ଘରେ ଥିବା କପଡାକୁ ମାସ୍କଭାବେ ବ୍ୟବହାର କରନ୍ତୁ – ନ୍ୟୟର୍କ ମେୟର


ନ୍ୟୁୟର୍କ – ଆମେରିକାରେ କରୋନା ଭାଇରସ ଯୋଗୁ ଏବେ ସଙ୍ଗୀନ ପରିସ୍ଥିତି ସୃଷ୍ଟି ହୋଇଛି । କେବଳ ଆମେରିକାରେ ଏହି ଭୂତାଣୁ ଯୋଗୁ ଏବେ ୨ ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିଲାବଳେ ୫୦୦୦ରୁ ଅଧିକ ଲୋକ ପ୍ରାଣ ହରାଇସାରିଲେଣି । ଆମେରିକାର ନ୍ୟୁୟର୍କ ପ୍ରଦେଶ କରୋନା ଯୋଗୁ ସବୁଠାରୁ ଅଧିକ ପ୍ରଭାବିତ
ହୋଇଛି । କେବଳ ନ୍ୟୁୟର୍କରେ କରୋନା ଯୋଗୁ ୧୪୦୦ ଲୋକ ପ୍ରାଣ ହରାଇଥିଲାବଳେ ୪୭,୦୦୦ ଲୋକ ଆକ୍ରାନ୍ତ ହୋଇଛନ୍ତି । ନ୍ୟୁୟର୍କରେ କରୋନା ସଂକ୍ରମଣକୁ ରୋକିବା ଏବେ ପ୍ରଶାସନ ପାଇଁ ସବୁଠାରୁ ବଡ ଚାଲେଂଜ ଭାବେ ଉଭା ହୋଇଛି ।

ଏହି ପରିପ୍ରେକ୍ଷୀରେ ସେଠାକାର ମେୟର ବିଲ ଡେ ବ୍ଲାସିଓ ନ୍ୟୁୟର୍କର ସମସ୍ତ ବାସିନ୍ଦାଙ୍କୁ ନିବେଦନ କରିଛନ୍ତି ଯେ ସେମାନେ ଘରୁ ବାହାରକୁ ବାହାରିଲାବଳେ ସବୁବଳେ ଘରେ ଥିବା କପଡାକୁ ମାସ୍କ ଭାବେ ବ୍ୟବହାର କରନ୍ତୁ । କପଡା ମାଧ୍ୟମରେ ସେମାନେ ନିଜ ପାଟି ଏବଂ ନାକକୁ ପୂରା ଘୋଡାଇ ଦିଅନ୍ତୁ । ସେମାନେ ସର୍ଜିକାଲ ମାସ୍କ ବଦଳରେ ଘରେଥିବା କପଡାକୁ ମାସ୍କ ଭାବେ ବ୍ୟବହାର କରନ୍ତୁ । ସର୍ଜିକାଲ ମାସ୍କକୁ ସେମାନେ କେବଳ ହସ୍ପିଟାଲର କର୍ମଚାରୀମାନଙ୍କ ବ୍ୟବହାର ପାଇଁ ଛାଡି ଦିଅନ୍ତୁ । କରୋନା ସଂକ୍ରମଣ ଏବେ ଦେଶରେ ଯେଉ ଭୟାବହ ପରିସ୍ଥିତି ସୃଷ୍ଟି କରିଛି ତା’ଯୋଗୁ ସର୍ଜିକାଲ ମାସ୍କର ଘୋର ଅଭାବ ଦେଖାଦେଇଛି ।


ତେଣୁ ସାଧାରଣ ଲୋକେ ଏପରି ପଦକ୍ଷେପ ନେବା ଉଚିତ୍‌ । ମେୟର ବ୍ଲାସିଓ ଆହୁରି କହିଛନ୍ତି ଯେ କରୋନାକୁ ରୋକିବା ପାଇଁ ଏବେ ମେଡିକାଲ ଟ୍ରେନିଂ ନେଇଥିବା ସମସ୍ତ ବ୍ୟକ୍ତିଙ୍କୁ ଜରୁରୀକାଳୀନ ପଦକ୍ଷେପ ଭାବେ ସ୍ୱାସ୍ଥ୍ୟସେବାରେ ନିୟୋଜିତ କରାଯିବା ଆବଶ୍ୟକ । ସେ ମଧ୍ୟ ସୂଚନା ଦେଇଛନ୍ତି କି ଆଗାମୀ ୪ ସପ୍ତାହ ଭିତରେ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ଚିକିା ପାଇଁ ନ୍ୟୁୟର୍କରେ ଆହୁରି ୬୫,୦୦୦ ନୂଆ ବେଡ୍‌ ପ୍ରସ୍ତୁତ କରାଯିବ ।

   ସମ୍ବନ୍ଧିତ ଖବର


WHOର ଚେତାବନୀ ! ଭାରତରେ ଫାଟିବ କରୋନା ବୋମା

କରୋନା-ଶାରିରୀକ ସମ୍ପର୍କ ରଖିବା ସମୟରେ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦେଲେ ହାଭାର୍ଡର ଗବେଷକ

ରାଜ୍ୟ ପାଇଁ ଆଶ୍ବସ୍ତି ଖବର: ସୁସ୍ଥ ହେଲେ ଆଉ ୧୧୨ ଜଣ କରୋନା ଆକ୍ରାନ୍ତ, କେନ୍ଦ୍ରାପଡ଼ା ଜିଲ୍ଲାରୁ ସର୍ବାଧିକ

ଜୁଲାଇ ୧୫ ସୁଦ୍ଧା ସବୁ ସ୍କୁଲରେ ପିଲାଙ୍କ ନାମଲେଖା ସରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ

ଆରମ୍ଭ ହେଲା ଆଷାଢ଼ ମାସ : ସ୍ୱାସ୍ଥ୍ୟ ଏବଂ ଶୁଭ କାର୍ଯ୍ୟ ସହିତ ଜଡିତ ଏହି ୧୦ଟି ଜିନିଷ ରଖନ୍ତୁ ଧ୍ୟାନରେ…

ଟଳିନି ମହାମାରୀ ବିପଦ: ବେପରୁଆ ହେଲେ ବଦଳାଇ ଦେବ ଅସଲ ରୂପ, ଦିନକୁ ଦିନ ଦ୍ରୁତଗତିରେ ମାଡ଼ୁଛି କରୋନା