ଟିଭି ଅଭିନେତ୍ରୀଙ୍କୁ ୟୁଜର ପଚାରିଲେ ବ୍ରା ସାଇଜ୍, ଏମିତି ଜବାବ ଦେଇ କରିଦେଲେ ମୁହଁ ବନ୍ଦ

https://zeenews.india.com/
ନୂଆଦିଲ୍ଲୀ ୮/୪: ଟିଭି ଷ୍ଟାର ସାୟନ୍ତନୀ ଘୋଷ ନିଜ ଦମଦାର ଆକ୍ଟିଂ ପାଇଁ ବେଶ୍ ଜଣାଶୁଣା । କେବଳ ଅଭିନୟ ନୁହେଁ, ସେ ନିଜ ଡେୟାରିଂ ପାଇଁ ବେଶ୍ ଖବରକୁ ଆସନ୍ତି । ସାୟନ୍ତନୀ ନିକଟରେ ନିଜ ଫ୍ୟାନ୍ସଙ୍କ ସହିତ ଯୋଡି ହେବା ପାଇଁ ଏକ ସେସନ୍ ରଖିଥିଲେ । ଏଥିରେ ସେ ଲୋକଙ୍କ ପ୍ରଶ୍ନର ଜବାବ ଦେଉଥିଲେ । କିନ୍ତୁ ଏହି ସମୟରେ ଜଣେ ଫ୍ୟାନ୍ସ ଏକ ଅଜବ ପ୍ରଶ୍ନ ପଚାରିଦେଲେ ।
ଟିଭି ଓ ଫିଲ୍ମ ଷ୍ଟାର୍ ଅନେକ ସମୟରେ ସୋସିଆଲ ମିଡିଆରେ ନିଜ ଫ୍ୟାନ୍ସଙ୍କ ସହିତ ଇଣ୍ଟ୍ରାକ୍ଟିଭ୍ ସେସନ ରଖନ୍ତି ଯେଉଁଥିରେ ସେମାନେ ଫ୍ୟାନ୍ସଙ୍କ ପ୍ରଶ୍ନର ଉତ୍ତର ଦେଇଥାନ୍ତି । କିନ୍ତୁ ଏମିତି ସମୟରେ ଅନେକ ଅଜବ ପ୍ରଶ୍ନର ମଧ୍ୟ ସମ୍ମୁଖୀନ ହେବାକୁ ପଡିଥାଏ । ଆଉ ଏମିତି ହୋଇଛି ସାୟନ୍ତନୀଙ୍କ କ୍ଷେତ୍ରରେ । ସାୟନ୍ତନୀ ଇନଷ୍ଟାଗ୍ରାମରେ ପ୍ରଶ୍ନ-ଉତ୍ତର ସେସନ ରଖିଥିଲେ । କିନ୍ତୁ ଜଣେ ଫ୍ୟାନଙ୍କ ପ୍ରଶ୍ନରେ ସେ ରାଗିଗଲେ ।

ଜଣେ ୟୁଜର ସାୟନ୍ତନୀଙ୍କ ତାଙ୍କ ବ୍ରାର ସାଇଜ୍ ପଚାରିଦେଲେ । ଏଥିରେ କଡା ଜବାବ ଦେଲେ ଅଭିନେତ୍ରୀ । ସାୟନ୍ତନୀ କହିଲେ କି ‘ ପ୍ରଥମେ ମୋତେ ନିଜ ଆଇକ୍ୟୁର ସାଇଜ ବା ଲେବଲ କୁହ । ମୋତେ ଲାଗୁଛି କି ଜିରୋ ବି ନଥିବ ।’
ସାୟନ୍ତନୀଙ୍କ ଏହି ଜବାବକୁ ଲୋକମାନେ ଖୁବ୍ ପସନ୍ଦ କରୁଛନ୍ତି । କହିରଖୁଛୁ ସାୟନ୍ତନୀ ୨୦୦୬ରେ ‘କୁମକୁମ-ଏକ ପ୍ୟାରା ସା ବନ୍ଧନ’ରୁ ନିଜ ଆକ୍ଟିଂ କ୍ୟାରିୟର ଆରମ୍ଭ କରିଥିଲେ । ସେବେଠୁ ସେ ଅନେକ ସିରିୟଲ ଓ ଶୋରେ କାମ କରିସାରିଛନ୍ତି । ସେ କିଛି ବଙ୍ଗାଳୀ ଫିଲ୍ମରେ ଏବଂ ୨୦୧୩ରେ ଅଜୟ ଦେବଗନଙ୍କ ସହ ‘ହିମ୍ମତ ୱାଲା’ରେ ମଧ୍ୟ କାମ କରିଛନ୍ତି ।