Vodafoneର ୧୯୯ ଓ ୩୯୯ ଟଙ୍କିଆ ପ୍ଲାନରେ ମିଳିବ ଡବଲ ଡାଟା

ନୁଆଦିଲ୍ଲୀ ୧୭/୧୦: ଭୋଡାଫୋନ୍ ଭାରତରେ ନିଜ ପପୁଲାର୍ ପ୍ରିପେ଼ଡ୍ ପ୍ୟାକ୍ ଉପରେ ଡବଲ ଡାଟା ବେନିଫିଟ୍ ଆଣିଛି । କମ୍ପାନୀ ୧୯୯ ଟଙ୍କିଆ ପ୍ରିପେଡ୍ ପ୍ଲାନରେ ୟୁଜର୍ସଙ୍କୁ ପ୍ରତିଦିନ ଅତିରିକ୍ତ ୧.୫ ଜିବି ଡାଟା ଓ ୩୯୯ ପ୍ଲାନ ଉପରେ ୧ ଜିବି ଅତିରିକ୍ତ ଡାଟା ଅଫର କରୁଛି । ଅବଶ୍ଯ ଏହି ବେନିଫିଟ୍ସ କିଛି ଖାସ୍ ସର୍କଲ୍ସରେ ଉପଲବ୍ଧ । ଏବଂ କିଛି ନିର୍ଦ୍ଧିଷ୍ଟ ସମୟ ପାଇଁ ମିଳିବ । ଭୋଡାଫୋନ୍ ଦ୍ୱାରା ୧୯୯ ଟଙ୍କିଆ ଏଣ୍ଟ୍ରି ଲେବଲ ପ୍ରିପେଡ୍ ପ୍ଲାନରେ ଏପର୍ଯ୍ଯନ୍ତ ୧.୫ ଜିବି ଡାଟା ପ୍ରତିଦିନ ଦିଆଯାଉଛି ।

ଏହା ବ୍ୟତୀତ ଏହି ପ୍ଲାନରେ ଅନଲିମିଟେଡ୍ ଭଏସ୍ କଲିଂ, ପ୍ରତିଦିନ ୧୦୦ ଏସଏମଏସ ଏବଂ ପ୍ରତିଦିନ ୧.୫ ଜିବି ଡାଟା ଦିଆଯାଏ । କିନ୍ତୁ ଏବେ ଏହି ପ୍ଲାନରେ ଡବଲ ଡାଟା ଅଫର ଅନୁସାରେ ପ୍ରତିଦିନ ୩ ଜିବି ଡାଟା ୨୮ ଦିନର ଭ୍ୟାଲିଡିଟି ସହିତ ଦିଆଯାଉଛି । ଅର୍ଥାତ୍ ଗ୍ରାହକଙ୍କୁ ସମୁଦାୟ ୮୪ ଜିବି ଡାଟାର ଫାଇଦା ମିଳିବ ।

ଅନ୍ଯପଟେ ଭୋଡାଫୋନର ୩୯୯ଟଙ୍କିଆ ପ୍ରିପେଡ୍ ପ୍ଲାନରେ ୮୪ ଦିନ ପ୍ରତିଦିନ ୧ ଜିବି ଡାଟା ଦିଆଯାଉଥିଲା । କିନ୍ତୁ ଏବେ ଏହି ସମୟ ମଧ୍ୟରେ ଗ୍ରାହକଙ୍କୁ ଏହି ପ୍ଲାନରେ ୨ ଜିବି ଡାଟା ଦିଆଯିବ । ଅର୍ଥାତ୍ ଗ୍ରାହକଙ୍କୁ ସମୁଦାୟ ୧୬୮ ଜିବି ଡାଟା ଏହି ପ୍ଲାନରେ ମିଳିବ । ଏହା ସହିତ ୩୯୯ ଟଙ୍କିଆ ପ୍ଲାନରେ ଅନଲିମିଟେଡ୍ ଭଏସ୍ କଲିଂ ଓ ପ୍ରତିଦିନ ୧୦୦ ଏସଏମଏସର ଲାଭ ମିଳିବ ।

ଟେଲିକମଟକର ରିପୋର୍ଟ ଅନୁସାରେ ଡବଲ ଡାଟା ବେନିଫିଟ୍ସ କିଛି ବଛା ବଛା ସର୍କଲରେ ଲାଗୁ ହେବ । ଏହି ରିପୋର୍ଟ ଅନୁସାରେ ବେନିଫିଟ୍ସ ମୁମ୍ବାଇ ସର୍କଲରେ ଲାଗୁହେବ । ରିପୋର୍ଟର କହିବାନୁସାରେ ୟୁଜର୍ସଙ୍କୁ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଚେନ୍ନାଇ, କର୍ଣ୍ଣାଟକ, କେରଳରେ ମଧ୍ୟ ଦିଆଯାଇପାରେ । ଡବଲ ଡାଟା ବେନିଫିଟ୍ସ ସମ୍ପର୍କରେ ଜାଣିବା ପାଇଁ ଆପଣଙ୍କୁ ଭୋଡାଫୋନ୍ ୱେବସାଇଟ୍ କିମ୍ବା ମାଇ ଭୋଡାଫୋନ୍ ଆପକୁ ଯିବାକୁ ପଡିବ ଏବଂ ଦେଖିବାକୁ ପଡିବ ଯେ ଏହା ଆପଣଙ୍କ ସର୍କଲରେ ଲାଗୁ କିମ୍ବା ନୁହେଁ ।

ନିକଟରେ ଭୋଡାଫୋନ୍ ୬୯ ଟଙ୍କିଆ ପ୍ଲାନ ଲଞ୍ଚ କରିଥିଲା । ଏହାର ଭ୍ୟାଲିଡିଟି ୨୮ ଦିନ ଥିଲା । ଏହି ପ୍ଲାନ ଅନୁସାରେ ଗ୍ରାହକଙ୍କୁ ୨୫୦ ଏମବିର ୩ଜି/୪ଜି ଡାଟା ଓ ୧୦୦ ଏସଏମଏସର ସୁବିଧା ମିଳୁଛି । ମୁମ୍ବାଇ ଅଞ୍ଚଳରେ ଗ୍ରାହକଙ୍କୁ କଲିଂ ପାଇଁ ୧୫୦ ଲୋକାଲ ଓ ଏସିଟିଡି ମିନିଟ୍ ମିଳୁଛି । ଅନ୍ୟପଟେ ଦିଲ୍ଲୀ-ଏନସିଆର କ୍ଷେତ୍ରରେ ୧୫୦ ଲୋକାଲ ଓ ଏସଟିଡି କଲିଂ ବ୍ୟତୀତ ଏହାର ବ୍ୟବହାର ରୋମିଂରେ ମଧ୍ୟ କରାଯାଇହେବ ।

   ସମ୍ବନ୍ଧିତ ଖବର


ଭାରତକୁ ବଡ ଝଟକା ଦେଲା ଇରାନ୍, ଚାବହାର ରେଳ ପ୍ରୋଜେକ୍ଟରୁ ବାହାର କଲା

AIIMS-ପାଟନାରେ କରୋନାରେ ଚାଲିଗଲା ୨ ଡାକ୍ତରଙ୍କ ଜୀବନ !

କାହିଁକି ଏହି କାର୍ ପିନ୍ଧିଛି ମାସ୍କ, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଫେସ୍‌ବୁକ୍‌ ଆକାଉଣ୍ଟ ବନ୍ଦ କର , ନୁହେଁତ ଚାକିରୀ ଛାଡ଼ – ସେନାରେ ୮୯ଟି ଆପ୍ ବ୍ୟାନ୍

ଭାରତରେ କରୋନାକୁ ନେଇ ଏକ ଭଲ ଖବର – ସ୍ୱଦେଶୀ ଭାକ୍‌ସିନ୍‌ର ଟକ୍ସିସିଟି ଅଧ୍ୟୟନ ସଫଳ ବୋଲି କହିଲା ଆଇସିଏମ୍‌ଆର୍‌

ବିହାର ସରକାରଙ୍କ ବଡ଼ ନିଷ୍ପତ୍ତି, ୧୬-୩୧ ଜୁଲାଇ ଯାଏ ପୁରା ଲକ୍‌ଡାଉନ୍‌