ମୋଦିଙ୍କ ପରେ ଇମ୍ରାନଙ୍କ ସହ ଫୋନରେ କଥା ହେଲେ ଟ୍ରମ୍ପ,କଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ କହିଲେ ଏହା

ନୂଆଦିଲ୍ଲୀ,୨୦।୮: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଖୁବ୍ ଚିନ୍ତାରେ ରହିଛି ପାକିସ୍ତାନ। ସାରା ବିଶ୍ବର  ବିଭିନ୍ନ ଦେଶ ନିକଟରେ କଶ୍ମୀର ପ୍ରସଙ୍ଗ ନେଇ ଲଗାତାର ଭାବରେ ଗୁହାରୀ କରି ବିଫଳ ହୋଇଛି ପାକିସ୍ତାନ। ଏହି ସବୁ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ଗତକାଲି ରାତିରେ ଫୋନ ଯୋଗେ ଆଲୋଚନା   କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଦୁଇ ଦେଶର ସମ୍ପର୍କ ଓ ଆଞ୍ଚଳିକ ପ୍ରସଙ୍ଗ ନେଇ ଟ୍ରମ୍ପଙ୍କ ସହିତ ଆଲୋଚନା କରିଥିଲେ। ଆଲୋଚନା ସମୟରେ ମୋଦି ସ୍ପ​ଷ୍ଟ କରିଦେଇଥିଲେ  ଯେ, ପାକିସ୍ତାନକୁ ଆତଙ୍କବାଦର ରାସ୍ତା ଛାଡିବାକୁ ହେବ। ସବୁଠାରୁ ବଡ କଥା ହେଲା ମୋଦିଙ୍କୁ ଫୋନ୍ କରିବାରେ ଟ୍ରମ୍ପ ଏବେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମଧ୍ୟ ଫୋନ୍ କରିଛନ୍ତି।

ମୋଦି ଓ ଟ୍ରମ୍ପ ଫୋନରେ କଥା ହେବାର ଖବର ଜାଣିବା ପରେ ଇମ୍ରାନ ଖାନ ମଧ୍ୟ ଟ୍ରମ୍ପଙ୍କ ସହିତ ଫୋନରେ କଥା ହୋଇଛନ୍ତି। ଟ୍ରମ୍ପ ଓ ଇ୍ରମାନଙ୍କ ମଧ୍ୟ କ୍ଷେତ୍ରୀୟ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। କଥାହେବା ବେଳେ ଇମ୍ରାନଙ୍କୁ ଭାରତ ସହିତ ଶାନ୍ତିପୂର୍ଣ୍ଣ ସମ୍ପର୍କ ରଖିବାକୁ ଟ୍ରମ୍ପ ପରାମର୍ଶ ଦେଇଛନ୍ତି। ଏହା ସହିତ ଆମେରିକା ରାଷ୍ଟ୍ରପତି ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି, କୌଣସି ପ୍ରକାର ଆକ୍ସନ, ଆକ୍ରାମକ ପଦକ୍ଷେପ କିମ୍ବା ବୟାନବାଜି ଠାରୁ ନିଜକୁ ଦୂରେଇ ରଖନ୍ତୁ।

ଏ ସମ୍ପର୍କରେ ଟ୍ରମ୍ପ ଟ୍ବିଟ୍ କରି ସୂଚନା ଦେଇଛନ୍ତି। ଟ୍ରମ୍ପ ତାଙ୍କର ଟ୍ବିଟରରେ ଉଲ୍ଲେଖ କରିଛନ୍ତି, ମୁଁ ନିଜର ଦୁଇ ଭଲ ବନ୍ଧୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସହିତ ଫୋନରେ କଥା ହୋଇଛି। ଏହି ଆଲୋଚନା ବେଳେ ଟ୍ରେଡ, ସାମରିକ ସମ୍ପର୍କ ଓ ଜମ୍ମୁ-କଶ୍ମୀର ସ୍ଥିତି ନେଇ ଆଲୋଚନା କରିଛି। କଶ୍ମୀର ସ୍ଥିତି ଖୁବ୍ କଠିନ ରହିଛି କିନ୍ତୁ ଭଲ କଥାବାର୍ତ୍ତା ହୋଇଛି।

ଉଲ୍ଳେଖନୀୟ ଯେ, ଗତାକାଲି ରାତିରେ ଟ୍ରମ୍ପଙ୍କ ସହିତ ମୋଦି ପ୍ରାୟ ୩୦ ମିନିଟ୍ ପର୍ଯ୍ୟନ୍ତ କଥା ହୋଇଥିଲେ। ଦୁଇ ନେତା ଭାରତ-ଆମେରିକା ମଧ୍ୟରେ ଦ୍ବିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କରିଥିଲେ। ଏହି ସମୟରେ କ୍ଷେତ୍ରୀୟ ଶାନ୍ତି ପ୍ରସଙ୍ଗ ନେଇ ଉତ୍ତେଜନାକାରୀ ବୟାନବାଜି ଲାଭକାରୀ ନୁହେଁ ବୋଲି ମୋଦି କହିଥଲେ। କଶ୍ମୀର ପ୍ରସଙ୍ଗ ନେଇ ପୂର୍ବରୁ ଟ୍ରମ୍ପ ମଧ୍ୟସ୍ଥତା କରିବା ନେଇ ଦୁଇ ଦେଶକୁ ପ୍ରସ୍ତାବ ଦେଇସାରିଛନ୍ତି, କିନ୍ତୁ ଭାରତ କୌଣସି ପ୍ରକାର ମଧ୍ୟସ୍ଥତା କରିବାକୁ ଚାହୁଁନାହିଁ। ପରେ ଆମେରିକା ଏହାକୁ ଭାରତ-ପାକିସ୍ତାନର ଦ୍ବିପାକ୍ଷିକ ପ୍ରସଙ୍ଗ ବୋଲି କହିଥିଲା।

   ସମ୍ବନ୍ଧିତ ଖବର


ବାଲକୋନୀର ପ୍ରେମରୁ ସାତ ଜନମର ସାଥୀ ….ଚର୍ଚ୍ଚାରେ ଏହି ରୋମିଓ-ଜୁଲିଏଟ୍

ଗଙ୍ଗା ନଦୀରୁ ମିଳିଲା ଦକ୍ଷିଣ ଆମେରିକାର ମାଛ, ବୈଜ୍ଞାନିକଙ୍କୁ ଘାରିଲା ଏହି ଭୟ

ରିୟାଙ୍କ ଉପରେ ସବୁ ଦୋଷ ଲଦିଲେ ରକୁଲ: କହିଲେ-ମୁଁ କେବେ ଡ୍ରଗ୍ସ ନେଇନି…

ବିହାର ନିର୍ବାଚନ : କରୋନା ସାଥିରେ ଚାଲିବ ମତଦାନ , ନିର୍ବାଚନ ଆୟୋଗ କରିବେ ସ୍ୱତନ୍ତ୍ର ବ୍ୟବସ୍ଥା

ପରଲୋକରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ଏସପି ବାଲାସୁବ୍ରମଣ୍ୟମ, ଶୋକରେ ବୁଡିଲା ସାରା ଦେଶ

ବିଶ୍ବର ଅନ୍ୟ ଦେଶ ତୁଳନାରେ ଭାରତରେ କାହିଁକି କରୋନା ଜନିତ କମ୍ ମୃତ୍ୟୁ ହାର? ରିସର୍ଚ୍ଚ ପରେ ଜଣାପଡିଲା ଆଶ୍ଚର୍ଯ୍ୟକର ତଥ୍ୟ