ଗଙ୍ଗା ନଦୀରୁ ମିଳିଲା ଦକ୍ଷିଣ ଆମେରିକାର ମାଛ, ବୈଜ୍ଞାନିକଙ୍କୁ ଘାରିଲା ଏହି ଭୟ

ବାରାଣାସୀ,୨୫।୯: ହଜାର ହଜାର କିଲୋମିଟର ଦୂର ସାଉଥ୍ ଆମେରିକାର ଆମାଜନ୍ ନଦୀରେ ମିଳୁଥିବା ସକର ମାଉଥ୍ କ୍ୟାଟଫିଶ୍ ଏବେ ମିଳିଲା ବାରଣାସୀର ଗଙ୍ଗା ନଦୀରେ। ଏହି ନଦୀ ମିଳିବା  ଆଶ୍ଚର୍ଯ୍ୟଜନକ କଥା ହୋଇଥିବା ବେଳେ ବୈଜ୍ଞାନିକଙ୍କ ପାଇଁ ସେତିକି ଚିନ୍ତାର ବିଷୟ ପାଲଟିଛି। ବାରଣାସୀର ରାମନଗରର ରମନା ଦେଇ ଗୁଜରାଟର ଗଙ୍ଗା ନଦୀରେ ନାବିକଙ୍କୁ ଅଦ୍ଭୁତ ପ୍ରକାର ମାଚ୍ଛ ଦେଖିବାକୁ ମିଳିଛି। ବିଏଚୟୁର ମାଛ ବୈଜ୍ଞାନିକମାନେ ଏହାର ଚିହ୍ନଟ ସାଉଥ୍ ଆମେରିକାର ଆମାଜନ୍ ନଦୀରେ ମିଳୁଥିବା ସକରମାଉଥ୍ କ୍ୟାଟଫିଶ୍ ବୋଲି କହିଛନ୍ତି। ବୈଜ୍ଞାନିକମାନେ ଚିନ୍ତା ପ୍ରକାଶ କରି କହିଛନ୍ତି, ଏହି ମାଛ ମାଂସାହାରୀ ଓ ଇକୋ-ସିଷ୍ଟମ ପାଇଁ ମଧ୍ୟ ବିପଦ।

ଏମିତିବି ନଦୀଗୁଡିକରେ ନିଜର ଗଭୀରତା ନେଇ ବହୁ ରହସ୍ୟ ରହିଛି, କିନ୍ତୁ ବାରଣାସୀର ରାମନଗରର ରମନା ଗାଁ ନଦୀରେ ଡଲଫିନର ସଂରକ୍ଷଣ ଓ ଉଦ୍ଧାର ପାଇଁ ଲାଗିଥିବା ଗଙ୍ଗା ପ୍ରହରୀଙ୍କ ଟିମ୍ ସେହି ସମୟରେ ଏକ ମାଛକୁ ପାଇଥି​‌ଲେ। ଏଭଳି ମାଛ ସାରା ଭାରତ କିମ୍ବା ସାଉଥ୍ ଏସିଆରେ ମଧ୍ୟ ମିଳିନଥାଏ। ଅଦ୍ଭୁତ ମୁହଁ ଥିବା ଏହି ମାଛ ସାଉଥ୍ ଆମେରିକାର ଆମାଜନ୍ ନଦୀରେ ହଜାର ହଜାର କିଲୋମିଟର ଦୂରରେ ମିଳୁଥିବା ସକରମାଉଥ୍ କ୍ୟାଟଫିଶ୍ ଭଳି ଲାଗୁଛି।

ଭାରତୀୟ ବନ୍ୟଜୀବ ସଂସ୍ଥାନ ଓ ନମାମି ଗଙ୍ଗା ଯୋଜନାର ଜଳୀୟ ଜୀବ ସଂରକ୍ଷଣ ପାଇଁ କାମ କରୁଥିବା ଗଙ୍ଗା ପ୍ରହରୀ ଦର୍ଶନ ନିଷାଦ କହିଛନ୍ତି, ଡଲଫିନ୍ ସଂରକ୍ଷଣ ସମୟରେ ତାଙ୍କୁ ଦ୍ବିତୀୟ ଥର ଏଭଳି ଅଦ୍ଭୁତ ପ୍ରକାର ମାଚ୍ଛ ମିଳିଛି। ପ୍ରଥମ ଥର ଗୋଲ୍ଡେନ୍ ରଙ୍ଗର ଏହି ମାଛ ମିଳିଥିଲା, ଯାହାର ଚିହ୍ନଟ ଭାରତୀୟ ବନ୍ୟଜୀବ ସଂସ୍ଥାନ ଆମେରିକା ପକ୍ଷରୁ ଆମାଜନ ନଦୀରେ ମିଳିଥିବା ସକରମାଉଥ କ୍ୟାଟଫିଶ୍ ରୂପରେ କରାଯାଇଥିଲା, ପୁଣିଥରେ ଏହି ମାଛ ମିଳିଥିଲା।

   ସମ୍ବନ୍ଧିତ ଖବର


ମା’ ଦୁର୍ଗାଙ୍କ ପ୍ରିୟ ଫୁଲ – ଏହି ଫୁଲ ପ୍ରଦାନ କଲେ ହୋଇଥାଏ ମନୋସ୍କାମନା ପୂରଣ

ବିହାର ନିର୍ବାଚନୀ ପ୍ରତିଶ୍ରୁତିରେ କରୋନା ଭାକ୍‌ସିନ୍‌ – ମାଗଣାରେ ଲୋକଙ୍କୁ କୋଭିଡ୍‌-୧୯ ଟିକା ମିଳିବା ନେଇ ସ୍ପଷ୍ଟ କଲେ ନିର୍ମଳା ସୀତାରମଣ

ନେପାଳର କୁମାରୀ ଦେବୀଙ୍କ ରହସ୍ୟମୟ ଜୀବନ

କୁମାରୀ ଦେବୀ

୬ଦିନ ପର୍ଯ୍ୟନ୍ତ ଦୁଇ ନାବାଳିକା ଭଉଣୀଙ୍କୁ ଗଣଦୁଷ୍କର୍ମ କଲେ ୧୫ ଦୁର୍ବୃତ୍ତ: ପୋଲିସ ଚୁପ୍, ବିକ୍ଷୋଭ ପ୍ରଦର୍ଶନ କଲେ ଲୋକେ

ମେଡିକାଲରୁ ଡିସଚାର୍ଜ ହେଲେ କପିଲ ଦେବ, ଚେତନ ଶର୍ମା କହିଲେ..