ପ୍ରମୁଖ ଖବର
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||
  • ଆହୁରି ଜଳିବ ଓଡ଼ିଶା, ମେ’ ୪ ଯାଏଁ ନିସ୍ତାର ଆଶା କମ୍‌': ଆଜିଠାରୁ ଭୀଷଣ ତାତି ମାଡ଼,୧୯ ଜିଲ୍ଲାକୁ ଆଲର୍ଟ ଜାରି
  • ||

ତାଇଓ୍ବାନ ପ୍ରସଙ୍ଗରେ ଚୀନ୍‌କୁ ବାଇଡେନ୍‌ଙ୍କ କଡା ଚେତାବନୀ; କହିଲେ ବିପଦ ସହ ଖେଳିବାକୁ ଚେଷ୍ଟା କରୁଛି ଚୀନ୍, ଯଦି ବଳପୂର୍ବକ କିଛି କରେ, ତେବେ ତାହା ଭଲ ହେବ ନାହିଁ…

ନୂଆଦିଲ୍ଲୀ: ମଙ୍ଗଳବାର (ମେ ୨୪) ଜାପାନରେ ହେବାକୁ ଥିବା କ୍ୱାଡ ସମ୍ମିଳନୀ ପୂର୍ବରୁ ଚୀନ୍‌କୁ ଆମେରିକାର କଡା ଚେତାବନୀ । ରାଷ୍ଟ୍ରପତି ଜୋ ବାଇଡେନ ତାଇୱାନ ପ୍ରସଙ୍ଗରେ ଚୀନ୍‌କୁ ଏକ ଦୃଢ ଚେତାବନୀ ଦେଇଛନ୍ତି । ଜୋ ବାଇଡେନ୍ କହିଛନ୍ତି ଯେ ଯଦି ଚୀନ୍ ତାଇୱାନ ଉପରେ ଆକ୍ରମଣ କରେ, ତେବେ ଆମେରିକା ଏହାର କଡା ଜବାବ ଦେବ । ଆବଶ୍ୟକ ପଡିଲେ ଆମେରିକା ତାଇୱାନକୁ ସାମରିକ ସହାୟତା ଯୋଗାଇଦେବ । କେବଳ ଏତିକି ନୁହେଁ, ଚୀନ୍ ବିପଦ ସହ ଖେଳିବାକୁ ଚେଷ୍ଟା କରୁଛି ବୋଲି ସେ କହିଛନ୍ତି । ତାଇୱାନକୁ ସୁରକ୍ଷା ଦେବା ଆମର ପ୍ରତିବଦ୍ଧତା । ଯଦି କୌଣସି ଅଞ୍ଚଳ ଚୀନ୍ ଦ୍ୱାରା ଜବରଦଖଲ କରାଯାଏ, ତେବେ ଏହାର ସଠିକ୍ ଉତ୍ତର ଦିଆଯିବ ।

ସେ କହିଛନ୍ତି, 'ଆମେ ଓ୍ବାନ୍ ଚାଇନା ପଲିସି ସହିତ ଏକମତ । ଆମେ ଏହା ଉପରେ ଦସ୍ତଖତ କରିଛୁ, କିନ୍ତୁ ଯଦି ଚୀନ୍ ବଳପୂର୍ବକ କିଛି କରେ, ତେବେ ତାହା ଭଲ ହେବ ନାହିଁ । ଏହା ସମଗ୍ର ଅଞ୍ଚଳରେ ଅଶାନ୍ତି ସୃଷ୍ଟି କରିବ ଏବଂ ୟୁକ୍ରେନରେ ନିଆଯାଉଥିବା ଜାବାବ ପରି ଏଠାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଯେପରି ଭାବରେ ୟୁକ୍ରେନକୁ ସାହାଯ୍ୟ କରାଯାଇଛି ଏବଂ ଏହି କାରଣରୁ ରୁଷ ଏକ ବଡ ଅସୁବିଧାର ସମ୍ମୁଖୀନ ହୋଇଛି । ଯଦି ତାଇୱାନ ଉପରେ ଆକ୍ରମଣ ଭଳି କାର୍ଯ୍ୟ ଚୀନ୍ ଦ୍ୱାରା କରାଯାଏ, ତେବେ ଏହା ବିରୋଧରେ ମଧ୍ୟ ସମାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

 ରୁଷ୍‌କୁ ନେଇ ବାଇଡେନ ମଧ୍ୟ କିଛି କୋଠର ଟିପ୍ପଣୀ ପ୍ରଦାନ କରିଥିଲେ । ସେ କହିଛନ୍ତି ଯେ ୟୁକ୍ରେନରେ ହୋଇଥିବା କ୍ଷଚୟତିର ମୂଲ୍ୟ ଭ୍ଲାଡିମିର ପୁଟିନ ପ୍ରଦାନ କରିବା ଜରୁରୀ ଅଟେ । ଦୀର୍ଘ ସମୟ ଧରି ରୁଷକୁ ଏଥିପାଇଁ ମୂଲ୍ୟ ଦେବାକୁ ପଡିବ । ପାଶ୍ଚିମୀ ଦେଶଗୁଡିକର ହସ୍ତକ୍ଷେପ ଯୋଗୁଁ ରୁଷକୁ କିପରି ପଛକୁ ଫେରିବାକୁ ପଡିବ ତାହା ମଧ୍ୟ ଚୀନ୍ ଦେଖୁଛି । ଚାଇନାକୁ ଏହାଠାରୁ ଅଧିକ କ’ଣ ଦିଆଯାଇପାରେ ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.