ଡିସିରେ ଗୁଳିକାଣ୍ଡ: ଜଣେ ମୃତ, ୫ ଗୁରୁତର ଆହତ, ତଦନ୍ତ ଜାରି

ଓ୍ଵାସିଂଟନ୍‌ ୨୦।୯: ଗୁରୁବାର ସକାଳ ପ୍ରାୟ ୧୦ଟା ସମୟରେ ଓ୍ଵାସିଂଟନ୍‌ ଡିସିରେ ଗୁଳିକାଣ୍ଡ ଘଟିଛି। ଏଥରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାବେଳେ ପାଞ୍ଚଜଣ ଗୁରୁତର ଆହତ ହୋଇଛନ୍ତି ବୋଲି ଖବର ମିଳିଛି।ଯେଉଁ ସ୍ଥାନରେ ଗୁଳିକାଣ୍ଡ ହୋଇଛି ଉକ୍ତ ସ୍ଥାନରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଉକ୍ତ ସ୍ଥାନକୁ ପୁରାପୁରି ଭାବେ ବନ୍ଦ କରିଦିଆଯାଇଛି।

ମାତ୍ର ବିଳମ୍ବିତ ରାତି ଯାଏଁ ପୁଲିସ କାହାକୁ ଗିରଫ କରି ନ ଥିଲା କି, ଗୁଳିକାଣ୍ଡର ଉଦ୍ଦେଶ୍ୟ ସଂକ୍ରାନ୍ତରେ କିଛି ଜାଣି ନ ଥିଲା ବୋଲି ମେଟ୍ରୋପଲିଟାନ୍‌ ପୁଲିସ କମାଣ୍ଡର୍‌ ଷ୍ଟୁଆର୍ଟ ଏମର୍‌ମ୍ୟାନ୍‌ କହିଛନ୍ତି। ଗୁଳିକାଣ୍ଡରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଜଣେ ମହିଳା ଏବଂ ପାଞ୍ଚଜଣ ପୁରୁଷ ଅଛନ୍ତି। ପାଞ୍ଚଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟଜନକ ଅଛି ଏବଂ ଅନ୍ୟମାନେ ସାଙ୍ଘାତିକରୁ ସାମାନ୍ୟ ଆହତ ହୋଇଛନ୍ତି। କିନ୍ତୁ କାହାରି ଜୀବନ ପ୍ରତି ବିପଦ ନାହିଁ ବୋଲି ଏମର୍‌ମ୍ୟାନ୍‌ କହିଛନ୍ତି।

ମିଳିଥିବା ସୂଚନାନୁସାରେ, ଯେଉଁ ସ୍ଥାନରେ ଗୁଳି ଚାଳନା ହୋଇଥିଲା ସେହି ସ୍ଥାନଠାରୁ ଆମେରିକାର ରାଷ୍ଟ୍ରପତି ନିବାସ ମାତ୍ର ୩ କି.ମି. ଦୂରରେ ଅବସ୍ଥିତ। ଗୋଟିଏ ଆପାର୍ଟମେଣ୍ଟ୍‌ ବିଲ୍‌ଡିଙ୍ଗ୍‌ ପ୍ରାଙ୍ଗଣ ବାହାରେ ଘଟଣାଟି ଘଟିଥିଲା।

   ସମ୍ବନ୍ଧିତ ଖବର


ଡାକ୍ତରଙ୍କ ଘୁଙ୍ଗୁର ଡ୍ୟାନ୍ସ ଭିଡିଓ ଭାଇରାଲ, ହ୍ରିତିକ ରୋଶନ କଲେ ପ୍ରଶଂସା

ଭାରତର ଜନସଂଖ୍ୟାର ଅଧା କରୋନା ସଂକ୍ରମିତ ହୋଇପାରନ୍ତି ! ଜାଣନ୍ତୁ କେବେ ସୁଦ୍ଧା?

୯ ମାସର ଗର୍ଭବତୀ ମହିଳା ୫ମିନିଟ୍‌ରେ ଦୌଡ଼ିଲେ ୧.୬ କି.ମି, ଲୋକେ କହିଲେ…

ରୁଟି ଅମ୍ମାଙ୍କ ଭିଡିଓ ଭାଇରାଲ: ୨୦ ଟଙ୍କାରେ ଲୋକଙ୍କୁ ଖୁଆନ୍ତି, ସରୁନି ଦୁଃଖ…

ବିହାର ନିର୍ବାଚନର ଏକ ରୋଚକ ତଥ୍ୟ, ୪ଟି ମେଣ୍ଟ କିନ୍ତୁ ମୁଖ୍ୟମନ୍ତ୍ରୀ ହେବାକୁ ୬ ଦାବିଦାର

ଚୀନ୍‌ର ଡିଜିଟାଲ୍ ପ୍ଲାନ୍ ! ଚାଇନିଜ୍ ମୋବାଇଲରୁ ଅରୁଣାଚଳ ଗାଏବ୍…