ପୂଜାରୁ ଚାହୁଁଛନ୍ତି ସର୍ବସିଦ୍ଧି – ବ୍ୟବହାର କରନ୍ତୁ ଏହି ଆସନ

ହିନ୍ଦୁ ଧର୍ମରେ ପୂଜାପାଠରେ ବିଶେଷ ମହତ୍ତ୍ୱ ରହିଛି। ପୂଜାପାଠ କଲେ ଅନେକ ସଫଳତା ମିଳିଥାଏ । ଏଣୁ କର୍ମ ସହ ପୂଜା ପାଠ କରାଯାଏ  । ଅନେକ ପୂଜାରୁ ମାନସିକ ଶାନ୍ତି ମିଳେ । ପୂର୍ବକାଳରେ ବାଘ୍ର ଚର୍ମ, ମୃଗ ଚର୍ମ, କୁଶାସନ ସହ ଅନ୍ୟାନ୍ୟ ଆସନରେ ବସି ପୂଜା ପାଠ କରାଯାଉଥିଲା ।

ଏବେ ବାଘ୍ର ଓ ମୃଗ ଚର୍ମ ବ୍ୟବହାର କରିବା ସମ୍ଭବ ହୋଇ ନଥିଲେ ମଧ୍ୟ କୁଶରେ ପ୍ରସ୍ତୁତ ହୋଇଥିବା କୁଶାସନରେ ବସି ପୂଜାପାଠ କରିପାରିବେ ।

 ଭଗବାନ ଯେଉଁ ଆସନରେ ବସିଥାଆନ୍ତି ତାଙ୍କୁ ଦର୍ଭାସନ କୁହାଯାଇଥାଏ । ସାଧକ ବା ଭକ୍ତ ଯେଉଁଥିରେ ବସିଥାଏ ତାକୁ ଆସନ କୁହାଯାଏ । ସାଧକ କେବେ ବି ଖାଲି ଭୂମିରେ ବା ଖାଲି ସ୍ଥାନରେ ବସି ପୂଜାପାଠ ଓ ଧ୍ୟାନ କରିବା ଅନୁଚିତ୍‌ । ପୂର୍ବରୁ ଏପରି କରିବା ବାରଣ କରାଯାଇଥିଲେ  ମଧ୍ୟ ଏବେର ସମୟରେ ଏଥିରେ ବ୍ୟତିକ୍ରମ ଦେଖାଯାଉଛି ।  ଏପରି କଲେ ପୂଜାର ପୁଣ୍ୟ ଭୂମିକୁ ଚାଲିଯାଉଥିବା ବିଶ୍ୱାସ ରହିଛି ।  ଏଥିପାଇଁ ପୂଜାର ଆସନ ଓ ବସ୍ତ୍ର ଅଲଗା ରଖିବା ପାଇଁ କୁହାଯାଇଛି ।

କାଠରେ ତିଆରି ଚୌକି  ଘାସ କିମ୍ବା ପତ୍ରରେ ତିଆରି ଆସନରେ ଉପରେ ବସି ପୂଜା କରିବାକୁ ବାରଣ କରାଯାଇଛି। ପ୍ଲାଷ୍ଟିକ ଆସନ ଅପେକ୍ଷା କୁଶାସନ ବ୍ୟବହାର କରିବା ଭଲ ।

କମ୍ବଳ ଆସନରେ ବସି ପୂଜା କରିବା ଭଲ । ଲାଲ୍‌ ରଙ୍ଗରେ ହେଲେ ଦେବୀ ,ଦୂର୍ଗା , ଲକ୍ଷ୍ମୀଙ୍କ ପୂଜାରେ ବ୍ୟବହାର କରିପାରିବେ ।

କୁଶାସନ- କୁଶାସନ ଆସନରେ ବସି ପୂଜା କରିବା ଦ୍ୱାରା  ସର୍ବସିଦ୍ଧି ମିଳିଥାଏ । କୌଣସି ମନ୍ତ୍ରର ସିଦ୍ଧି ପାଇଁ କୁଶାସନ ସର୍ବଶ୍ରେଷ୍ଠ ।  ମାତ୍ର ପିଣ୍ଡ ଦାନ କିମ୍ବା ଶ୍ରାଦ୍ଧରେ ଏହାକୁ ବ୍ୟବହାର କରାଯାଏ ନାହିଁ । ବ୍ରତ ଘର ପରି ପବିତ୍ର କାର୍ଯ୍ୟରେ ଏହାକୁ ବ୍ୟବହାର କରାଯାଏ ।

ଆସନ ଉପରେ ବସିବାର ନିୟମ

କୌଣସି ଆସନ ଉପରେ ବସିବା ପୂର୍ବରୁ ଏହାକୁ ପୂଜା କରିବା ଉଚିତ୍‌ ।  ଅଳ୍ପ ପାଣି ଛିଞ୍ଚି ଗୋଟିଏ ଫୁଲ ଦେଇ ପୂଜା କରିବେ ।

ଆସନ ଦେବତାଙ୍କୁ ପ୍ରାର୍ଥନା କରିବା ଉଚିତ୍‌ କି ଯେଉଁ ପର୍ଯ୍ୟନ୍ତ ଆପଣଙ୍କ ଉପରେ ବସି ରହିବି ସେ ପର୍ଯ୍ୟନ୍ତ ଆପଣ ମୋର ରକ୍ଷା କରିବେ ।  ମୋତେ ମନୋବାଞ୍ଚିତ ଫଳ ପ୍ରଦାନ କରିବେ ।

ପୂଜାରେ ଅନ୍ୟ କାହାର ଆଶନ ବ୍ୟବହାର କରିବା ଉଚିତ୍‌ ନୁହେଁ ।

ଆସନରେ ବସି ପୂର୍ବ କିମ୍ବା ଉତ୍ତର ଦିଗ ଅଥବା ଦେବୀ ଦେବତାଙ୍କ ଆଡକୁ ମୁହଁ କରି ପୂଜା କରିବା ଉଚିତ୍‌ । ଘିଅରେ ଦୀପ ଜଳାଇବା ଉଚିତ୍‌।

ଦୀପ ଦାନ ସମୟରେ

ଓଁ ଅଗ୍ନି ଜ୍ୟୋତିଃ ପରମ୍‌ବ୍ରହ୍ମ, ଦୀପୋ ଜ୍ୟୋତିରଜନାରର୍ଦ୍ଦନଃ

ଦୀପୋ ହରେତୁ ମେ ପାପଂ , ଦୀପଂ ଜ୍ୟୋତିଃ ନମଃ ସ୍ତୁତେ

ପୂଜା ସମାପ୍ତ ହେବାପରେ ଆସନକୁ ମୋଡି କରି ଭଲ ସ୍ଥାନରେ ରଖିବା ଉଚିତ୍‌ । ଏହାକୁ ଅନ୍ୟ ଜିନିଷ ସହ ଲଗାଇ ରଖିବେ ନାହିଁ ।

   ସମ୍ବନ୍ଧିତ ଖବର


କଟକରେ ଆଇଆଇଏଫ୍‌ଏଲ୍‌ ସୁନା ଲୁଟ୍‌ରେ ଲେଡି ଅଫିସର ନୀଳିମା ଲିଙ୍କ୍‌- ଲାଲା ସହ ଲୁଟ୍ ସମ୍ପତ୍ତିରେ କରୁଥିଲା..

କିମ୍ବଦନ୍ତୀ ଫୁଟବଲ୍‌ ଖେଳାଳୀ ଡିଏଗୋ ମାରାଡୋନାଙ୍କ ଦେହାନ୍ତ

କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ଦ୍ୱାରା ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ସମ୍ମାନିତ

କରୋନା ବଦଳାଇ ଦେଲା ଜୀବନ ଜୀବିକା; ଦିନେ ଏରୋପ୍ଲେନ ଚଲାଉଥିଲେ, ଆଜି ଦୁଆର ଦୁଆର ବୁଲି କରୁଛନ୍ତି ଫୁଡ ଡେଲିଭରୀ…

୨୦ ବର୍ଷିୟା ଯୁବତୀ ନାଭିରୁ ଅସ୍ୱାଭାବିକ ଭାବେ ଝରୁଛି ପରିସ୍ରା – ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ସମୁଦ୍ର କୂଳରେ ମୃତଦେହ ଦେଖି ଡରିଗଲେ ମହିଳା, ପାଖରୁ ଦେଖିବା ପରେ ହୋଇଗଲେ ଆଶ୍ଚର୍ଯ୍ୟ…