ନୁସରତ୍ ଜହାଁଙ୍କ ନିଆରା ପ୍ରୟାସ : ବାତ୍ୟା ‘ଅମ୍ପାନ୍’ ପରେ ଅସହାୟଙ୍କୁ ସାହାଯ୍ୟ କରିବା ପାଇଁ ପାଖରେ ପହଞ୍ଚିଲେ ସାଂସଦ

ନୂଆଦିଲ୍ଲୀ ୨୩।୫ : ବର୍ତ୍ତମାନ ସମଗ୍ର ବିଶ୍ୱ କରୋନା ଭାଇରସ ପରି ମହାମାରୀ ସହ ସଂଘର୍ଷ କରୁଛି। ଏହି ସଙ୍କଟ ଏପର୍ଯ୍ୟନ୍ତ କମିନାହିଁ ଯେ ଅମ୍ପାନର ବଡ଼ ବିପଦ ମାଡ଼ି ଆସିଲା। ଏହି ବାତ୍ୟା ପଶ୍ଚିମବଙ୍ଗ ଏବଂ ଓଡିଶାରେ ଅଧିକ କ୍ଷୟକ୍ଷତି କରିଛି। ପଶ୍ଚିମବଙ୍ଗ ଏବଂ ଓଡିଶାରେ ବାତ୍ୟା ଆସିବା ପରେ ଏହି ଦୁଇ ରାଜ୍ୟରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଚାଲିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ବାତ୍ୟା କ୍ଷୟକ୍ଷତି ପ୍ୟାକେଜ ଦେବା ପାଇଁ ଉଭୟ ରାଜ୍ୟ ଗସ୍ତ କରିଛନ୍ତି। ଏଥି ସହ ବଙ୍ଗାଳୀ ଚଳଚ୍ଚିତ୍ରର ଅଭିନେତ୍ରୀ ତଥା ଟିଏମସି ସାଂସଦ ନୁସରତ ମଧ୍ୟ ତାଙ୍କ ନିର୍ବାଚନମଣ୍ଡଳୀରେ ପ୍ୟାକେଜ୍‌ ଦେବାକୁ ଲୋକଙ୍କ ପାଖରେ ପହଞ୍ଚିଛନ୍ତି।  ସେ କେବଳ ଲୋକଙ୍କ ସହ କଥାବାର୍ତ୍ତା କରିନାହାଁନ୍ତି ବରଂ ସମଗ୍ର ଅଞ୍ଚଳକୁ ସମୀକ୍ଷା ମଧ୍ୟ କରିଛନ୍ତି। ଏହି ସମୟ ମଧ୍ୟରେ ତାଙ୍କର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଟିଏମସି ସାଂସଦ ନୁସରତ ଜହାଁ ସୋସିଆଲ ମିଡିଆରେ ଅନେକ ଫଟୋ ସେୟାର କରିଛନ୍ତି। ଏହି ଚିତ୍ରଗୁଡ଼ିକରେ ସେ ନିଜ ନିର୍ବାଚନମଣ୍ଡଳୀର ଅବସ୍ଥା ଦେଖିବାକୁ ପହଞ୍ଚିଥିଲେ। ଫଟୋରେ ସେ ଲୋକଙ୍କ ସହ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳୁଛି । ଫଟୋଗୁଡ଼ିକରେ ନୁସରତଙ୍କ ମୁହଁରେ ସାମ୍ପ୍ରତିକ ସ୍ଥିତିର ସମସ୍ୟା ସ୍ପଷ୍ଟ ଭାବରେ ନଜର ଆସିଛି।

ଏହି ଫଟୋ ଗୁଡ଼ିକୁ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରି ନୁସରତ ଜାହାନ କ୍ୟାପସନରେ ଲେଖିଛନ୍ତି – ‘ମୁଁ ବାସୀରହାଟ ନିର୍ବାଚନମଣ୍ଡଳୀରେ ଖରାପ ପ୍ରଭାବିତ ଅଞ୍ଚଳକୁ ଯାଇଥିଲି। ଲୋକଙ୍କୁ ଭେଟି ସେମାନଙ୍କୁ ମିନାଖାନ୍ ଏବଂ ହାରୋଆ ଆଶ୍ରୟ ଗୃହକୁ ପଠାଇଛୁ। ଆମେ ସମସ୍ତେ ଏକାଠି ଅଛୁ। ‘

ଉକ୍ତ ପୋଷ୍ଟରେ ନୁସରତ ଜାହାନ ଆହୁରି ଲେଖିଛନ୍ତି – କରୋନା ଭାଇରସ ଏଡ଼ାଇବା ଏବଂ ଏହି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଆମକୁ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ପଡିବ। ଆମେ ଏହାକୁ ଦୂର କରିପାରିବା।

ସୂଚନାଯୋଗ୍ୟ ଯେ, ନୁସରତ୍‌ ଜହାନ୍‌ ୧୯ ଜୁନ୍ ୨୦୧୯ ରେ ତୁଷାର ବ୍ୟବସାୟୀ ନିଖିଲ ଜୈନଙ୍କୁ ବିବାହ କରିଥିଲେ।ବିବାହ ପରେ ସେମାନେ ଏକ ଗ୍ରାଣ୍ଡ ରିସେପ୍ସନ୍ ପାର୍ଟିର ଆୟୋଜନ କରିଥିଲେ।ଯେଉଁଥିରେ ବଲିଉଡର ପ୍ରସିଦ୍ଧ ତାରକାମାନେ ଯୋଗ ଦେଇଥିଲେ ।

   ସମ୍ବନ୍ଧିତ ଖବର


ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି କରୋନା ପଜିଟିଭ୍

ଲାଲ୍‌ କିଲ୍ଲାରୁ ସାଇବର ଓ୍ୱାର ପ୍ରତିହତ ପାଇଁ ପ୍ରଧାନମନ୍ତ୍ରୀଙ୍କର ବଡ ଘୋଷଣା

ଇଏ ସେହି ମହିଳା, ଯିଏ ପୁରା ବିଶ୍ୱ ପାଇଁ ତିଆରି କରନ୍ତି Indian Flag

କରୋନା କାଳରେ ଚାଲିଛି ଅରବପତିଙ୍କ ବିଳାସପୂର୍ଣ୍ଣ ପାର୍ଟି, ଅତିଥିଙ୍କର ପ୍ରତି ୧୫ ମିନିଟରେ ହେଉଛି କୋଭିଡ୍ ଟେଷ୍ଟ

କୋଭିଡ୍‌ ପାଇଁ ରୁଷ୍‌ରେ ପ୍ରଥମ ବ୍ୟାଚ ଟିକା ଉତ୍ପାଦନ ଆରମ୍ଭ

କାଲିଫର୍ଣ୍ଣିଆ ଷ୍ଟେଟ୍‌ ଆସେମ୍ୱଲିରୁ ସୁଶାନ୍ତ ସିଂହ ରାଜପୁତଙ୍କୁ ମିଳିଲା ସମ୍ମାନ, ଭଉଣୀ ସେୟାର କଲେ ଫଟୋ