ପାକିସ୍ତାନକୁ ଲାଗିଲା ବଡ଼ ଝଟକା: ୫ବର୍ଷର ଭିସା ଅବଧି ୩ ମାସକୁ ହ୍ରାସ କଲା ଆମେରିକା

ନୂଆଦିଳ୍ଳୀ,୬।୫: ପାକିସ୍ତାନକୁ ଏକ ବଡ଼ ଝଟକା ଦେଲା ଆମେରିକା। ଆମେରିକାର ଯିବା ପାଇଁ ପାକିସ୍ତାନମାନଙ୍କ ଭିସା ଅବଧିକୁ କମାଇ ଦେଇଛନ୍ତି ଆମେରିକା ସରକାର। ଆମେରିକାର ଟ୍ରମ୍ପ ପ୍ରଶାସନ ପାକିସ୍ତାନୀଙ୍କ ଭିସା ଅବଧିକୁ ୫ ବର୍ଷ ପରିବର୍ତେ ୩ ମାସକୁ ହ୍ରାସ କରି ଦେଇଥିବା ସୂଚନା ମିଳିଛି।
ଭାରତୀୟ ସେନା ଉପରେ ପାକିସ୍ତାନୀ ଆତଙ୍କବାଦୀମାନଙ୍କ ଆକ୍ରମଣକୁ ଫ୍ରାନ୍ସ, ଭୁଟାନ, ଚୀନ ସମେତ ଆମେରିକା ଆଦି ପଡ଼ୋଶୀ ରାଷ୍ଟ୍ର ତୀବ୍ର ନିନ୍ଦା କରିଥିଲେ। ପାକିସ୍ତାନ ନିଜ ଦେଶର ଥିବା ଆତଙ୍କବାଦୀମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଭାରତ ସହ ଶାନ୍ତି ପ୍ରତିଷ୍ଠା କରିବା ଉଚିତ୍ ବୋଲି ଆମେରିକା କହିଥିଲା। ପାକିସ୍ତାନକୁ ପାଲଟା ଜବାବ ଦେବାକୁ ଯାଇ ଭାରତ ଯେଉଁ ଏୟାର ଷ୍ଟ୍ରାଇକ କରିଥିଲା ତାହାକୁ ମଧ୍ୟ ବିଭିନ୍ନ ଦେଶ ସମର୍ଥନ କରିଥିଲେ।