PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶିଶୁ ଅପହରଣ ଉଦ୍ୟମ ପଣ୍ଡ, ବାଇକ ରୁ ଲମ୍ଫ ମାରି ଦୁର୍ବୃତ୍ତଙ୍କ କବଳରୁ ମୁକୁଳିଲା ୧୨ ବର୍ଷର ଶିଶୁ ପୁତ୍ର, ଜଗତସିଂହପୁର ଥାନାରେ ମାମଲା।
  • ||
  • ଢେଙ୍କାନାଳ: ସାଇକୃପା ଆବାସିକ ମହାବିଦ୍ୟାଳୟରୁ ୪ଜଣ ଛାତ୍ର କୋଭିଡ ପଜିଟିଭ ଚିହ୍ନଟ, ଆରଟିପିସିଆର ଟେଷ୍ଟ ପାଇଁ ୨୬୦ ଜଣଙ୍କର ସାମ୍ପଲ ପାଠାଗଲା
  • ||
  • କମ୍ପିବ ବିଧାନସଭା: ମମିତା ମେହେର ହତ୍ୟା ଘଟଣା, ଧାନମଣ୍ଡି ଅବ୍ୟବସ୍ଥା, ଦୁର୍ନୀତି ପ୍ରସଙ୍ଗରେ ସରକାରଙ୍କୁ ଘେରିବ ବିଜେପି
  • ||
  • ନରସିଂହପୁର: ପିଉସୀ ଘରକୁ ବୁଲିବାକୁ ଆସିଥିବା ବେଳେ କୂଅରେ ପଡ଼ି ଚାଲିଗଲା ବାଳକ ଜୀବନ
  • ||
  • ନରସିଂହପୁର: ନରସିଂହପୁରରେ ମାତିଲେ ଦୁର୍ବୁତ୍ତ, ସ୍କାଏ ଲାଇଟ ଭାଙ୍ଗି ଲୁଟିନେଲେ ଟଙ୍କା ଆସବାବପତ୍ର
  • ||
  • ଜଗତସିଂହପୁର : ଆରମ୍ଭ ହେଲା ୨ଦିନିଆ ସାଗର କବଚ ଓଡି -୨୧ ସମରାଭ୍ୟାସ
  • ||
  • ଚନ୍ଦ୍ରଶେଖରପୁର : ଜଣଙ୍କ ପାଇଁ ଦୁଇ ପ୍ରେମିକ ମଧ୍ୟରେ ହଣାମରା, ବିଚ୍ ରାସ୍ତାରେ ଚାଲିଲା ଖଣ୍ଡଯୁଦ୍ଧ
  • ||
  • ସୋନପୁର : ସୋନପୁରରେ ଇଷ୍ଟଦେବୀ ସୁରେଶ୍ଵରୀ ମନ୍ଦିରରୁ ଚୋରି
  • ||
  • ଭୁବନେଶ୍ୱର : ଆଜି ଅଭିନେତ୍ରୀ ଗୁନ୍‌ଗୁନ୍‌ଙ୍କ ବିବାହ, ଅଭିସ୍ମିତଙ୍କ ସହ ପଡିବ ହାତଗଣ୍ଠି
  • ||
  • ଭୁବନେଶ୍ୱର : ଆସୁଛି ସମ୍ଭାବ୍ୟ ବାତ୍ୟା ‘ଜୱାଦ୍‌’, ୩ ତାରିଖ ଯାଏଁ ଥରାଇବ ଶୀତ, ୪ରେ ନିର୍ଧୁମ ବର୍ଷା ସମ୍ଭାବନା
  • ||
  • ସୁକିନ୍ଦା : ଶତାୟୁ ପଦ୍ମଶ୍ରୀ ନନ୍ଦ ସାର୍ କରୋନା ସଂକ୍ରମିତ, ଘରୋଇ ହସ୍ପିଟାଲରେ ଭର୍ତ୍ତି
  • ||

ଋଷର ଏସ୍-୪୦୦ର ବିକଳ୍ପ ପ୍ରସ୍ତାବ ଭାରତକୁ ଦେଇପାରେ ଆମେରିକା

ନୂଆଦିଲ୍ଲୀ,୨୮।୩: ଆମେରିକା ଖୁବ୍ ଶୀଘ୍ର ଭାରତକୁ ମିଶାଇଲ ଡିଫେନ୍ସ ସିଷ୍ଟମ କିଣିବାର ପ୍ରସ୍ତାବ ଦେଇପାରେ। କାରଣ ଗତ ବର୍ଷ ଅକ୍ଯୋବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରୁଷ ରାଷ୍ଟ୍ରପତି ବ୍ଲାଦିମିର ପୁତିନଙ୍କ ମଧ୍ୟରେ ରୁଷର ଏସ୍‍-୪୦୦ ଡିଫେନ୍ସ ସିଷ୍ଟମ କିଣିବା ନେଇ ଚୁକ୍ତି ହୋଇଥିଲା। ସେତେବେଳେ ଏହା ବିରୋଧରେ ଆମେରିକା ଅସନ୍ତୋଷ ପ୍ରକାଶ କରିବା ସହ ଭାରତ ଉପରେ କଟକଣା ଲଗାଇବାକୁ ଚେତାବନୀ ଦେଇଥିଲା। ମାତ୍ର ଏହାପରେ ଆମେରିକା ଏହାର ବିକଳ୍ପ ସ୍ୱରୁପ ଭାରତକୁ ନିଜ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା ବିକିବାକୁ ବିଚାର କରିଥିଲା। ଏସ୍‍-୪୦୦ କ୍ଷେପଣାସ୍ତ୍ର ବଦଳରେ ଏବେ ଆମେରିକା ଭାରତକୁ ନିଜ କ୍ଷେପଣାସ୍ତ୍ର ବ୍ୟବସ୍ଥା ବିକିବାକୁ ପ୍ରସ୍ତାବ ଦେବ ବୋଲି ଆଲୋଚନା ହେଉଛି।

ତେବେ ଏହାର ଟେକ୍ନୋଲୋଜିରେ କିଛି ପରିବର୍ତ୍ତନ ଥିବାରୁ ଋଷର ମିଶାଇଲ ଡିଫେନ୍ସ ସିଷ୍ଟମ ତୁଳନାରେ ଏହାର ମୂଲ୍ୟ ବହୁତ ଅଧିକ ରହିପାରେ।  ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ବଦଳରେ ବିକଳ୍ପ ପ୍ରତିରକ୍ଷା ବ୍ୟବସ୍ଥାର କ୍ଷେପଣାସ୍ତ୍ର ଯୋଗାଇ ଦେବାକୁ ଆମେରିକା ଖୁବଶୀଘ୍ର ଭାରତକୁ ପ୍ରସ୍ତାବ ଦେବ। ଏନେଇ ଆମେରିକା ବିଚାର କରୁଛି ଓ ଖୁବଶୀଘ୍ର ଭାରତ ଆଗରେ ପ୍ରସ୍ତାବ ରଖିବ ବୋଲି ଆମେରିକା ପ୍ରତିରକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ଆମେରିକା କ୍ଷେପଣାସ୍ତ୍ରର ମୂଲ୍ୟ ଏସ୍‍-୪୦୦ ଅପେକ୍ଷା ଅଧିକ ଥିବାରୁ ଭାରତ ଏହି ପ୍ରସ୍ତାବକୁ ଗ୍ରହଣ କରିବ ନାହିଁ ବୋଲି ଆଲୋଚନା ହେଉଛି। ଆମେରିକାର ଉପ-ପ୍ରତିରକ୍ଷା ମନ୍ତ୍ରୀ ରେଣ୍ଡେଲ ସାଇୱର ଭାରତ ଉପରେ କୌଣସି ପ୍ରକାର କଟକଣା ନଲଗାଇବାକୁ ଯୁକ୍ତି ବାଢିଛନ୍ତି। ଭାରତ ଆମେରିକାର ଏକ ବଡ଼ ସହଯୋଗୀ ହୋଇଥିବାରୁ ଭାରତ ପାଇଁ ବିକଳ୍ପ ବ୍ୟବସ୍ଥା ଖୋଜିବାକୁ ସେ ଗତକାଲି ସଂସଦୀୟ ସମିତି ନିକଟରେ ପରାମର୍ଶ ଦେଇଛନ୍ତି।ଏସ୍‍-୪୦୦ ରୁଷର ଅତ୍ୟନ୍ତ ଅତ୍ୟାଧୁନିକ ଦୂରଗାମୀ ଭୂପୃଷ୍ଠରୁ ବାୟୁମଣ୍ଡଳକୁ ନିକ୍ଷେପ କରାଯାଇପାରୁଥିବା କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା।ଏହା ଏସ୍‍-୩୦୦ର ଆଧୁନିକ ସଂସ୍କରଣ ଯାହାକୁ  ୨୦୦୭ରୁ ରୁଷରେ ବ୍ୟବହୃତ ହୋଇଆସୁଛି।

ସମ୍ବନ୍ଧିତ ଖବର