ଲ୍ୟାବ୍‌ରେ ଭାଇରସ୍ ଲିକ୍‌! ଆମେରିକୀୟ ଗୁଇନ୍ଦା ସ୍କାନ୍‌ରରେ ଓ୍ବୁହାନ୍

ନୂଆଦିଲ୍ଳୀ ୧୯/୪: ଚୀନ୍‌ର ୱୁହାନ ସହର ସ୍ଥିତ ଇନଷ୍ଟିଚ୍ୟୁଟ୍‌ ଅଫ ଭାଇରୋଲୋଜି ଲ୍ୟାବ୍ କରୋନା ଭାଇରସ ଲିକ୍‌ ହୋଇଥିବା ସମ୍ପର୍କରେ ଆମେରିକାର ଗୁଇନ୍ଦା ସଂସ୍ଥା ବିଧିବଦ୍ଧ ଭାବେ ତଦନ୍ତ ଆରମ୍ଭ କରିଛନ୍ତି । ସେମାନେ ଖୁବଶୀଘ୍ର ଏନେଇ ଏକ ରିପୋର୍ଟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଦେବେ । ତା’ ପରେ ଚୀନ୍‌ ବିରୋଧରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ସେନେଇ ରାଷ୍ଟ୍ରପତି ଟ୍ରମ୍ପ ବିଚାର କରିବେ ।

ଆମେରିକାର ଗୁଇନ୍ଦା ସଂସ୍ଥା ମନେ କରୁଛନ୍ତି କି ଉକ୍ତ ଲ୍ୟାବ୍‌ରେ ଇଂଟର୍ଣ୍ଣ ଭାବେ କାମ କରୁଥିବା ଜଣେ ଯୁବତୀ କରୋନା ଭାଇରସ ଉପରେ ପରୀକ୍ଷାନିରୀକ୍ଷା କରୁଥିଲାବଳେ ତା’ ଦ୍ୱାରା ସଂକ୍ରମିତ ହୋଇଥିଲେ । ତା’ ପରେ ସେ ନିଜର କିଛି ସହକର୍ମୀ ଏବଂ ପରେ ଲାବ୍‌ ଠାରୁ କିଛି ଦୂରରେ ଥିବା ମାଛ ବଜାରକୁ ଯାଇ ଆଉ କିଛି ଲୋକଙ୍କୁ ସଂକ୍ରମିତ କରିଥିଲେ । ଏହିପରି ଭାବେ କରୋନା ଭାଇରସ ବ୍ୟାପିବା ଆରମ୍ଭ ହୋଇଥିଲା । ସେମାନେ କହିଛନ୍ତି ଯେ ଭାଇରସର ଜିନ୍‌ଗତ ସଂରଚନାର ବିଶ୍ଲେଷଣରୁ ତାହା ପ୍ରାକୃତିକ ବୋଲି ଜଣାପଡିଛି । ଏହା ବାଦୁଡି ଦେହରୁ ମଣିଷ ପାଖକୁ ଆସିଛି । ତେଣୁ ଚୀନ୍‌ ଏହାକୁ ଜୈବିକ ଅସ୍ତ୍ର ଭାବେ ପ୍ରୟୋଗ କରିଥିବା ଅଭିଯୋଗ ସତ୍ୟ ନୁହେଁ ବୋଲି ସେମାନେ ନିଶ୍ଚିତ ହୋଇଛନ୍ତି ।

   ସମ୍ବନ୍ଧିତ ଖବର


ଭାରତୀୟ ନୌସେନାକୁ ମିଳିବ ଆଉ ଏକ ସ୍କର୍ପିନ ବୁଡ଼ାଜାହାଜ, ଚଳିତ ବର୍ଷ ଡିସେମ୍ବର କିମ୍ବା ୨୦୨୧ ପ୍ରାରମ୍ଭରେ ମିଳିବ

ମାତ୍ର ୭୮୯ ଟଙ୍କାରେ କିଣନ୍ତୁ ନିଜ ମନ ପସନ୍ଦର କାର୍, ଜାଣନ୍ତୁ ଅଫର୍ ସମ୍ପର୍କରେ…

ଅନ୍‌ଲାଇନ୍‌ରେ ଆସିଥିବା ମୋବାଇଲ୍‌ ଫୋନ୍‌କୁ ବିକିଦେଲା ଡେଲିଭରୀ ବୟ, ଗ୍ରାହକଙ୍କୁ କହିଲା କ୍ୟାନସଲ୍‌ ହୋଇଛି ଅର୍ଡର

ଜାଲି ଚେକ୍‌ ଦେଇ ଦମ୍ପତିଙ୍କ ସ୍ମାର୍ଟ ଚୋରି: ସ୍ତ୍ରୀ ଗିରଫ, ସ୍ବାମୀ ଫେରାର

ବର୍ଷେ କାଳ ଫ୍ରିଜରେ ରଖିଥିଲେ ନୁଡୁଲ୍‌ସ, ଖାଇବା ପରେ ଗୋଟିଏ ପରିବାରର ୯ ଜଣଙ୍କର ମୃତ୍ୟୁ- ଚୀନ୍‌ର ଘଟଣା

ଛାତ୍ରଛାତ୍ରୀଙ୍କୁ ଅନଲାଇନ୍ ପାଠ ପଢାଉଛନ୍ତି କଏଦୀ, ବାର୍ଷିକ ଦରମା ୮ ଲକ୍ଷ