PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓଡ଼ିଶା: ସୋମବାରରୁ ଶୁକ୍ରବାର ଦୈନିକ ସକାଳେ ମିଳୁଥିବା ମହଲତ କମିଲା ଏଣିକି ଦୈନିକ ୬ ଘଣ୍ଟା ବଦଳରେ ୪ ଘଣ୍ଟାକୁ ଖସିଲା କୋହଳ
  • ||
  • ବାହାଘରରେ ସର୍ବାଧିକ ୨୫ ଜଣ ସାମିଲ ହୋଇପାରିବେ
  • ||
  • ଓଡିଶାରେ ବଢିଲା ଲକଡାଉନ୍ ଅବଧି, ଜୁନ ୧ ଯାଏଁ ଜାରି ରହିବ କଟକଣା
  • ||
  • ଯଶିପୁର ନିର୍ବାଚନୀ ମଣ୍ଡଳୀର ପୂର୍ବତନ ବିଧାୟକ କମଳାକାନ୍ତ ନାୟକଙ୍କ ଚିକିତ୍ସାଧିନ ଅବସ୍ଥାରେ କେନ୍ଦୁଝର ମେଡିକାଲରେ ପରଲୋକ
  • ||
  • ସଇଁତଳା: ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସଂକ୍ରମଣ କମୁଛି, ମୃତ୍ୟୁ ବଢୁଛି, ୨୪ ଘଣ୍ଟାରେ ୨୨ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୩୫୭କୁ ବୃଦ୍ଧି
  • ||
  • ଓଡ଼ିଶାରେ ସଂକ୍ରମଣ କମୁଛି, ମୃତ୍ୟୁ ବଢୁଛି: ୨୪ ଘଣ୍ଟା ମଧ୍ୟରେ ୧୦ ହଜାର ୩୨୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୨ ଜୀବନ ନେଲା କରୋନା
  • ||
  • ପୁରୀ : ସମ୍‌ ସହଯୋଗରେ ପୁରୀରେ ଖୋଲିବ ସ୍ୱତନ୍ତ୍ର କୋଭିଡ୍‌ ହସ୍ପିଟାଲ୍‌, ୧୯ରୁ ସେବା ଆରମ୍ଭ
  • ||
  • ଭୁବନେଶ୍ୱର : ପୁଣି ଉପରମୁହାଁ ପାରଦ, ତାତିରେ ଛଟପଟ ଜନଜୀବନ, ଆହୁରି ୪ ଦିନ ଯାଏଁ ଜାରି ରହିବ ଗ୍ରୀଷ୍ମ ପ୍ରକୋପ
  • ||
  • ନୂଆଦିଲ୍ଲୀ : ବ୍ରହ୍ମ ମୁହୂର୍ତ୍ତରେ ଖୋଲିଲା ବଦ୍ରିନାଥଙ୍କ ଧାମ, ବିନା ଶ୍ରଦ୍ଧାଳୁରେ ହେଲା ଦ୍ଵାର ଫିଟା ନୀତି
  • ||

ୟୁସିକନ୍‌-୨୦୧୯କୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ଏସ୍‌ସିବିରେ ରୋବୋଟିକ୍‌ ସର୍ଜରୀ ଖୁବ୍‌ଶୀଘ୍ର

ଭୁବନେଶ୍ୱର,୨୩ ।୧(ବ୍ୟୁରୋ): ରାଜ୍ୟ ସରକାର ଅନ୍ତର୍ଜାତିକ ସ୍ତରର ୟୁରୋଲୋଜି ଚିକିତ୍ସା ପାଇଁ ସଂକଳ୍ପବଦ୍ଧ । ରାଜ୍ୟରେ ଗତ ୬ ବର୍ଷ ମଧ୍ୟରେ ବହୁ ସଂଖ୍ୟକ କିଡ୍‌ନୀ ରୋଗୀଙ୍କୁ ମାଗଣାରେ ପ୍ରତିରୋପଣ ହୋଇପାରିଛି । ସହାୟ ଯୋଜନାରେ ମାଗଣାରେ ଡାଏଲିସିସ୍‌ ସେବା ମଧ୍ୟ ଯୋଗାଇ ଦିଆଯାଉଛି । ସରକାର କଟକ ଏସସିବି ମେଡିକାଲ କଲେଜକୁ ଷ୍ଟେଟ୍‌ ଅଫ୍‌ ଦ ଆର୍ଟ ସେଣ୍ଟର କରିବାକୁ ଯାଉଛନ୍ତି । ଆସନ୍ତା ୬ ମାସ ମଧ୍ୟରେ ଏସ୍‌ସିବିର ୟୁରୋଲୋଜି ବିଭାଗରେ ରୋବୋଟିକ୍‌ ସର୍ଜରୀ ଆରମ୍ଭ ହେଉଛି । ଏ ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି ।
ସୋଆ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ୟୁରୋଲୋଜି ସୋସାଇଟିର ୫୨ ତମ ସମ୍ମିଳନୀ ‘ୟୁସିକନ୍‌’ କୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଜିର ଦିନରେ ୟୁରୋଲୋଜି ଜନୀତ ରୋଗ ସାଧାରଣ ହୋଇଛି । ସାରାବିଶ୍ୱରେ ରୋଗୀ ସଂଖ୍ୟା ବଢିବାରେ ଲାଗିଛି । ୟୁରୋଜି ଚିକିତ୍ସା ମଧ୍ୟ ଦିନକୁ ଦିନ ଅତ୍ୟାଧୁନିକ ହେବା ସହ ଚିକିତ୍ସା ମଧ୍ୟ ଶସ୍ତା ଓ ସୁବିଧାରେ ହୋଇ ପାରୁଛି । ରାଜ୍ୟ ସରକାର ମଧ୍ୟ ରୋଗୀଙ୍କୁ ଉନ୍ନତ ଚିକିତ୍ସା ଦେବାକୁ ପଦକ୍ଷେପ ନେଉଛନ୍ତି । ମାଗଣାରେ କିଡ଼ନୀ ପ୍ରତିରୋପଣ କରୁଛନ୍ତି । ‘ସହାୟ’ ଯୋଜନାରେ ଏବେ ୨୪ଟି ହସ୍ପିଟାଲରେ ମାଗଣା ଡାୟାଲିସିସ୍‌ ହେଉଥିବା ବେଳେ ଆଗକୁ ଏ ସଂଖ୍ୟା ଆହୁରି ବୃଦ୍ଧି କରାଯିବାକୁ ଯୋଜନା ରହିଛି । ଏ ସବୁ ରୋଗୀ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରୁ ଉପକୃତ ହେବେ ବୋଲି ନବୀନ କହିଛନ୍ତି ।
ୟୁରୋଲୋଜି ସୋସାଇଟି ଅଫ୍‌ ଇଣ୍ଡିଆର ସଭାପତି ଡା ଅଜିତ ଏମ୍‌ ଭାଜେସ୍‌ କହିଛନ୍ତି, ଭୁବନେଶ୍ୱରରେ ୪ ଦିନ ଧରି ଚାଲିବାକୁ ଥିବା ସମ୍ମିଳନୀରେ ଅନେକ ନୂଆ ନୂଆ କଥା ଆଲୋଚନା ହେବ । ନୂଆ ନୂଆ ମେସିନ୍‌ ଟେକ୍ନୋଲୋଜି ଆସିବା ପରେ ରୋଗୀମାନେ ଉପକୃତ ହୋଇପାରିବେ ।
ଏହି ଅବସରରେ ଅର୍ଗାନାଇଜେସନ୍‌ ସଭାପତି ପ୍ରଫେସର ଡାକ୍ତର ଏଲ୍‌ କେ ସାହୁ କହିଛନ୍ତି, ୨୦ ବର୍ଷ ତଳେ ଭୁବନେଶ୍ୱରରେ ୟୁରୋଲୋଜି ସମ୍ମିଳନୀ ହୋଇଥିବା ବେଳେ ଏବେ ଭୁବନେଶ୍ୱରରେ ଦ୍ୱିତୀୟ ଥର ପାଇଁ ଅନୁଷ୍ଠିତ ହେଉଛି । ସେତେବେଳେ ରାଜ୍ୟରେ ମାତ୍ର ୫ରୁ ୬ ଜଣ ୟୁରୋଲୋଜୀହ୍‌ଟ ଥିଲେ । ହେଲେ ଏବେ ଏ ସଂଖ୍ୟା ୬୦ରୁ ୭୦ରେ ପହଞ୍ଚିଲାଣି । ୟୁରୋଲୋଜି ସେବାରେ ଏବେ ଅନେକ ପରିବର୍ତ୍ତନ ଆସିଲାଣି । ଟେକ୍ନୋଲୋଜି ଆଗାମୀ ଦିନରେ ଆହୁରି ଆଗକୁ ଯିବ । ଏହି ସମ୍ମିଳନୀ ନୂଆ ଟେକ୍ନୋଲୋଜିକୁ ଚିକିତ୍ସା ବିଜ୍ଞାନକୁ ଆହୁରି ଆଗକୁ ନେବ ।
ଅନ୍ୟମାନଙ୍କ ମଧ୍ୟରେ ଅର୍ଗାନାଇଜେସନ୍‌ ସମ୍ପାଦକ ପ୍ରଫେସର ଡାକ୍ତର ଦତ୍ତେଶ୍ୱର ହୋତା ୟୁରୋଲୋଜି ଚିକିତ୍ସା ସମ୍ପର୍କରେ କହିବା ସହ ରାଜ୍ୟ ସରକାରଙ୍କ ୟୁରୋଲୋଜି ଚିକିତ୍ସାକୁ ସୁଦୃଢ କରିବା ମନୋବୃତ୍ତି ସମ୍ପର୍କରେ ସୂଚନା ଦେଇଥିଲେ । ଏହି ସମ୍ମିଳନୀରେ ସାରାଦେଶରୁ ହଜାରରେ ଅଧିକ ୟୁରୋଲୋଜି ବିଶେଷଜ୍ଞ ଯୋଗଦେଇଛନ୍ତି । ଏହି ଅବସରରେ ୟୁରୋଲୋଜି ଚିକିତ୍ସା କ୍ଷେତ୍ରରେ ଉତ୍କୃଷ୍ଟତା ହାସଲ କରିଥିବା ଡାକ୍ତରଙ୍କୁ ସମ୍ମାନିତ କରାଯାଇଛି ।

ସମ୍ବନ୍ଧିତ ଖବର