍ୟୁ କେବଳ ଅଲ-କାଏଦାକୁ ଆଘାତ ନୁହେଁ ବଂର ଏହାଦ୍ବାରା ତା’ର ବାପାର ପ୍ରତୀକାତ୍ମକ ସମ୍ପର୍କ ମଧ୍ୟ ଶେଷ ହୋଇଛି, କିନ୍ତୁ ଏହା ସହିତ ଅଲକାଏଦାର ପରିଚାଳନା ଗତିବିଧିକୁ ଏହା ଦୁର୍ବଳ କରିବ।

ଏହା ପ୍ରଥମ ଥର ପାଇଁ ନୁହେଁ, ବହୁବାର ହମଜା ଲାଡେନର ମୃତ୍ୟୁ ଖବର ଆସିସାରିଛି। ଏହାପୂର୍ବରୁ ଗତ ମାସ ମଧ୍ୟ କୁହାଯାଇଥିଲା ଯେ, ଆମେରିକାକୁ ଗୁଇନ୍ଦା ସୂଚନା ମିଳିଛି ଯେ, ଲାଡେନର ପୁଅ ହମଜାର ମୃତ୍ୟୁ ହୋଇଛି। ଚଳିତ ବର୍ଷ ମାର୍ଚ୍ଚ ମାସରେ ଆମେରିକା ପକ୍ଷରୁ କୁହାଯାଇଥିଲା ହମଜା ସମ୍ପର୍କରେ ଯିଏ ଖବର ଦେବ ତାକୁ ୧୦ ଲକ୍ଷ ଡଲାର ପୁରସ୍କାର ଦିଆଯିବ। ଆମେରିକା କହିଥିଲା ହମଜା ନିଜ ବାପାର ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ଆକ୍ରମଣ କରିପାରେ।

   ସମ୍ବନ୍ଧିତ ଖବର


ମାନସିକ ଅବସାଦ ଅର୍ଥ ନୁହେଁ ପାଗଳାମି, ଅପରାଧ ପାଇଁ ମିଳିବ ଦଣ୍ଡ

ଲଭ ଜିହାଦକାରୀଙ୍କୁ ଯୋଗୀ ରୋକଠୋକ୍‌ ଶୁଣାଇଲେ ରାମ ନାମ ସତ୍ୟ ହୈ…ସୁଧୁରି ନଗଲେ ହୋଇଯିବ ଶେଷ

ଭାରତୀୟ ସେନା ପ୍ରସ୍ତୁତ କରିଛି ସ୍ୱଦେଶୀ ଆଣ୍ଡ୍ରଏଡ୍‌ ମେସେଜିଂ ଆପ୍‌ ‘ସାଇ’

ହଲିଉଡର ଭେଟରାନ ଅଭିନେତା ସିନ୍‌ କନେରିଙ୍କ ପରଲୋକ, ୭ଟି ଫିଲ୍ମରେ ଜେମ୍ସ ବଣ୍ଡ ଭୂମିକାରେ କରିଥିଲେ ଅଭିନୟ

ଯଦି ଭଗବାନ ବି ମୁଖ୍ୟମନ୍ତ୍ରୀ ହୋଇଯାଆନ୍ତି ତେବେ ୧୦୦ ପ୍ରତିଶତ ଚାକିରି ଦେବାରେ ବିଫଳ ହେବେ: ଗୋଆ ମୁଖ୍ୟମନ୍ତ୍ରୀ

ନଭେମ୍ବରରେ ଏତେ ଦିନ ବନ୍ଦ ରହିବ ବ୍ୟାଙ୍କ, ତା ପୂର୍ବରୁ କରି ନିଅନ୍ତୁ ଜରୁରୀ କାମ