PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରଜ ପାଇଁ ଓଟିଡିସି ଆରମ୍ଭ କଲା ‘ପିଠା ଅନ୍‌ ହ୍ୱିଲ୍‌’, ଭୁବନେଶ୍ୱର ସହ ସମ୍ବଲପୁର ଓ କଟକରେ ମିଳିବ ପିଠା
  • ||
  • ବଅଁରପାଳ : ସୁନାର ସଂସାରକୁ ଛାରଖାର କରିଦେଲା କରୋନା, ଆଗପଛ ହୋଇ ଚାଲିଗଲେ ପୁଅ-ବୋହୂ ଓ ମା, ଅନାଥ ହୋଇଗଲା ୧୪ ମାସର ଶିଶୁପୁତ୍ର
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ କନ୍ୟା ଚୋରି ନୀତି
  • ||
  • ଭୁବନେଶ୍ୱର : ଆଜି ପହିଲି ରଜ, ଗାଁଠାରୁ ସହର ସବୁଠି ଜମୁଛି ପିଠାପଣାର ଆସର
  • ||
  • ଭୁବନେଶ୍ୱର : ସାରା ରାଜ୍ୟକୁ ଛୁଇଁଲା ମୌସୁମୀ, ଆହୁରି ଦୁଇଦିନ ସ୍ୱଳ୍ପରୁ ମଧ୍ୟମ ବର୍ଷା ସମ୍ଭାବନା, ୧୫ ପର୍ଯ୍ୟନ୍ତ ଧୀବରଙ୍କୁ ସମୁଦ୍ର ମନା
  • ||

ପାକିସ୍ତାନକୁ ବଡ଼ ଝଟକା,ଜି-୭ ସମ୍ମିଳନୀରେ କଶ୍ମୀର ପ୍ରସଙ୍ଗ ନେଇ ଟ୍ରମ୍ପଙ୍କୁ ସିଧାସଳଖ ଏହା କହିଲେ ମୋଦି

ବିଏରିଜ୍‌,୨୬।୮:  କଶ୍ମୀର ପ୍ରସଙ୍ଗରେ ଆମେରିକାର ମଧ୍ୟସ୍ଥତାକୁ ଆଶା କରି ରହିଥିବା ପାକିସ୍ତାନକୁ ଆଜି ଲାଗିଛି ଯୋରଦାର ଝଟକା। କାରଣ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସର ବିଏରିଜରେ  ଆୟୋଜିତ ଜି-୭ ସମ୍ମିଳନୀରେ  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପଙ୍କୁ ସାକ୍ଷାତ କରି କହିଛନ୍ତି, ଭାରତ ଓ ପାକିସ୍ତାନର ସମସ୍ତ ପ୍ରସଙ୍ଗ ଦ୍ବିପାକ୍ଷିକ ତେଣୁ ଏଥିପାଇଁ ଆମେ ବିଶ୍ବର କୌଣସି ଦେଶକୁ କଷ୍ଟ ଦେବାକୁ ଚାହୁଁନାହୁଁ। ମୋତେ ବିଶ୍ବାସ ଅଛି ଭାରତ ଓ ପାକିସ୍ତାନ,ଯାାକି ୧୯୪୭ ପୂର୍ବରୁ ଏକାଠି ଥିଲେ, ଆମେ ମିଳିମିଶି ନିଜର ସମସ୍ୟା ଉପରେ ଚର୍ଚ୍ଚା ଓ ସମାଧାନ ମଧ୍ୟ କରିପାରିବୁ। ଏହି ଅବସରରେ ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଦୀର୍ଘ ସମୟଧରି କଶ୍ମୀର ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଜମ୍ମୁ-କଶ୍ମୀରରେ ଭାରତ ସରକାର ଗ୍ରହଣ କରିଥିବା ପଦକ୍ଷେପକୁ ସେ ପ୍ରଶଂସା କରିବା ସହ ଏହା ଭାରତ-ପାକିସ୍ତାନ ମଧ୍ୟରେ ଏହା   ଦ୍ୱିପାକ୍ଷିକ ପ୍ରସଙ୍ଗ ବୋଲି କହିଛନ୍ତି।

ଏହା ସହ ପୂର୍ବରୁ କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ଆଗ୍ରହ ଦେଖାଉଥିବା ଟ୍ରମ୍ପ ବୈଠକ ପରେ ୟୁ-ଟର୍ଣ୍ଣ ନେଇଛନ୍ତି। ଏହା ସହିତ ଟ୍ରମ୍ପ କହିଛନ୍ତି ତାଙ୍କୁ ମୋଦିଙ୍କ ଉପରେ ସମ୍ପୂର୍ଣ୍ଣ ଭରଷା ରହିଛି। ଯାହାଫଳରେ କଶ୍ମୀର ପ୍ରସଙ୍ଗ ନେଇ ବିଶ୍ବସ୍ତରରେ ଭାରତକୁ ବିରୋଧ କରୁଥିବା ପାକିସ୍ତାନକୁ ଲାଗିଛି ଯୋରଦାର  ଏହା ସହିତ ମୋଦି କହିଥିଲେ,ବିଶ୍ୱର ସବୁ ରାଷ୍ଟ୍ର ମନେ ରଖିବା ଦରକାର ଯେ କଶ୍ମୀର ହେଉଛି ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ଦ୍ୱିପାକ୍ଷିକ ପ୍ରସଙ୍ଗ। ଭାରତର ଅଭିନ୍ନ ଅଙ୍ଗ ହେଉଛି ଜମ୍ମୁ-କଶ୍ମୀର। ଏଠାରୁ ଭାରତ ସରକାର ନିଜ ଇଚ୍ଛାରେ ଧାରା ୩୭୦କୁ ଉଚ୍ଛେଦ କରିଛନ୍ତି। ଏଥିରେ ଆଉ କେହି ହସ୍ତକ୍ଷେପ କରିବା ଠିକ୍‌ ହେବନାହିଁ।

 ଭାରତ ଓ ପାକିସ୍ତାନ ମଧ୍ୟରେ ଅନେକ ସମସ୍ୟା ରହିଛି। ଆମର ଆଶା ଆମେ ସମସ୍ତେ ମିଳିମିଶି ଆଲୋଚନା ଦ୍ୱାରା ହିଁ ଏହାର ସମାଧାନ କରିପାରିବା।ଦୁଇଦେଶ ଦାରିଦ୍ର୍ୟ ଓ ନିରକ୍ଷର ବିରୋଧରେ ଲଢ଼େଇ କରିବା ଉଚିତ। ଇମ୍ରାନ୍‌ ଖାନ୍‌ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବା ପରେ ମୁଁ ତାଙ୍କ ସହ କଥା ହୋଇଥିଲି। ଏହି ସମୟରେ ଆମେ ମିଳିତ ଭାବେ ଦେଶର ଲୋକ ଏବଂ ଗରିବୀ ହଟାଇବା ପାଇଁ କାର୍ଯ୍ୟ କରିବା ଦରକାର ବୋଲି କହିଥିଲି। ତେଣୁ ଆମର ପ୍ରଥମ ଲକ୍ଷ୍ୟ ହେଲା ଲୋକଙ୍କ ପାଇଁ କାମ କରିବା।”

ବୈଠକ ଟ୍ରମ୍ପ   କହିଛନ୍ତି, ଆମେ କଶ୍ମୀର  ପ୍ରସଙ୍ଗରେ ଆଲୋଚନା କରିଛୁ। କଶ୍ମୀର ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ଏକ ଦ୍ୱିପାକ୍ଷିକ ପ୍ରସଙ୍ଗ। ଏହାକୁ ଉଭୟ ଦେଶ ଆଲୋଚନା ଦ୍ୱାରା ସମାଧାନ କରିବା ଦରକାର। ଆଶା କରାଯାଉଛି ଉଭୟ ଦେଶ ଆଲୋଚନା କରି ନିଜ ମଧ୍ୟରେ ରହିଥିବା ବିବାଦର ସମାଧାନ କରିବେ। ଆମେ ଏହି ସମୟରେ କେବଳ କଶ୍ମୀର ନୁହେଁ ଶିଳ୍ପ ସମ୍ପର୍କରେ ମଧ୍ୟ ଆଲୋଚନା କରିଛୁ। ପ୍ରତିରକ୍ଷା ଚୁକ୍ତି ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ମଧ୍ୟ ବୈଠକରେ ସ୍ଥାନ ପାଇଥିଲା। ଗତକାଲି ରାତିରେ ଆମେ ଏକାଠି ଡିନର କରିଥିଲୁ। ଏକାଠି ଢେର ସମୟ ଭାରତର ବିଭିନ୍ନ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିଥିଲୁ। ଉଭୟ ଭାରତ ଓ ପାକିସ୍ତାନ ସହ ଆମେରିକାର ଭଲ ସମ୍ପର୍କ ରହିଛି। ତେଣୁ ଭାରତ ଓ ପାକିସ୍ତାନ ଯଥାଶୀଘ୍ର ବିବାଦର ସମାଧାନ କରିବା ଦରକାର ବୋଲି ଟ୍ରମ୍ପ ଆଶା କହିଛନ୍ତି।