ଫେବୃଆରୀରେ ଭାରତ ଆସିବେ ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଳୀ ୧୪।୧ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଫେବୃଆରୀରେ ଭାରତ ଆସିପାରନ୍ତି । ରାଷ୍ଟ୍ରପତି ହେବା ପରେ ଏହା ଟ୍ରମ୍ପଙ୍କ ପ୍ରଥମ ଭାରତ ଗସ୍ତ ହେବ। ଭାରତ ଓ ଆମେରିକାର ଅଧିକାରୀମାନେ ଆଲୋଚନା କରି ତାରିଖ ନିର୍ଦ୍ଧାରଣ କରିବା ପରେ ଟ୍ରମ୍ପ୍‌ ଫେବୃଆରୀ ମାସ ଦ୍ବିତୀୟ ସପ୍ତାହରେ ଭାରତ ଗସ୍ତରେ ଆସିବା ପାଇଁ ଯୋଜନା କରୁଥିବା ଆଜି ସରକାରଙ୍କ ପକ୍ଷରୁ କୁହାଯାଇଛି ।

ତେବେ ଟ୍ରମ୍ପ୍‌ ଦୀର୍ଘ ବର୍ଷେ ପରେ ଭାରତ ଆସିବେ ବୋଲି ବିଭିନ୍ନ ସୂତ୍ରରୁ ପ୍ରକାଶ ପାଇଛି। ମାତ୍ର ଏ ପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ। ମିଳିଥିବା ଖବର ଅନୁସାରେ, ମୋଦି ଓ ଟ୍ରମ୍ପ ପରସ୍ପର ସହ ବେସାମରିକ ବିମାନ ଚଳାଚଳ କ୍ଷେତ୍ରର ବିକାଶ ପାଇଁ ଚୁକ୍ତି ସ୍ୱାକ୍ଷର କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି ଦ୍ୱିପାକ୍ଷିକ ଶିଳ୍ପ ବିକାଶ ପାଇଁ ମଧ୍ୟ ଚୁକ୍ତି ସ୍ୱାକ୍ଷରିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି।

ଉଲ୍ଲେଖଯୋଗ୍ୟ, ୨୦୧୮ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ରମ୍ପଙ୍କୁ ନିମନ୍ତ୍ରଣ ଦେଇ ୨୦୧୯ ଜାନୁଆରି ୨୬ ତାରିଖରେ ଭାରତର ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରିଥିଲେ। ମାତ୍ର ବ୍ୟସ୍ତ କାର୍ଯ୍ୟସୂଚୀ ଯୋଗୁଁ ଟ୍ରମ୍ପ୍‌ ଭାରତ ଆସିପାରିନଥିଲେ। ତେବେ ଟ୍ରମ୍ପ୍‌ ମୋଦୀଙ୍କ ନିମନ୍ତ୍ରଣକୁ ରକ୍ଷା କରି ଆସନ୍ତା ମାସରେ ଭାରତ ଆସୁଛନ୍ତି ବୋଲି ସୂଚନା ମିଳିଛି।

   ସମ୍ବନ୍ଧିତ ଖବର


ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି କରୋନା ପଜିଟିଭ୍

ଲାଲ୍‌ କିଲ୍ଲାରୁ ସାଇବର ଓ୍ୱାର ପ୍ରତିହତ ପାଇଁ ପ୍ରଧାନମନ୍ତ୍ରୀଙ୍କର ବଡ ଘୋଷଣା

ଇଏ ସେହି ମହିଳା, ଯିଏ ପୁରା ବିଶ୍ୱ ପାଇଁ ତିଆରି କରନ୍ତି Indian Flag

କରୋନା କାଳରେ ଚାଲିଛି ଅରବପତିଙ୍କ ବିଳାସପୂର୍ଣ୍ଣ ପାର୍ଟି, ଅତିଥିଙ୍କର ପ୍ରତି ୧୫ ମିନିଟରେ ହେଉଛି କୋଭିଡ୍ ଟେଷ୍ଟ

କୋଭିଡ୍‌ ପାଇଁ ରୁଷ୍‌ରେ ପ୍ରଥମ ବ୍ୟାଚ ଟିକା ଉତ୍ପାଦନ ଆରମ୍ଭ

ସୁଶାନ୍ତଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ନଥିଲା ଡେଥ୍ ଟାଇମ୍, ପ୍ରଶ୍ନ ଉଠାଇଲେ ଓକିଲ